ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ଏପ୍ରିଲ୍‌ ପୃଷ୍ଠା ୧୪-୧୯
  • ପ୍ରଚାର କାମରେ ଆହୁରି ଖୁସି ପାଆନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଚାର କାମରେ ଆହୁରି ଖୁସି ପାଆନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ବାକ୍ୟରୁ ସାହସ ପାଆନ୍ତୁ
  • ପ୍ରଚାର ପାଇଁ ଭଲଭାବେ ପ୍ରସ୍ତୁତି କରନ୍ତୁ
  • ସାହସ ପାଇଁ ପ୍ରାର୍ଥନା କରନ୍ତୁ
  • ପରିବର୍ତ୍ତନ କରନ୍ତୁ ଏବଂ ସଠିକ୍‌ ଦୃଷ୍ଟିକୋଣ ରଖନ୍ତୁ
  • ଭାବନ୍ତୁ ଯେ ଆପଣ ଯିହୋବା ଓ ଲୋକମାନଙ୍କୁ କେତେ ପ୍ରେମ କରନ୍ତି
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯୀଶୁଙ୍କ ଭଳି ଉତ୍ସାହର ସହ ପ୍ରଚାର କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଆମେ କାହିଁକି ପ୍ରଚାର କରୁ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ଏପ୍ରିଲ୍‌ ପୃଷ୍ଠା ୧୪-୧୯

ଅଧ୍ୟୟନ ଲେଖା ୧୬

ଗୀତ ୬୪ କଟନୀ ମେ ଖୁସି ସେ ହିସ୍‌ସା ଲେଁ

ପ୍ରଚାର କାମରେ ଆହୁରି ଖୁସି ପାଆନ୍ତୁ

“ଆନନ୍ଦରେ ସଦାପ୍ରଭୁଙ୍କର ସେବା କର ।”—ଗୀତ. ୧୦୦:୨

କʼଣ ଶିଖିବା ?

ଏହି ଲେଖାରେ ଆମେ ଜାଣିବା ଯେ ଆମେ କିପରି ପ୍ରଚାର କାମରେ ଆହୁରି ଖୁସି ପାଇପାରିବା ।

୧. କିଛି ଭାଇଭଉଣୀମାନଙ୍କୁ ପ୍ରଚାର କରିବା ପାଇଁ କିପରି ଲାଗେ ଏବଂ କାହିଁକି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଆମେ ଯିହୋବାଙ୍କୁ ବହୁତ ପ୍ରେମ କରୁ ଏବଂ ଆମେ ଚାହୁଁ ଯେ ସମସ୍ତେ ତାଙ୍କ ବିଷୟରେ ଜାଣନ୍ତୁ, ତେଣୁ ଆମେ ପ୍ରଚାର କାମ କରୁ । ଆଉ ଏହି କାମରୁ ଆମକୁ ବହୁତ ଖୁସି ମିଳେ । କିନ୍ତୁ କିଛି ଭାଇଭଉଣୀମାନଙ୍କୁ ପ୍ରଚାର କରିବା ବହୁତ କଠିନ ଲାଗେ । କାରଣ ହୋଇପାରେ ସେମାନଙ୍କୁ ଅନ୍ୟମାନଙ୍କ ସହ କଥା ହେବା ପାଇଁ ଡର ଲାଗୁଥିବ, ସେମାନେ ଲାଜ ଅନୁଭବ କରୁଥିବେ କିମ୍ବା ହୋଇପାରେ ଅନ୍ୟମାନଙ୍କ ଘରକୁ ଯିବା ସେମାନଙ୍କୁ ବହୁତ ଅଜବ ଲାଗୁଥିବ । କିଛି ଭାଇଭଉଣୀମାନଙ୍କୁ ଏହା ଭାବି ବି ଡର ଲାଗେ ଯେ ଯଦି କେହି ସେମାନଙ୍କ ଉପରେ ରାଗିଯିବେ ତାହେଲେ ସେମାନେ କʼଣ କରିବେ । କିମ୍ବା କିଛି ଭାଇଭଉଣୀମାନେ ଯୁକ୍ତିତର୍କ ମାମଲାଠାରୁ ଦୂରେଇ ରହିବା ପାଇଁ ଚାହାନ୍ତି । ଏହା ସତ ଯେ ଏହି ଭାଇଭଉଣୀମାନଙ୍କୁ ପ୍ରଚାର କରିବା ଟିକେ ଡର ଲାଗେ ତଥାପି ସେମାନେ ଏହି କାମରେ ଲାଗି ରହନ୍ତି । କାରଣ ସେମାନେ ଯିହୋବାଙ୍କୁ ବହୁତ ପ୍ରେମ କରନ୍ତି ଏବଂ ଏକଥାକୁ ବୁଝନ୍ତି ଯେ ପ୍ରଚାର କରିବା କେତେ ଜରୁରୀ ଅଟେ । ସତରେ, ଏହି ଭାଇଭଉଣୀମାନଙ୍କୁ ଦେଖି ଯିହୋବାଙ୍କୁ ବହୁତ ଖୁସି ହେଉଥିବ !

ଦୁଇଜଣ ଭଉଣୀ ଘର ଘର ପ୍ରଚାର କରୁଛନ୍ତି । ଜଣେ ଭଉଣୀ ବହୁତ ଖୁସି ଦେଖାଯାଉଛନ୍ତି କିନ୍ତୁ ଅନ୍ୟ ଜଣେ ଭଉଣୀ ଟିକେ ଡରି ଯାଇଛନ୍ତି ।

କʼଣ ଆପଣଙ୍କୁ ପ୍ରଚାର କରିବାରୁ ଖୁସି ମିଳେ ? (ପାରାଗ୍ରାଫ ୧)


୨. ଯଦି ଆପଣଙ୍କୁ ପ୍ରଚାର କରିବା ପାଇଁ ଡର ଲାଗେ ଏବଂ ଏଥିରୁ ଆପଣଙ୍କୁ ଏତେ ଖୁସି ମିଳେନି, ତେବେ ଆପଣଙ୍କୁ କʼଣ କରିବା ଉଚିତ୍‌ ?

୨ କʼଣ ବେଳେବେଳେ ଆପଣଙ୍କୁ ବି ପ୍ରଚାର କରିବା ପାଇଁ ଡର ଲାଗେ ଏବଂ ଏଥିରୁ ଖୁସି ମିଳେନି ? ଯଦି ଏପରି ଅଟେ, ତେବେ ନିରାଶ ହୁଅନ୍ତୁ ନାହିଁ । ଆମ ସମସ୍ତଙ୍କୁ ବେଳେବେଳେ ଲୋକମାନଙ୍କ ସହ କଥା ହେବା ପାଇଁ ଡର ଲାଗେ, କାରଣ ଆମେ ଯୁକ୍ତିତର୍କ କରିବାଠାରୁ ଦୂରେଇ ରହିବା ପାଇଁ ଚାହୁଁ ଓ ଆମେ ଚାହୁଁନୁ ଯେ ଅନ୍ୟମାନେ ଆମ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ତାʼ ସହିତ ଲୋକମାନେ ଆମ ଉପରେ ରାଗିଯାʼନ୍ତୁ, ଆମେ ଏହା ବି ଚାହୁଁନୁ । କାରଣ ଆମେ ସେମାନଙ୍କର ଭଲ ପାଇଁ ଖୁସିଖବର ଶୁଣାଉ । ମନେରଖନ୍ତୁ, ଯିହୋବା ଆପଣଙ୍କ ଚିନ୍ତାଗୁଡ଼ିକୁ ବୁଝନ୍ତି ଏବଂ ସେ ଆପଣଙ୍କର ସାହାଯ୍ୟ କରିବା ପାଇଁ ଚାହାନ୍ତି । (ଯିଶା. ୪୧:୧୩) ଏହି ଲେଖାରେ ଆମେ ପାଞ୍ଚଟି ଉପାୟ ଉପରେ ଧ୍ୟାନ ଦେବା ଯାହାଯୋଗୁଁ ଆପଣ ନିଜ ଡରକୁ କାବୁ କରିପାରିବେ ଏବଂ ଖୁସିର ସହ ପ୍ରଚାର କରିପାରିବେ ।

ଈଶ୍ୱରଙ୍କ ବାକ୍ୟରୁ ସାହସ ପାଆନ୍ତୁ

୩. ଭବିଷ୍ୟଦ୍‌ବକ୍ତା ଯିରିମୀୟ କାହିଁକି ସାହସର ସହ ପ୍ରଚାର କରିପାରିଲେ ?

୩ ପ୍ରାଚୀନ ସମୟରେ ଈଶ୍ୱରଙ୍କ କିଛି ସେବକମାନଙ୍କୁ ଏପରି ଦାୟିତ୍ୱ ମିଳିଲା ଯାହା ତୁଲାଇବା ସେମାନଙ୍କୁ କଠିନ ଲାଗୁଥିଲା । କିନ୍ତୁ ଯେବେ ସେମାନେ ଈଶ୍ୱରଙ୍କ କଥା ଶୁଣିଲେ ଓ ତାଙ୍କ ସନ୍ଦେଶ ଉପରେ ଧ୍ୟାନ ଦେଲେ, ତେବେ ସେମାନଙ୍କୁ ସାହସ ମିଳିଲା ଓ ସେମାନେ ନିଜ ଦାୟିତ୍ୱ ପୂରା କରିପାରିଲେ । ଭବିଷ୍ୟଦ୍‌ବକ୍ତା ଯିରିମୀୟଙ୍କ ବିଷୟରେ ଭାବନ୍ତୁ । ଯିହୋବା ତାଙ୍କୁ ପ୍ରଚାର କରିବାର ଦାୟିତ୍ୱ ଦେଲେ, କିନ୍ତୁ ତାଙ୍କୁ ଡର ଲାଗୁଥିଲା । ସେ ଯିହୋବାଙ୍କୁ କହିଲେ, “ମୁଁ କଥା କହି ଜାଣେ ନାହିଁ; କାରଣ ମୁଁ ତ ବାଳକ ।” (ଯିରି. ୧:୬) ସେ ନିଜ ଡରକୁ କିପରି କାବୁ କରିପାରିଲେ ? ତାଙ୍କୁ ଯିହୋବାଙ୍କ ସନ୍ଦେଶରୁ ସାହସ ମିଳିଲା । ସେ କହିଲେ, ‘ଏହା ମୋ ଅସ୍ଥି ମଧ୍ୟରେ ରୁଦ୍ଧ ଦାହକାରୀ ଅଗ୍ନି ପରି ଥିଲା, ଆଉ ମୁଁ ତାହା ସମ୍ଭାଳି କ୍ଲାନ୍ତ ହୋଇଗଲି ।’ (ଯିରି. ୨୦:୮, ୯) ଯିରିମୀୟଙ୍କୁ ଏପରି ଲୋକମାନଙ୍କୁ ପ୍ରଚାର କରିବାର ଥିଲା ଯେଉଁମାନେ ତାଙ୍କ ସନ୍ଦେଶ ଶୁଣିବା ପାଇଁ ଚାହୁଁ ନ ଥିଲେ । ତଥାପି ଯେବେ ଯିରିମୀୟ ଏବିଷୟରେ ଭାବିଲେ ଯେ ଏହି ସନ୍ଦେଶ କେତେ ଜରୁରୀ ଅଟେ, ତେବେ ଏହି ସନ୍ଦେଶ ଲୋକମାନଙ୍କୁ ଶୁଣାଇବାରୁ ସେ ନିଜକୁ ରୋକିପାରିଲେ ନାହିଁ ।

୪. ଈଶ୍ୱରଙ୍କ ବାକ୍ୟ ପଢ଼ିବା ଓ ତାʼ ଉପରେ ଚିନ୍ତନ କରିବାରୁ କʼଣ ଲାଭ ହୁଏ ? (କଲସୀୟ ୧:୯, ୧୦)

୪ ଆଜି ଆମକୁ ବି ଈଶ୍ୱରଙ୍କ ସନ୍ଦେଶ ବା ତାଙ୍କ ବାକ୍ୟରୁ ସାହସ ମିଳେ । ପ୍ରେରିତ ପାଉଲ କଲସୀୟର ଭାଇଭଉଣୀମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ ସଠିକ୍‌ ଜ୍ଞାନ ରଖନ୍ତୁ । କାହିଁକି ? କାରଣ ଏପରି କଲେ ସେମାନେ ‘ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ ରଖିପାରନ୍ତେ ଏବଂ ସତ୍‌କର୍ମର ଫଳରେ ଫଳବାନ ହୋଇପାରନ୍ତେ ।’ (କଲସୀୟ ୧:୯, ୧୦ ପଢ଼ନ୍ତୁ ।) ସତ୍‌କର୍ମ କରିବାର ଗୋଟିଏ ଉପାୟ ହେଉଛି, ଖୁସିଖବର ପ୍ରଚାର କରିବା । ତେଣୁ ଯେବେ ଆମେ ବାଇବଲ ଅଧ୍ୟୟନ କରୁ ଏବଂ ତାʼ ଉପରେ ଚିନ୍ତନ କରୁ, ତେବେ ଯିହୋବାଙ୍କ ଉପରେ ଆମର ବିଶ୍ୱାସ ଦୃଢ଼ ହୋଇଯାଏ । ଆମେ ବୁଝିପାରୁ ଯେ ଖୁସିଖବର ପ୍ରଚାର କରିବା କେତେ ଜରୁରୀ ଅଟେ ।

୫. ବାଇବଲରୁ ପୂରା ଲାଭ ପାଇବା ପାଇଁ ଆମେ କʼଣ କରିପାରିବା ?

୫ ଈଶ୍ୱରଙ୍କ ବାକ୍ୟରୁ ପୂରା ଲାଭ ପାଇବା ପାଇଁ ଜରୁରୀ ଯେ ବାଇବଲ ପଢ଼ିବା ସମୟରେ ତାହାକୁ ଶୀଘ୍ର ଶୀଘ୍ର ପଢ଼ନ୍ତୁ ନାହିଁ, ବରଂ ଏହାର ଅଧ୍ୟୟନ ଓ ଚିନ୍ତନ କରିବା ପାଇଁ ସମୟ ବାହାର କରନ୍ତୁ । ଯଦି ବାଇବଲ ପଢ଼ିବା ସମୟରେ ଆପଣଙ୍କୁ କୌଣସି ପଦ ବୁଝାପଡ଼େନି, ତେବେ ତାହାକୁ ଯିହୋବାଙ୍କ ସାକ୍ଷୀମାନଙ୍କ ଗବେଷଣା ଗାଇଡ୍‌ କିମ୍ବା ଅନ୍ୟ ପ୍ରକାଶନଗୁଡ଼ିକରେ ଅନୁସନ୍ଧାନ କରନ୍ତୁ ଓ ଭଲଭାବେ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଯଦି ଆପଣ ସମୟ ବାହାର କରି ଏପରି ଅଧ୍ୟୟନ କରିବେ, ତେବେ ଈଶ୍ୱରଙ୍କ ବାକ୍ୟ ଉପରେ ଆପଣଙ୍କର ଭରସା ବଢ଼ିଯିବ । (୧ ଥେସ. ୫:୨୧) ଆପଣଙ୍କୁ ପୂରା ବିଶ୍ୱାସ ହୋଇଯିବ ଯେ ଏଥିରେ ଲେଖାଥିବା କଥା ପୂରାପୂରି ସଠିକ୍‌ ଅଟେ ଓ ଯେବେ ଆପଣଙ୍କ ଏହି ଭରସା ବଢ଼ିଯିବ ତେବେ ଏବିଷୟରେ ଅନ୍ୟମାନଙ୍କୁ କହିବା ଦ୍ୱାରା ଆପଣଙ୍କୁ ବହୁତ ଖୁସି ମିଳିବ ।

ପ୍ରଚାର ପାଇଁ ଭଲଭାବେ ପ୍ରସ୍ତୁତି କରନ୍ତୁ

୬. ଆମକୁ ପ୍ରଚାର ପାଇଁ କାହିଁକି ଭଲଭାବେ ପ୍ରସ୍ତୁତି କରିବା ଉଚିତ୍‌ ?

୬ ଯଦି ଆପଣ ପ୍ରଚାର ପାଇଁ ଭଲଭାବେ ପ୍ରସ୍ତୁତି କରିବେ, ତେବେ ଆପଣ ଲୋକମାନଙ୍କ ସହିତ ଭଲଭାବେ କଥା ହୋଇପାରିବେ ଓ ଆପଣଙ୍କୁ ଡର ବି ଲାଗିବନି । ଯୀଶୁ ନିଜ ଶିଷ୍ୟମାନଙ୍କୁ ପ୍ରଚାରରେ ପଠାଇବା ପୂର୍ବରୁ କିଛି କଥାଗୁଡ଼ିକ କହିଥିଲେ । ସେ ତାଙ୍କୁ ଶିଖାଇଥିଲେ ଯେ ତାଙ୍କୁ କʼଣ କହିବାର ଅଛି ଓ କʼଣ କରିବାର ଅଛି । (ଲୂକ ୧୦:୧-୧୧) ଆଉ ଏହି କଥାଗୁଡ଼ିକୁ ମାନିବା ଦ୍ୱାରା ତାଙ୍କ ଶିଷ୍ୟମାନଙ୍କୁ ଭଲ ପରିଣାମ ମିଳିଲା ଓ ସେମାନଙ୍କୁ ବହୁତ ଖୁସି ହେଲା ।—ଲୂକ ୧୦:୧୭.

୭. ଆମେ କିଭଳି ପ୍ରଚାର ପାଇଁ ଭଲଭାବେ ପ୍ରସ୍ତୁତି କରିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୭ ଆମେ ମଧ୍ୟ ପ୍ରଚାର ପାଇଁ ଭଲଭାବେ ପ୍ରସ୍ତୁତି କରିପାରିବା । ଆମେ ପୂର୍ବରୁ ଭାବିପାରିବା ଯେ ଆମେ ଲୋକମାନଙ୍କ ସହିତ କେଉଁ ବିଷୟ ଉପରେ କଥା ହେବା ଆଉ ତାହା କିପରି ବୁଝାଇବା । ଆମେ ଏହା ମଧ୍ୟ ଭାବିପାରିବା ଯେ ଆମ କଥା ଶୁଣି ଲୋକମାନେ କʼଣ କʼଣ କହିପାରିବେ ଓ ଆମେ କିପରି ତାଙ୍କ ପ୍ରଶ୍ନର ଉତ୍ତର ଦେବା । ଆଉ ପ୍ରସ୍ତୁତି କଲାପରେ ଯେବେ ଆପଣ ପ୍ରଚାରକୁ ଯାʼନ୍ତି, ତେବେ ଡରନ୍ତୁ ନାହିଁ, ବରଂ ନିର୍ଭୟ ହୋଇ କଥା ହୁଅନ୍ତୁ ।

ପୂର୍ବ ଚିତ୍ରରେ ଯେଉଁ ଭଉଣୀଙ୍କୁ ଦେଖାଇ ଦିଆଯାଇଥିଲା ଯିଏ ଟିକେ ଡରି ଯାଇଥିଲେ, ସେ ଏବେ ନିଜ ଘରେ ଅଛନ୍ତି ଏବଂ “ଲୋକଙ୍କୁ ପ୍ରେମ କର​—ଶିଷ୍ୟ କର” ନାମକ ପୁସ୍ତିକା ପଢ଼ୁଛନ୍ତି ।

ପ୍ରଚାର ପାଇଁ ଭଲଭାବେ ପ୍ରସ୍ତୁତି କରନ୍ତୁ (ପାରାଗ୍ରାଫ ୭)


୮. ପାଉଲ ଆମ ଖ୍ରୀଷ୍ଟିୟାନମାନଙ୍କୁ ମୃତ୍ତିକାର ପାତ୍ର ସହ କାହିଁକି ତୁଳନା କଲେ ?

୮ ଆମକୁ ଏହା ବି ମନେରଖିବା ଉଚିତ୍‌ ଯେ ପ୍ରଚାର କାମ କେତେ ଜରୁରୀ ଅଟେ । ଧ୍ୟାନ ଦିଅନ୍ତୁ ଯେ ପ୍ରେରିତ ପାଉଲ କʼଣ କହିଲେ । ସେ କହିଲେ, “ଆମ୍ଭେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ ।” (୨ କରି. ୪:୭) ଏହି ଧନ କʼଣ ଅଟେ ? ଈଶ୍ୱରଙ୍କ ରାଜ୍ୟର ଖୁସିର ଖବର । ଯେବେ ଆମେ ଲୋକମାନଙ୍କୁ ଏହି ଖୁସିର ଖବର ଶୁଣାଉ, ତେବେ ସେମାନଙ୍କର ଜୀବନ ରକ୍ଷା ହୋଇପାରିବ । (୨ କରି. ୪:୧) ଆଉ ମୃତ୍ତିକାର ପାତ୍ର କିଏ ଅଟନ୍ତି ? ଖୁସିର ଖବର ଶୁଣାଉ ଥିବା ଈଶ୍ୱରଙ୍କ ସେବକମାନେ । ପ୍ରଥମ ଶତାବ୍ଦୀରେ ବେପାରୀମାନେ ମୃତ୍ତିକା ପାତ୍ରଗୁଡ଼ିକରେ ଖାଇବା ଜିନିଷ, ଦ୍ରାକ୍ଷାରସ, ପଇସା ଆଉ ଏପରି ହିଁ ଅନ୍ୟ କିଛି ଜରୁରୀ ଜିନିଷ ନେବା ଆଣିବା କରୁଥିଲେ । ଠିକ୍‌ ସେହିପରି ଯିହୋବା ଆମକୁ ଅର୍ଥାତ୍‌ ଯେଉଁମାନେ ମୃତ୍ତିକା ପାତ୍ର ଅଟନ୍ତି ସେମାନଙ୍କୁ ଏହି ଜରୁରୀ ସନ୍ଦେଶ ଲୋକମାନଙ୍କ ପାଖକୁ ପହଞ୍ଚାଇବାର ଦାୟିତ୍ୱ ଦେଇଛନ୍ତି । ଆଉ ଏହି କାମକୁ ଭଲଭାବେ କରିବା ପାଇଁ ଯିହୋବା ଆମକୁ ସାହାଯ୍ୟ କରିବେ ।

ସାହସ ପାଇଁ ପ୍ରାର୍ଥନା କରନ୍ତୁ

୯. ଯଦି ଆପଣଙ୍କୁ ଲୋକମାନଙ୍କ ସହିତ କଥା ହେବା ପାଇଁ ଡର ଲାଗେ, ତେବେ ଆପଣ କʼଣ କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୯ ବେଳେବେଳେ ଆମେ ଏହା ଭାବି ଡରିଯିବା ଯେ ଲୋକମାନେ ଆମ ଉପରେ ରାଗିବେ ବା ଆମର ବିରୋଧ କରିବେ, ତାହେଲେ ଆମେ କʼଣ କରିବା । କʼଣ ଆପଣଙ୍କୁ ବି ଏପରି ଡର ଲାଗେ ? ଧ୍ୟାନ ଦିଅନ୍ତୁ, ଯେବେ ପ୍ରେରିତମାନଙ୍କୁ ଏହା ଆଜ୍ଞା ଦିଆଗଲା ଯେ ସେମାନେ ପ୍ରଚାର କରିବା ବନ୍ଦ କରିଦିଅନ୍ତୁ, ତେବେ ସେମାନେ କʼଣ କଲେ ? ସେମାନେ ଯିହୋବାଙ୍କୁ ପ୍ରାର୍ଥନା କଲେ ଓ ତାଙ୍କୁ କହିଲେ ଯେ ସେ ସେମାନଙ୍କର ସାହାଯ୍ୟ କରନ୍ତୁ, ଯାହାଦ୍ୱାରା ସେମାନେ ‘ସାହସରେ [ତାଙ୍କ] ବାକ୍ୟ କହିପାରନ୍ତୁ ।’ ଯିହୋବା ତାଙ୍କ ପ୍ରାର୍ଥନାକୁ ଶୁଣିଲେ ଓ ତୁରନ୍ତ ତାଙ୍କୁ ସାହାଯ୍ୟ କଲେ । (ପ୍ରେରି. ୪:୧୮, ୨୯, ୩୧) ଯଦି କେବେ ଆପଣଙ୍କୁ ବି ଲୋକମାନଙ୍କ ସହ କଥା ହେବା ଡର ଲାଗେ, ତେବେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଓ ତାଙ୍କୁ ସାହାଯ୍ୟ ମାଗନ୍ତୁ । ତାଙ୍କୁ କହନ୍ତୁ ଯେ ଆପଣ ଲୋକମାନଙ୍କ ପ୍ରତି ନିଜ ପ୍ରେମକୁ ବଢ଼ାଇପାରିବେ ଯାହାଦ୍ୱାରା ଲୋକମାନଙ୍କ ପ୍ରତି ଆପଣଙ୍କ ଡର ଦୂର ହୋଇଯିବ ।

ଯେଉଁ ଭଉଣୀ ବଜାରରେ ଅଛନ୍ତି, ସେ ପ୍ରାର୍ଥନା କରୁଛନ୍ତି ।

ସାହସ ପାଇଁ ପ୍ରାର୍ଥନା କରନ୍ତୁ (ପାରାଗ୍ରାଫ ୯)


୧୦. ଲୋକମାନଙ୍କୁ ସାହସର ସହ ପ୍ରଚାର କରିବା ପାଇଁ ଯିହୋବା କିପରି ଆମକୁ ସାହାଯ୍ୟ କରନ୍ତି ? (ଯିଶାଇୟ ୪୩:୧୦-୧୨)

୧୦ ଲୋକମାନଙ୍କୁ ପ୍ରଚାର କରିବାର ଦାୟିତ୍ୱ ଯିହୋବା ଆମକୁ ଦେଇଛନ୍ତି । ସେ ଆମକୁ କହିଛନ୍ତି ଯେ ଆମେ ତାଙ୍କ ସାକ୍ଷୀ ଅଟୁ ଓ ସେ ପ୍ରତିଜ୍ଞା ବି କରିଛନ୍ତି ଯେ ଏହି କାମକୁ ପୂରା କରିବା ପାଇଁ ସେ ଆମକୁ ସାହସ ଦେବେ । (ଯିଶାଇୟ ୪୩:୧୦-୧୨ ପଢ଼ନ୍ତୁ ।) ଯିହୋବା କିପରି ଆମକୁ ସାହସ ଦିଅନ୍ତି ? ଏହି ଚାରୋଟି କଥା ଉପରେ ଧ୍ୟାନ ଦିଅନ୍ତୁ । ପ୍ରଥମ, ତାଙ୍କ ପୁତ୍ର ଯୀଶୁ ଆମ ସହିତ ଅଛନ୍ତି ଓ ସେ ପ୍ରଚାର କରିବା ପାଇଁ ଆମକୁ ସାହାଯ୍ୟ କରନ୍ତି । (ମାଥି. ୨୮:୧୮-୨୦) ଦ୍ୱିତୀୟ, ସେ ସ୍ୱର୍ଗଦୂତମାନଙ୍କୁ ଆମର ସାହାଯ୍ୟ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି । (ପ୍ରକା. ୧୪:୬) ତୃତୀୟ, ସେ ଆମକୁ ନିଜର ପବିତ୍ର ଶକ୍ତି ଦିଅନ୍ତି । ଏହା ସାହାଯ୍ୟରେ ଆମେ ସେହି କଥାଗୁଡ଼ିକୁ ମନେ ରଖିପାରୁ ଯାହା ଆମେ ଶିଖିଛୁ । (ଯୋହ. ୧୪:୨୫, ୨୬) ଏବଂ ଚତୁର୍ଥ, ସେ ଆମକୁ ଭାଇଭଉଣୀ ଦେଇଛନ୍ତି ଯେଉଁମାନେ ପ୍ରଚାର କାମରେ ଆମକୁ ସାହାଯ୍ୟ କରନ୍ତି । ଯଦି ଯିହୋବା ଆମକୁ ଏତେ ସବୁ ସାହାଯ୍ୟ ଦେଇଛନ୍ତି, ତେବେ ଆମେ ନିଶ୍ଚୟ ସାହସର ସହ ପ୍ରଚାର କରିପାରିବା !

ପରିବର୍ତ୍ତନ କରନ୍ତୁ ଏବଂ ସଠିକ୍‌ ଦୃଷ୍ଟିକୋଣ ରଖନ୍ତୁ

୧୧. ଯଦି ଆମେ ଅଧିକରୁ ଅଧିକ ଲୋକମାନଙ୍କୁ ଭେଟି ସାକ୍ଷ୍ୟ ଦେବା ପାଇଁ ଚାହୁଁ, ତାହେଲେ ଆମକୁ କʼଣ କରିବାକୁ ପଡ଼ିବ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୧ ଲୋକମାନେ ଯେବେ ଘରେ ଭେଟନ୍ତିନି, ତେବେ କʼଣ ଆପଣ ନିରାଶ ହୋଇଯାʼନ୍ତି ? ତାହେଲେ ନିଜକୁ ପଚାରନ୍ତୁ, ‘ଯଦି ଲୋକମାନେ ଘରେ ନାହାନ୍ତି, ତାହେଲେ କେଉଁଠି ଥିବେ ?’ (ପ୍ରେରି. ୧୬:୧୩) ‘କʼଣ ସେମାନେ କାମ ଜାଗାରେ ଥିବେ ବା କିଣାକିଣି କରିବା ପାଇଁ ବାହାରେ ଯାଇଥିବେ ?’ ଯଦି ଲୋକମାନେ ବାହାରେ ଅଛନ୍ତି, ତାହେଲେ ଆପଣ ରାସ୍ତାରେ ଯାଇ ସାକ୍ଷ୍ୟ ଦେଇପାରିବେ ଯେଉଁଠି ଅଧିକରୁ ଅଧିକ ଲୋକମାନେ ମିଳିବେ । ଭାଇ ଯୋଶୁଆ କହନ୍ତି, “ମୋତେ ବଜାରରେ, ମଲ୍‌ରେ ଏବଂ ପାର୍କିଙ୍ଗରେ ଯେଉଁଠି ଲୋକମାନେ ଗାଡ଼ି ରଖନ୍ତି, ସେଠାରେ ଅନେକ ଲୋକମାନଙ୍କୁ ସାକ୍ଷ୍ୟ ଦେବାର ସୁଯୋଗ ମିଳେ ।” ତାʼଛଡ଼ା, ଭାଇ ଯୋଶୁଆ ଓ ତାଙ୍କ ସ୍ତ୍ରୀ ବ୍ରିଜିଟ୍‌ ଏହା ଅନୁଭବ କରିଛନ୍ତି ଯେ ଯେବେ ସେମାନେ ସନ୍ଧ୍ୟା ସମୟରେ ବା ରବିବାର ଦ୍ୱିପହର ସମୟରେ ପ୍ରଚାର କରନ୍ତି, ତେବେ ସେମାନଙ୍କୁ ଅଧିକରୁ ଅଧିକ ଲୋକ ଘରେ ହିଁ ମିଳନ୍ତି ।—ଏଫି. ୫:୧୫, ୧୬.

ସେହି ଭଉଣୀ ବଜାରରେ ଅଛନ୍ତି ଏବଂ ପନିପରିବା ବିକୁଥିବା ଜଣେ ସ୍ତ୍ରୀଙ୍କୁ jw.org ସମ୍ପର୍କ କାର୍ଡ଼ ଦେଉଛନ୍ତି ।

ପ୍ରଚାର କରିବାର ସମୟରେ ପରିବର୍ତ୍ତନ କରନ୍ତୁ ଏବଂ ଯେଉଁଠି ଲୋକମାନେ ମିଳିବେ ସେହି ଜାଗାକୁ ଯାʼନ୍ତୁ (ପାରାଗ୍ରାଫ ୧୧)


୧୨. ଆମେ ଏହା କିପରି ଜାଣିପାରିବା ଯେ ଲୋକମାନେ କʼଣ ବିଶ୍ୱାସ କରନ୍ତି ଏବଂ ସେମାନଙ୍କ ମନରେ କʼଣ ଚାଲୁଛି ?

୧୨ ଯଦି ଅଧିକାଂଶ ଲୋକମାନେ ଆମ ସନ୍ଦେଶ ଶୁଣିବା ପାଇଁ ପସନ୍ଦ କରନ୍ତି ନାହିଁ, ତାହେଲେ ଆମେ କʼଣ କରିପାରିବା ? ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ସେମାନେ କʼଣ ବିଶ୍ୱାସ କରନ୍ତି ଏବଂ ସେମାନଙ୍କ ମନରେ କʼଣ ଚାଲୁଛି । ଧ୍ୟାନ ଦିଅନ୍ତୁ ଯେ ଭାଇ ଯୋଶୁଆ ଓ ତାଙ୍କ ସ୍ତ୍ରୀ ବ୍ରିଜିଟ୍‌ ଏହା କିପରି କରନ୍ତି । ସେମାନେ ଲୋକମାନଙ୍କ ମନ କଥା ଜାଣିବା ପାଇଁ ଟ୍ରାକ୍ଟର ପ୍ରଥମ ପୃଷ୍ଠାରେ ଦିଆଯାଇଥିବା ପ୍ରଶ୍ନ ପଚାରନ୍ତି । ଯେପରି, ସେମାନେ ଲୋକମାନଙ୍କୁ ଆପଣ ବାଇବଲ ବିଷୟରେ କʼଣ ଭାବନ୍ତି ? ଟ୍ରାକ୍ଟ ଦେଖାଇ ପଚାରନ୍ତି, “ଅନେକ ଲୋକ ବିଶ୍ୱାସ କରନ୍ତି ଯେ ବାଇବଲ ଈଶ୍ୱରଙ୍କ ତରଫରୁ ଅଟେ । କିନ୍ତୁ କିଛି ଲୋକମାନେ ଏହା ବିଶ୍ୱାସ କରନ୍ତିନି । ଆପଣ କʼଣ ବିଶ୍ୱାସ କରନ୍ତି ?” ଏପରି ପ୍ରଶ୍ନ ପଚାରିବା ଦ୍ୱାରା ସେମାନଙ୍କର ଅନେକ ଲୋକମାନଙ୍କ ସହିତ ଭଲ କଥାବାର୍ତ୍ତା ହୋଇପାରିଛି ।

୧୩. ଯେବେ ଲୋକମାନେ ଆମର ସନ୍ଦେଶକୁ ଶୁଣନ୍ତି ନାହିଁ, ତେବେ ଆମେ କʼଣ ମନେ ରଖିପାରିବା ? (ହିତୋପଦେଶ ୨୭:୧୧)

୧୩ ଯଦି ପ୍ରଚାରରେ ଲୋକମାନେ ଆମର ସନ୍ଦେଶ ଶୁଣନ୍ତି ନାହିଁ, ତେବେ ଆମେ ମନେ ରଖିପାରିବା ଯେ ଆମେ ନିଜ ଦାୟିତ୍ୱ ପୂରା କଲୁ । କାରଣ ଯେବେ ଆମେ ଲୋକମାନଙ୍କୁ ଖୁସିଖବର ଶୁଣାଉ, ତେବେ ଆମେ ଯିହୋବା ଓ ଯୀଶୁଙ୍କ ଇଚ୍ଛା ପୂରା କରୁ । (ପ୍ରେରି. ୧୦:୪୨) ଯଦି ପ୍ରଚାରରେ ଆମକୁ ଲୋକମାନେ ଭେଟନ୍ତିନି ବା ଆମର ବିରୋଧ କରନ୍ତି, ତେବେ ବି ଆମେ ଖୁସି ରହିପାରିବା । କାରଣ ସ୍ୱର୍ଗରେ ରହୁଥିବା ଆମ ପିତା ଯିହୋବା ଆମଠାରୁ ଖୁସି ଅଛନ୍ତି ।—ହିତୋପଦେଶ ୨୭:୧୧ ପଢ଼ନ୍ତୁ ।

୧୪. ଯେବେ କାହାରିକୁ ପ୍ରଚାରରେ ଏପରି ଜଣେ ବ୍ୟକ୍ତି ମିଳନ୍ତି ଯିଏ ଈଶ୍ୱରଙ୍କ ବିଷୟରେ ଶିଖିବା ପାଇଁ ଚାହାନ୍ତି, ତେବେ ଆମକୁ କାହିଁକି ଖୁସି ମିଳିବ ?

୧୪ ଯେବେ କେହି ଭାଇ କିମ୍ବା ଭଉଣୀ ଏପରି ବ୍ୟକ୍ତିଙ୍କୁ ଭେଟନ୍ତି ଯିଏ ଈଶ୍ୱରଙ୍କ ବିଷୟରେ ଶିଖିବା ପାଇଁ ଚାହାନ୍ତି, ତେବେ ଆମକୁ ବି ଖୁସି ମିଳେ । ଗୋଟିଏ ପ୍ରହରୀଦୁର୍ଗରେ କୁହାଯାଇଥିଲା ଯେ ପ୍ରଚାର କାମ ଏପରି ଅଟେ ଯେପରି ସମସ୍ତ ଲୋକ ମିଶି ଜଣେ ହଜି ଯାଇଥିବା ପିଲାକୁ ଖୋଜୁଛନ୍ତି । ତାକୁ ଖୋଜିବା ପାଇଁ ସମସ୍ତେ ବହୁତ ପରିଶ୍ରମ କରନ୍ତି ଏବଂ ଚାରିଆଡ଼େ ତାକୁ ଖୋଜନ୍ତି । ଆଉ ଯେବେ କାହାରିକୁ ସେହି ପିଲା ମିଳିଯାଏ, ତେବେ ସମସ୍ତେ ବହୁତ ଖୁସି ହୋଇଯାʼନ୍ତି । ସେହିଭଳି ଶିଷ୍ୟ କରିବାର କାମ ବି ଆମେ ସମସ୍ତେ ମିଶିକି କରୁ । ନିଜ ଅଞ୍ଚଳରେ ଭଲଭାବେ ପ୍ରଚାର କରିବା ପାଇଁ ଆମେ ସମସ୍ତେ ପରିଶ୍ରମ କରୁ ଏବଂ ଯେବେ କେହି ବ୍ୟକ୍ତି ସଭାରେ ଆସିବା ଆରମ୍ଭ କରନ୍ତି, ତେବେ ଆମ ସମସ୍ତଙ୍କୁ ଖୁସି ମିଳେ ।

ଭାବନ୍ତୁ ଯେ ଆପଣ ଯିହୋବା ଓ ଲୋକମାନଙ୍କୁ କେତେ ପ୍ରେମ କରନ୍ତି

୧୫. ପ୍ରଚାର କାମରେ ଆହୁରି ଖୁସି ପାଇବା ପାଇଁ ଆମେ କʼଣ କରିପାରିବା ? (ମାଥିଉ ୨୨:୩୭-୩୯) (ଦିଆଯାଇଥିବା ଚିତ୍ର ମଧ୍ୟ ଦେଖନ୍ତୁ ।)

୧୫ ପ୍ରଚାର କାମରୁ ଆହୁରି ଖୁସି ପାଇବା ଓ ନିଜର ଉତ୍ସାହ ବଢ଼ାଇବା ପାଇଁ ଆମେ କʼଣ କରିପାରିବା ? ଆମେ ଏବିଷୟରେ ଚିନ୍ତନ କରିପାରିବା ଯେ ପ୍ରଚାର କରି ଆମେ ଦେଖାଉ ଯେ ଆମେ ଯିହୋବା ଓ ଲୋକମାନଙ୍କୁ କେତେ ପ୍ରେମ କରୁ । (ମାଥିଉ ୨୨:୩୭-୩୯ ପଢ଼ନ୍ତୁ ।) ତାʼ ସହିତ ଯେବେ ଆମେ ଏବିଷୟରେ ଭାବିବା ଯେ ଆମକୁ ପ୍ରଚାର କରିବା ଦେଖି ଯିହୋବାଙ୍କୁ କେତେ ଖୁସି ମିଳୁଥିବ, ତେବେ ଆମକୁ ପ୍ରଚାର କରିବା ପାଇଁ ଆହୁରି ଇଚ୍ଛା ହେବ । ଆଉ ଯେବେ ଆମେ ଏବିଷୟରେ ଭାବିବା ଯେ ବାଇବଲ ଅଧ୍ୟୟନ କରିବା ଦ୍ୱାରା ଲୋକମାନଙ୍କୁ କେତେ ଖୁସି ମିଳିବ ଓ ଆଗକୁ ଯାଇ ସେମାନଙ୍କୁ ଅନନ୍ତ ଜୀବନ ମିଳିପାରିବ, ତେବେ ପ୍ରଚାର କାମ ପାଇଁ ଆମର ଉତ୍ସାହ ଆହୁରି ବଢ଼ିଯିବ ।—ଯୋହ. ୬:୪୦; ୧ ତୀମ. ୪:୧୬.

ଦୁଇଜଣ ଭଉଣୀ ଘର ଘର ପ୍ରଚାର କରୁଛନ୍ତି । ଜଣେ ଭଉଣୀ ଜଣେ ସ୍ତ୍ରୀଙ୍କୁ ପତ୍ରିକା ଦେଖାଉଛନ୍ତି ଏବଂ ପୂରା ବିଶ୍ୱାସର ସହ କଥା ହେଉଛନ୍ତି ।

ଯେବେ ଆମେ ଏବିଷୟରେ ଭାବିବା ଯେ ଆମେ ଯିହୋବା ଓ ଲୋକମାନଙ୍କୁ କେତେ ପ୍ରେମ କରୁ, ତେବେ ଆମକୁ ପ୍ରଚାର କାମରୁ ଆହୁରି ଖୁସି ମିଳିବ (ପାରାଗ୍ରାଫ ୧୫)


୧୬. ଯଦି ଆପଣ କୌଣସି କାରଣ ଯୋଗୁଁ ଘରୁ ବାହାରକୁ ଯାଇପାରୁ ନାହାନ୍ତି, ତେବେ ବି ଆପଣ କିପରି ଈଶ୍ୱରଙ୍କ ସେବା କରିବାରେ ଖୁସି ପାଇପାରିବେ ? ଉଦାହରଣ ଦିଅନ୍ତୁ ।

୧୬ କʼଣ ଆପଣ କୌଣସି କାରଣ ଯୋଗୁଁ ଘରୁ ବାହାରକୁ ଯାଇପାରୁ ନାହାନ୍ତି କିମ୍ବା ପ୍ରଚାରରେ ସହଯୋଗ କରିପାରୁ ନାହାନ୍ତି ? ତାହେଲେ ନିରାଶ ହୁଅନ୍ତୁ ନାହିଁ । ଭାବନ୍ତୁ ଯେ ଆପଣ କିପରି ଯିହୋବାଙ୍କ ପାଇଁ ଓ ଲୋକମାନଙ୍କ ପାଇଁ ନିଜର ପ୍ରେମ ଦେଖାଇପାରିବେ । ଭାଇ ଶାମୁୟେଲ ଓ ତାଙ୍କ ସ୍ତ୍ରୀ ଡାନିୟାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ । କୋଭିଡ୍‌-୧୯ ମହାମାରୀ ସମୟରେ ସେମାନେ ଘରୁ ବାହାରକୁ ଯାଇପାରୁ ନ ଥିଲେ । ତେଣୁ ସେମାନେ ଫୋନ୍‌ରେ, ଚିଠି ଜରିଆରେ ସାକ୍ଷ୍ୟ ଦେଉଥିଲେ ଏବଂ ଜୁମ୍‌ ଜରିଆରେ ବାଇବଲ ଅଧ୍ୟୟନ ଚଳାଉଥିଲେ । ତାʼ ସହିତ ଯେବେ ଭାଇ କ୍ୟାନସରର ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ପାଖକୁ ଯାଉଥିଲେ, ସେସମୟରେ ବି ସେ ସେଠାରେ ଲୋକମାନଙ୍କୁ ସାକ୍ଷ୍ୟ ଦେଉଥିଲେ । ଭାଇ କହନ୍ତି, “ସମସ୍ୟାଗୁଡ଼ିକର ସାମନା କରିବା ସମୟରେ ଆମେ ବହୁତ ଚିନ୍ତିତ ହୋଇଯାଉ, ବହୁତ ଥକିଯାଉ ଏବଂ ଏକଥାର ବି ପରୀକ୍ଷା ହୁଏ ଯେ ଆମର ବିଶ୍ୱାସ କେତେ ଦୃଢ଼ ଅଛି । ଏପରି ପରିସ୍ଥିତିରେ ବି ଯଦି ଆମେ ଯିହୋବାଙ୍କ ସେବା କରୁଥିବା, ତେବେ ଆମେ ଖୁସି ରହିପାରିବା ।” ମହାମାରୀ ସମୟରେ ହିଁ ଦିନେ ଭଉଣୀ ଡାନିୟା ପଡ଼ିଗଲେ ଆଉ ତାʼଯୋଗୁଁ ସେ ତିନି ମାସ ବିଛଣାରୁ ଉଠିପାରିଲେ ନାହିଁ । ଆଉ ଛଅ ମାସ ସେ ହ୍ୱିଲଚେୟାରରେ ଥିଲେ । ସେ କହନ୍ତି, “ମୁଁ ଯିହୋବାଙ୍କ ସେବାରେ ଯେତେ କରିପାରିଲି, ମୁଁ କରିଲି । ଯେଉଁ ନର୍ସ ମୋର ଯତ୍ନ ନେଉଥିଲେ ମୁଁ ତାଙ୍କୁ ସାକ୍ଷ୍ୟ ଦେଉଥିଲି । ତାʼ ସହିତ ଯେଉଁମାନେ ଆମ ଘରକୁ ଜିନିଷ ଆଣି ଦେଉଥିଲେ, ମୁଁ ସେମାନଙ୍କ ସହିତ ବି କଥା ହେଉଥିଲି । ଆଉ ଫୋନ୍‌ରେ ମୁଁ ଜଣେ ଝିଅ ସହିତ କଥା ହେଉଥିଲି ଯିଏ ଗୋଟିଏ ମେଡିକାଲ କମ୍ପାନିରେ କାମ କରୁଥିଲା ।” ନିଜ ପରିସ୍ଥିତି ଯୋଗୁଁ ଭାଇ ଶାମୁୟେଲ ଓ ତାଙ୍କ ସ୍ତ୍ରୀ ପୂର୍ବ ଭଳି ସେବା କରିପାରୁ ନ ଥିଲେ । କିନ୍ତୁ ସେମାନଙ୍କ ଦ୍ୱାରା ଯେତେ ହୋଇପାରନ୍ତା ସେମାନେ ସେତେ କରିଲେ ଆଉ ଏହା ଯୋଗୁଁ ସେମାନଙ୍କୁ ଖୁସି ମିଳିଲା ।

୧୭. ଯଦି ଆପଣ ଏହି ଲେଖାରେ ଦିଆଯାଇଥିବା ପରାମର୍ଶରୁ ଲାଭ ପାଇବା ପାଇଁ ଚାହାନ୍ତି, ତେବେ ଆପଣଙ୍କୁ କʼଣ କରିବାକୁ ପଡ଼ିବ ?

୧୭ ଏହି ଲେଖାରେ ଆମେ ଯେଉଁ ପାଞ୍ଚଟି ପରାମର୍ଶ ଦେଖିଲୁ, ସେଗୁଡ଼ିକୁ ମାନନ୍ତୁ । ଏହି ପରାମର୍ଶ ମସଲା ଭଳି ଅଟେ । ଯେପରି ଆମେ ତରକାରୀକୁ ସ୍ୱାଦିଷ୍ଟ କରିବା ପାଇଁ ଅଲଗା ଅଲଗା ମସଲା ପକାଉ । ଠିକ୍‌ ସେହିପରି ଯେବେ ଆମେ ଏହି ପରାମର୍ଶଗୁଡ଼ିକୁ ମାନିବା, ତେବେ ଆମେ ନିଜ ଡରକୁ କାବୁ କରିପାରିବା ଓ ଆମକୁ ପ୍ରଚାର କାମରୁ ଆହୁରି ଖୁସି ମିଳିବ ।

ପ୍ରଚାର କାମରୁ ଆହୁରି ଖୁସି ପାଇବା ପାଇଁ ଆଗକୁ ଦିଆଯାଇଥିବା କଥାଗୁଡ଼ିକରୁ କିପରି ସାହାଯ୍ୟ ମିଳେ ?

  • ସମୟ ବାହାର କରି ଭଲଭାବେ ପ୍ରସ୍ତୁତି କରିବା ।

  • ସାହସ ପାଇଁ ପ୍ରାର୍ଥନା କରିବା ।

  • ଏବିଷୟରେ ଭାବିବା ଯେ ପ୍ରଚାର କରି ଆମେ ଯିହୋବା ଓ ଲୋକମାନଙ୍କ ପାଇଁ ପ୍ରେମ ଦେଖାଉ ।

ଗୀତ ୮୦ “ପାରାଖ୍‌କର୍‌ ଦେଖୋ କି ୟହୋୱା କିତ୍‌ନା ଭାଲା ହୈ”

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ