ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଫେବୃୟାରୀ ପୃଷ୍ଠା ୮
  • ଧୈର୍ଯ୍ୟ ଓ ବ୍ୟଗ୍ରତାର ସହ ଅପେକ୍ଷା କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଧୈର୍ଯ୍ୟ ଓ ବ୍ୟଗ୍ରତାର ସହ ଅପେକ୍ଷା କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ସମସ୍ୟା ସମୟରେ ଯିହୋବା ଆମକୁ ଧରି ରଖନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଫେବୃୟାରୀ ପୃଷ୍ଠା ୮

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଧୈର୍ଯ୍ୟ ଓ ବ୍ୟଗ୍ରତାର ସହ ଅପେକ୍ଷା କରନ୍ତୁ

ଆପଣ କେତେ ସମୟ ହେଲା ଈଶ୍ୱରଙ୍କ ରାଜ୍ୟର ଅପେକ୍ଷା କରୁଛନ୍ତି? କʼଣ ଆପଣ ସମସ୍ୟାଗୁଡ଼ିକର ସାମନା କରିବା ସତ୍ତ୍ୱେ ଏହାର ଅପେକ୍ଷା କରୁଛନ୍ତି? (ରୋମୀ ୮:୨୫, NW) ଆମର କିଛି ଭାଇଭଉଣୀମାନଙ୍କ ଉପରେ ଅତ୍ୟାଚାର କରାଯାଉଛି, କିଛି ଲୋକ ଜେଲ୍‌ରେ ଅଛନ୍ତି, ଅନେକେ ଘୃଣାଭାବର ଶିକାର ହେଉଛନ୍ତି, ଆଉ କିଛି ଲୋକଙ୍କ ଜୀବନରେ ମୃତ୍ୟୁର ବିପଦ ରହିଛି । କେବଳ ଏତିକି ନୁହେଁ, କିଛି ଭାଇଭଉଣୀ ଲମ୍ବା ସମୟ ଧରି ରୋଗ ଓ ବୃଦ୍ଧାବସ୍ଥାର ସମସ୍ୟାସବୁ ଦେଇ ଗତି କରୁଛନ୍ତି ।

ଆମେ ଯେକୌଣସି ସମସ୍ୟାର ସାମନା କରୁଥାଉ ନା କାହିଁକି, ଆମେ ବ୍ୟଗ୍ରତାର ସହ ଈଶ୍ୱରଙ୍କ ରାଜ୍ୟର ଅପେକ୍ଷା କରିପାରିବା । ଏଥିପାଇଁ ଆମକୁ କʼଣ କରିବାକୁ ହେବ? ଆମ ବିଶ୍ୱାସକୁ ମଜବୁତ୍‌ କରିବା ପାଇଁ ଆମକୁ ପ୍ରତିଦିନ ବାଇବଲ ପଢ଼ିବାକୁ ହେବ ଏବଂ ତାʼ ଉପରେ ଚିନ୍ତନ କରିବାକୁ ହେବ । ଆମକୁ ନିଜ ଆଶା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ । (୨କରି ୪:୧୬-୧୮; ଏବ୍ରୀ ୧୨:୨) ଆମକୁ ଯିହୋବାଙ୍କୁ କାକୁତିମିନତି କରିବାକୁ ହେବ ଏବଂ ପବିତ୍ର ଶକ୍ତି ପାଇଁ ତାହାଙ୍କୁ ଅନୁରୋଧ କରିବାକୁ ହେବ । (ଲୂକ ୧୧:୧୦, ୧୩; ଏବ୍ରୀ ୫:୭) ଆମ ପିତା ଯିହୋବା ଆମକୁ ସାହାଯ୍ୟ କରିବେ, ଯାହାଫଳରେ ଆମେ ବ୍ୟଗ୍ରତାର ସହ ଆନନ୍ଦରେ ଧୈର୍ଯ୍ୟ ଧରିପାରିବା ।—କଲ ୧:୧୧; ଯାକୁ ୧:୨, ୩.

“ଧୈର୍ଯ୍ୟ ସହକାରେ ଦୌଡ଼ିବା ଜାରି ରଖନ୍ତୁ”—ଦୃଢ଼ ବିଶ୍ୱାସ ରଖନ୍ତୁ ଯେ ପୁରସ୍କାର ନିଶ୍ଚୟ ମିଳିବ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଜେମି ଓ ତାଙ୍କ ସ୍ତ୍ରୀ ଚାର ସେବାରେ

    ଆମ ସହିତ ହଠାତ କେଉଁ ପ୍ରକାରର ଅଘଟଣ ହୋଇପାରେ? (ଉପ ୯:୧୧)

  • ଜେମିଙ୍କ ଷ୍ଟାକ୍‌ ପରେ, କାର୍ଲ ତାଙ୍କୁ ଏକ ବାଇବଲ ପଦ ଦେଖାଉଛନ୍ତି

    ପ୍ରାର୍ଥନା କରିବା ଦ୍ୱାରା କିପରି ଆମକୁ ସାହସ ମିଳିବ?

  • ଜେମି ଓ କାର୍ଲ ଏକ ଦମ୍ପତିଙ୍କ ସହ ତିପାଳକ ଭେଟ କରୁଛନ୍ତି

    ଯଦି ଆମେ ଆଗ ଭଳି ଯିହୋବାଙ୍କ ସେବା କରିପାରୁ ନାହୁଁ, ତଥାପି ଆମ ପକ୍ଷେ ଯାହା ସମ୍ଭବ ତାହା କାହିଁକି କରିବା ଉଚିତ୍‌?

  • ଜେମି ପାରଦୀଶରେ ପୁଣିଥରେ ଠିକ୍‌ ହୋଇଯିବାର କଳ୍ପନା କରୁଛନ୍ତି

    ପୁରସ୍କାର ଉପରେ ନିଜ ଧ୍ୟାନ କେନ୍ଦ୍ରିତ କରନ୍ତୁ

    ଆପଣଙ୍କୁ ନିଶ୍ଚୟ ପୁରସ୍କାର ମିଳିବ ବୋଲି କେଉଁଥିରୁ ଆପଣଙ୍କ ବିଶ୍ୱାସ ବଢ଼ିଛି?

ଯେଉଁମାନେ ସମସ୍ୟାରେ ଅଛନ୍ତି, ସେମାନଙ୍କ ପାଇଁ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଆପଣ କʼଣ କରିପାରିବେ?

  • ସେମାନଙ୍କ ସହିତ ପ୍ରେମର ସହ କଥା ହୁଅନ୍ତୁ ଏବଂ ସେମାନଙ୍କୁ ଅନ୍ୟମାନଙ୍କ ସହ ତୁଳନା କରନ୍ତୁ ନାହିଁ

  • ସେମାନଙ୍କ କଥା ଧ୍ୟାନ ଦେଇ ଶୁଣନ୍ତୁ

  • ନିଜ ପ୍ରାର୍ଥନାରେ ସେମାନଙ୍କୁ ମନେ ପକାନ୍ତୁ ଏବଂ ସେମାନଙ୍କ ସହ ମିଶି ମଧ୍ୟ ପ୍ରାର୍ଥନା କରନ୍ତୁ

  • ସେମାନଙ୍କ ପାଇଁ ରୋଷେଇ କରିଦିଅନ୍ତୁ କିମ୍ବା ସେମାନଙ୍କ ଘରର ଅନ୍ୟ କୌଣସି କାମ କରନ୍ତୁ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ