ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g21 ସଂ ୧ ପୃଷ୍ଠା ୧୫
  • ଆପଣ ଈଶ୍ୱରଙ୍କ ପରାମର୍ଶ ପାଇପାରିବେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣ ଈଶ୍ୱରଙ୍କ ପରାମର୍ଶ ପାଇପାରିବେ
  • ସଜାଗ ହୁଅ !—୨୦୨୧
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଈଶ୍ୱର ଚାହାନ୍ତି ଯେ ଆମେ ତାଙ୍କଠାରୁ ଶିଖୁ
  • ଈଶ୍ୱର ଯେଉଁ କଥାଗୁଡ଼ିକ ଲେଖାଇଛନ୍ତି, ତାହା ଜାଣନ୍ତୁ
  • ଆମେ କିପରି ଈଶ୍ୱରଙ୍କ ବାଣୀ ଶୁଣିବା?
    ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ବାଇବଲ—ଈଶ୍ୱରଙ୍କ ତରଫରୁ ଏକ ବହି
    ବାଇବଲ ଆମକୁ କʼଣ ଶିଖାଏ?
  • ଖୁସିର ଖବର କʼଣ ପ୍ରକୃତରେ ପରମେଶ୍ୱରଙ୍କ ତରଫରୁ ଅଟେ?
    ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ବାଇବଲକୁ ଈଶ୍ୱର ଲେଖାଇଛନ୍ତି
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆହୁରି ଦେଖନ୍ତୁ
ସଜାଗ ହୁଅ !—୨୦୨୧
g21 ସଂ ୧ ପୃଷ୍ଠା ୧୫

ଆପଣ ଈଶ୍ୱରଙ୍କ ପରାମର୍ଶ ପାଇପାରିବେ

ପୂରା ବାଇବଲରେ ଯେଉଁ କଥାଗୁଡ଼ିକ ଲେଖାଅଛି, ତାହା ଈଶ୍ୱର ଲେଖାଇଛନ୍ତି । ଏହା ଆମେ କିପରି କହିପାରିବା ? ଈଶ୍ୱର ହଜାର ହଜାର ବର୍ଷ ପୂର୍ବେ ନିଜ ଚିନ୍ତାଧାରା କିଛି ଲୋକମାନଙ୍କୁ ଜଣାଇଲେ ଏବଂ ସେମାନେ ତାହା ଲେଖିଲେ । ସେମାନେ ଯାହା ବି ଲେଖିଲେ ତାହା “ଈଶ୍ୱର ନିଶ୍ୱସିତ” ଅର୍ଥାତ୍‌ ଈଶ୍ୱରଙ୍କ ପ୍ରେରଣା ଦ୍ୱାରା ଲେଖିଲେ ।—୨ ତୀମଥି ୩:୧୬.

କʼଣ ଆପଣ ଜାଣନ୍ତି ?

  • ଗୋଟିଏ ବହିର କିଛି ଭାଗ

    ୬୬

    ଛୋଟ ଛୋଟ ବହିଗୁଡ଼ିକୁ କିମ୍ବା ଭାଗଗୁଡ଼ିକୁ ନେଇ ବାଇବଲ ତିଆରି ହୋଇଛି ।

  • କାହାରି ହାତରେ ଗୋଟିଏ କଲମ ଅଛି ଯାହା ସାହାଯ୍ୟରେ ସେ ଲେଖୁଛି । ଉପରୁ ଆଲୋକ ଆସୁଛି ।

    ୪୦

    ଜଣ ଲୋକମାନଙ୍କ ଦ୍ୱାରା ଈଶ୍ୱର ବାଇବଲକୁ ଲେଖାଇଛନ୍ତି ।

  • ବାଲି ଘଣ୍ଟା ।

    ପ୍ରାୟ ୩,୫୦୦ ବର୍ଷ ପୂର୍ବେ

    ବାଇବଲର ପ୍ରଥମ ବହି ଲେଖାଗଲା ।

  • କିଛି ଭାଷାର ଅକ୍ଷର ।

    ୩,୦୦୦ରୁ ଅଧିକ

    ଭାଷାଗୁଡ଼ିକରେ ପୂରା ବାଇବଲ କିମ୍ବା ତାର କିଛି ଭାଗ ଉପଲବ୍ଧ ଅଛି ।

ଈଶ୍ୱର ଚାହାନ୍ତି ଯେ ଆମେ ତାଙ୍କଠାରୁ ଶିଖୁ

‘ଯିହୋବା କହନ୍ତି; ଆମ୍ଭେ ତୁମ୍ଭକୁ ଉପକାରଜନକ ଶିକ୍ଷା ଦେଉ, ତୁମ୍ଭର ଗନ୍ତବ୍ୟ ପଥରେ ତୁମ୍ଭକୁ ଗମନ କରାଉ । ଆଃ, ତୁମ୍ଭେ ଯେବେ ଆମ୍ଭ ଆଜ୍ଞାରେ ମନୋଯୋଗ କରିଥାʼନ୍ତ ! ତେବେ ତୁମ୍ଭର ଶାନ୍ତି ନଦୀ ତୁଲ୍ୟ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ୟ ହୋଇଥାʼନ୍ତା ।’—ଯିଶାଇୟ ୪୮:୧୭, ୧୮.

ଈଶ୍ୱର ଚାହାନ୍ତି ଯେ ଆମକୁ ମନର ଶାନ୍ତି ମିଳୁ ଏବଂ ଆମେ ସବୁଦିନ ପାଇଁ ଖୁସିରେ ରହୁ । ତେଣୁ ସେ କହନ୍ତି ଯେ ଆମେ କʼଣ କରିବା ଉଚିତ୍‌ ।

ଈଶ୍ୱର ଯେଉଁ କଥାଗୁଡ଼ିକ ଲେଖାଇଛନ୍ତି, ତାହା ଜାଣନ୍ତୁ

‘ସମସ୍ତ ଜାତି ନିକଟରେ ସୁସମାଚାର ଅବଶ୍ୟ ଘୋଷଣା କରାଯିବ ।’—ମାର୍କ ୧୩:୧୦.

“ସୁସମାଚାର” ଅର୍ଥାତ୍‌ ଖୁସିର ଖବର ଏହା ହେଉଛି ଯେ ଖୁବ୍‌ ଶୀଘ୍ର ଯିହୋବା ଦୁଃଖକଷ୍ଟକୁ ସମାପ୍ତ କରିଦେବେ । ଏହି ପୃଥିବୀକୁ ସୁନ୍ଦର ବଗିଚା କରିଦେବେ ଏବଂ ଆମ ନିଜ ଲୋକମାନେ ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି, ସେମାନଙ୍କୁ ଜୀବିତ କରିବେ । ଯିହୋବାଙ୍କ ସାକ୍ଷୀମାନେ ସାରା ପୃଥିବୀରେ ଏହି ଖୁସିର ଖବରକୁ ଶୁଣାଉଛନ୍ତି ।

ବାଇବଲ ପଢ଼ିବା ଦ୍ୱାରା ମୋତେ ମୋ ନିଜ ପ୍ରଶ୍ନଗୁଡ଼ିକର ଉତ୍ତର ମିଳିଲା

ରାକେଶ କହନ୍ତି, “ଯେତେବେଳେ ମୁଁ ଛୋଟ ଥିଲି, ମୁଁ ଗୋଟେ କଥା ବୁଝିପାରୁ ନ ଥିଲି ଯେ ଯିଏ ଦୁନିଆକୁ ସୃଷ୍ଟି କରିଛି, ସେ କିଏ ଅଟନ୍ତି । କାରଣ ମୁଁ ଦେଖୁଥିଲି ଯେ ପ୍ରତ୍ୟେକ ଦେଶର ଲୋକେ ନିଜ ନିଜ ହିସାବରେ ଅଲଗା ଅଲଗା ଈଶ୍ୱରଙ୍କୁ ମାନନ୍ତି । କିନ୍ତୁ ଏହା କିପରି ସମ୍ଭବ ଯେ ସମସ୍ତଙ୍କର ନିଜ ନିଜ ଈଶ୍ୱର ଅଛି ? ତାʼପରେ ମୁଁ ବାଇବଲରୁ ପଢ଼ିଲି ଯେ ପ୍ରକୃତରେ ଜଣେ ହିଁ ଈଶ୍ୱର ଅଛନ୍ତି ଯିଏ ସବୁକିଛି ସୃଷ୍ଟି କରିଛନ୍ତି । ସେ କୌଣସି ଗୋଟେ ଦେଶର ନୁହଁ, ବରଂ ସବୁ ରାଷ୍ଟ୍ରର ଈଶ୍ୱର ଅଟନ୍ତି । (ରୋମୀୟ ୩:୨୯) ତାଙ୍କ ନାମ ଯିହୋବା । ଏହା ଜାଣି ମୋତେ ବହୁତ ଭଲ ଲାଗିଲା । ଯିହୋବା ଚାହାନ୍ତି ଯେ ଆମେ ତାଙ୍କ ସହ ମଜବୁତ୍‌ ସମ୍ପର୍କ ଗଢ଼ିବା ଏବଂ ତାଙ୍କ ସାଙ୍ଗ ହେବା ।”

ରାକେଶ ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ