ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୬ ପୃଷ୍ଠା ୯
  • ପଦକୁ ସ୍ପଷ୍ଟ ଭାବେ ବୁଝାଇବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପଦକୁ ସ୍ପଷ୍ଟ ଭାବେ ବୁଝାଇବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ପଦର ଉପଯୁକ୍ତ ପରିଚୟ ଦେବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଫଳପ୍ରଦ ସମାପ୍ତି କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ତଥ୍ୟକୁ ଲାଗୁ କରିବାର ଲାଭ ସ୍ପଷ୍ଟ ଭାବେ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଶ୍ରୋତାମାନଙ୍କ କାମରେ ଆସିବା ଭଳି ତଥ୍ୟ ଦେବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୬ ପୃଷ୍ଠା ୯

ଅଧ୍ୟୟନ ୬

ପଦକୁ ସ୍ପଷ୍ଟ ଭାବେ ବୁଝାଇବା

ବାଇବଲ ପଦ

ଯୋହନ ୧୦:୩୩-୩୬

ସାରାଂଶ: କେବଳ ପଦକୁ ପଢ଼ି ଆଗକୁ ବଢ଼ିଯିବା ଠିକ୍‌ ହେବ ନାହିଁ । ନିଶ୍ଚିତ ହୁଅନ୍ତୁ ଯେ ଆପଣ ଯେଉଁ ପଦ ପଢ଼ୁଛନ୍ତି ଏବଂ ଯେଉଁ କଥା ବୁଝାଇବାକୁ ଚାହୁଁଛନ୍ତି, ସେମଧ୍ୟରେ କʼଣ ସମ୍ପର୍କ ରହିଛି, ତାହା ଆପଣଙ୍କ ଶ୍ରୋତାମାନେ ସ୍ପଷ୍ଟ ଭାବେ ଜାଣନ୍ତୁ ।

ଏହା କିପରି କରିପାରିବେ:

  • ମୁଖ୍ୟ ଶବ୍ଦଗୁଡ଼ିକୁ ଅଲଗା କରନ୍ତୁ । କୌଣସି ପଦକୁ ପଢ଼ିବା ପରେ ସେଥିରେ ଥିବା ଏପରି ଶବ୍ଦଗୁଡ଼ିକ ପ୍ରତି ଜୋର୍‌ ଦିଅନ୍ତୁ, ଯାହାର ସିଧାସଳଖ ଭାବେ ଆପଣଙ୍କ ବିଷୟ ସହିତ ସମ୍ପର୍କ ରହିଛି । ଏପରି କରିବା ପାଇଁ ଆପଣ ହୁଏତ ସେହି ଶବ୍ଦଗୁଡ଼ିକୁ ପୁଣି ଦୋହରାଇପାରିବେ, କିମ୍ବା ଏକ ପ୍ରଶ୍ନ ପଚାରିପାରିବେ ଯାହାଫଳରେ ଆପଣଙ୍କ ଶ୍ରୋତାମାନେ ମୁଖ୍ୟ ଶବ୍ଦଗୁଡ଼ିକ ପ୍ରତି ଧ୍ୟାନ ଦେବେ ।

    ବ୍ୟବହାରିକ ପରାମର୍ଶ

    ପଦରେ ଥିବା କଥାକୁ ବୁଝାଇବା ପାଇଁ ଅନେକେ ହୁଏତ ଅନ୍ୟ ଶବ୍ଦଗୁଡ଼ିକର ବ୍ୟବହାର କରିଥାʼନ୍ତି । ଯଦି ଆପଣ ଏପରି କରନ୍ତି, ତେବେ ନିଶ୍ଚିତ ହୁଅନ୍ତୁ ଯେ ବାଇବଲରେ ଥିବା ଶବ୍ଦଗୁଡ଼ିକର କିପରି ଆପଣଙ୍କ ମୁଖ୍ୟ ବିଷୟ ସହିତ ସମ୍ପର୍କ ରହିଛି, ତାହା ଆପଣଙ୍କ ଶ୍ରୋତାମାନେ ଯେପରି ସହଜରେ ଦେଖିପାରନ୍ତି ।

  • ବିଷୟ ଉପରେ ଜୋର୍‌ ଦିଅନ୍ତୁ । ଯଦି ଆପଣ ପଦ ପଢ଼ିବାର ସଠିକ୍‌ କାରଣ ଦର୍ଶାଇ ପଦ ପଢ଼ିଛନ୍ତି, ତେବେ ବୁଝାନ୍ତୁ ଯେ ପଦରେ ଥିବା ମୁଖ୍ୟ ଶବ୍ଦଗୁଡ଼ିକର ସେହି କାରଣ ସହିତ କʼଣ ସମ୍ପର୍କ ରହିଛି ।

    ବ୍ୟବହାରିକ ପରାମର୍ଶ

    ଯେତେବେଳେ ଆପଣ ପଦ ଉପରେ ଆଲୋଚନା କରନ୍ତି, ଆପଣଙ୍କ ବାଇବଲ ଖୋଲା ରଖନ୍ତୁ । ଏହାଦ୍ୱାରା ଆପଣଙ୍କ ଶ୍ରୋତାମାନେ ସ୍ପଷ୍ଟ ଦେଖିପାରିବେ ଯେ ଆପଣ ଏବେ ଏବେ ପଢ଼ିଥିବା ପଦ ସହିତ ଆପଣଙ୍କ ଶବ୍ଦଗୁଡ଼ିକ ମଧ୍ୟରେ କʼଣ ସମ୍ପର୍କ ରହିଛି ।

  • ସରଳ ଉପାୟରେ ପଦକୁ ଲାଗୁ କରନ୍ତୁ । ପଦରେ ଥିବା ଯେଉଁ ଶବ୍ଦଗୁଡ଼ିକର ଆପଣଙ୍କ ଆଲୋଚନାର ବିଷୟ ସହ କୌଣସି ସମ୍ପର୍କ ନାହିଁ, ତାʼ ଉପରେ ଅଯଥା ଟିପ୍ପଣୀ ଦିଅନ୍ତୁ ନାହିଁ । ଆପଣଙ୍କ ଶ୍ରୋତାମାନେ ସେହି ବିଷୟ ଉପରେ ହୁଏତ ଆଗରୁ କିଛି ଜାଣିଥିବେ । ତେଣୁ ତାʼ ଆଧାରରେ ନିର୍ଣ୍ଣୟ କରନ୍ତୁ ଯେ ପଦକୁ ସ୍ପଷ୍ଟ ଭାବେ ସେମାନଙ୍କୁ ବୁଝାଇବା ପାଇଁ ଆପଣ କେତେ ତଥ୍ୟ ଉପରେ ଆଲୋଚନା କରିବା ଜରୁରୀ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ