ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g21 ସଂ ୧ ପୃଷ୍ଠା ୧୨-୧୩
  • ଗୋଟିଏ ଭଲ ଭବିଷ୍ୟତର ପ୍ରତିଜ୍ଞା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଗୋଟିଏ ଭଲ ଭବିଷ୍ୟତର ପ୍ରତିଜ୍ଞା
  • ସଜାଗ ହୁଅ !—୨୦୨୧
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଈଶ୍ୱର ଦୁଷ୍ଟଲୋକମାନଙ୍କୁ ବିନାଶ କରିଦେବେ
  • ଈଶ୍ୱର ଶୟତାନକୁ ବିନାଶ କରିଦେବେ
  • ଈଶ୍ୱର ରୋଗ ଓ ମୃତ୍ୟୁକୁ ସମାପ୍ତ କରିଦେବେ
  • ଈଶ୍ୱର ଏହି ପୃଥିବୀକୁ ସୁନ୍ଦର ବଗିଚା କରିଦେବେ
  • ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି, ଈଶ୍ୱର ସେମାନଙ୍କୁ ଜୀବିତ କରିବେ
  • ପୃଥିବୀ ପ୍ରତି ପରମେଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ?
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ଆପଣଙ୍କର ଭବିଷ୍ୟତ ସୁଖମୟ ହୋଇପାରେ !
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
  • ଏକ ଶାନ୍ତିମୟ ନୂତନ ପୃଥିବୀରେ ଜୀବନ
    ଏକ ଶାନ୍ତିମୟ ନୂତନ ପୃଥିବୀରେ ଜୀବନ
  • ମାନବଜାତି ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ଅଟେ ?
    ବାଇବଲ ଆମକୁ କʼଣ ଶିଖାଏ?
ଆହୁରି ଦେଖନ୍ତୁ
ସଜାଗ ହୁଅ !—୨୦୨୧
g21 ସଂ ୧ ପୃଷ୍ଠା ୧୨-୧୩
ମଣିଷ ଓ ପଶୁମାନଙ୍କୁ ପରସ୍ପର ତି ବିପଦ ନାହିVA-.35VA.35, ଖାଇବାର କିଛି ଅଭାବ ନାହିVA-.35VA.35 ଏବଂ ଥିବୀ ସଫାସୁତୁରା ଓ ସୁନ୍ଦର ଅଛି ।

ଗୋଟିଏ ଭଲ ଭବିଷ୍ୟତର ପ୍ରତିଜ୍ଞା

ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ସେ ଗୋଟିଏ ଭଲ ଭବିଷ୍ୟତ ଦେବେ । ସେ କହିଛନ୍ତି ଯେ ଖୁବ୍‌ ଶୀଘ୍ର ଦୁଃଖକଷ୍ଟ ଦୂର ହେବ ଏବଂ ମଣିଷ ପୃଥିବୀରେ ଖୁସିରେ ବଞ୍ଚିବେ । (ଗୀତସଂହିତା ୩୭:୧୧) ଈଶ୍ୱର ତାଙ୍କ ପ୍ରତିଜ୍ଞା ନିଶ୍ଚୟ ପୂରା କରିବେ କାରଣ ‘ସେ ମନୁଷ୍ୟ ନୁହଁନ୍ତି ଯେ, ସେ ମିଥ୍ୟା କହିବେ ।’ (ଗଣନା ପୁସ୍ତକ ୨୩:୧୯) ଆସନ୍ତୁ ଜାଣିବା ଯେ ଆଗକୁ ଯାଇ ସେ କʼଣ କʼଣ କରିବେ ।

ଈଶ୍ୱର ଦୁଷ୍ଟଲୋକମାନଙ୍କୁ ବିନାଶ କରିଦେବେ

“ଯେତେବେଳେ ଦୁଷ୍ଟଗଣ ତୃଣ ପରି ଅଙ୍କୁରିତ ଓ ଅଧର୍ମାଚାରୀମାନେ ପ୍ରଫୁଲ୍ଲ ହୁଅନ୍ତି, ସେତେବେଳେ ସେମାନଙ୍କ ନିତ୍ୟସ୍ଥାୟୀ ବିନାଶ ନିମନ୍ତେ ସେପରି ହୁଏ ।”—ଗୀତସଂହିତା ୯୨:୭.

ପବିତ୍ର ଶାସ୍ତ୍ରରେ ବହୁତ ଆଗରୁ କୁହାଯାଇଥିଲା ଯେ ଦୁନିଆର “ଶେଷକାଳରେ” ଲୋକମାନେ ବହୁତ ଖରାପ କାମ କରିବେ । (୨ ତୀମଥି ୩:୧-୫) ପୂର୍ବ ଲେଖାରେ ଆମେ ଦେଖିଲୁ ଯେ ଆଜି ବିଲକୁଲ୍‌ ଏପରି ହିଁ ହେଉଛି । ଦୁଷ୍ଟତା ବଢ଼ି ବଢ଼ି ଯାଉଛି । ଖୁବ୍‌ ଶୀଘ୍ର ଈଶ୍ୱର ଏହି ଦୁନିଆର ସବୁ ଦୁଷ୍ଟ ଲୋକମାନଙ୍କୁ ବିନାଶ କରିଦେବେ । ତାʼପରେ ଏହି ପୃଥିବୀରେ କେବଳ ଭଲ ଲୋକମାନେ ରହିବେ ଅର୍ଥାତ୍‌ ସେହି ଲୋକମାନେ, ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ମାନନ୍ତି । ଶାସ୍ତ୍ରରେ ଲେଖାଅଛି, “ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ ବାସ କରିବ ।”—ଗୀତସଂହିତା ୩୭:୨୯.

ଈଶ୍ୱର ଶୟତାନକୁ ବିନାଶ କରିଦେବେ

“ଶାନ୍ତିଦାତା ଈଶ୍ୱର ଶୟତାନକୁ ଶୀଘ୍ର ତୁମ୍ଭମାନଙ୍କ ପଦ ତଳେ ଦଳିପକାଇବେ ।”—ରୋମୀୟ ୧୬:୨୦.

ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ଖୁବ୍‌ ଶୀଘ୍ର ଏପରି ସମୟ ଆସିବ, ଯେବେ ଆମକୁ କାହାରି ଡର ନ ଥିବ । କାରଣ ସେସମୟରେ ଶୟତାନ ନ ଥିବ, ଦୁଷ୍ଟଦୂତମାନେ ନ ଥିବେ ଏବଂ ଖରାପ ଲୋକମାନେ ମଧ୍ୟ ନ ଥିବେ । ପୃଥିବୀରେ ଚାରିଆଡ଼େ ଶାନ୍ତି ଥିବ ।—ମୀଖା ୪:୪.

ଈଶ୍ୱର ରୋଗ ଓ ମୃତ୍ୟୁକୁ ସମାପ୍ତ କରିଦେବେ

‘ଈଶ୍ୱର ମଣିଷମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ ।’—ପ୍ରକାଶିତ ବାକ୍ୟ ୨୧:୪.

ଶୟତାନ, ଆଦମ ଓ ହବା ଯୋଗୁଁ ଆମକୁ ଯେଉଁ ଦୁଃଖକଷ୍ଟ ସହିବାକୁ ପଡ଼ୁଛି, ଈଶ୍ୱର ତାହା ପୂରାପୂରି ସମାପ୍ତ କରିଦେବେ । ତାʼପରେ କେହି ରୋଗରେ ପଡ଼ିବେ ନାହିଁ ଏବଂ ମୃତ୍ୟୁ ମଧ୍ୟ ହେବ ନାହିଁ । ଯେଉଁ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ମାନନ୍ତି ଏବଂ ତାଙ୍କ ଭକ୍ତି କରନ୍ତି, ସେମାନେ ସବୁଦିନ ପାଇଁ ଜୀଇଁବେ । କିନ୍ତୁ କେଉଁଠି ?

ଈଶ୍ୱର ଏହି ପୃଥିବୀକୁ ସୁନ୍ଦର ବଗିଚା କରିଦେବେ

‘ପ୍ରାନ୍ତର ଓ ଶୂନ୍ୟସ୍ଥାନ ଆନନ୍ଦିତ ହେବ; ଆଉ, ମରୁଭୂମି ଉଲ୍ଲସିତ ହୋଇ କେଶର ତୁଲ୍ୟ ପ୍ରଫୁଲ୍ଲ ହେବ ।’—ଯିଶାଇୟ ୩୫:୧.

ଯେବେ ଈଶ୍ୱର ଦୁଷ୍ଟମାନଙ୍କୁ ବିନାଶ କରିଦେବେ, ତେବେ ଏହି ପୃଥିବୀ ସଫାସୁତୁରା ଓ ସୁନ୍ଦର ହୋଇଯିବ । ଜାଗା ଜାଗାରେ ସୁନ୍ଦର ବଗିଚାଗୁଡ଼ିକ ଥିବ ଏବଂ ଖାଇବାର କୌଣସି ଅଭାବ ହେବ ନାହିଁ । (ଗୀତସଂହିତା ୭୨:୧୬) ସମୁଦ୍ର ଓ ନଦୀର ପାଣି ପୂରା ସଫା ରହିବ ଏବଂ ସେଥିରେ ଅନେକ ଜୀବ ରହିବେ । ପାଣି ଓ ପବନ ସଫା ରହିବ ଏବଂ ପ୍ରଦୂଷଣ ରହିବ ନାହିଁ । ଆମେ ସମସ୍ତେ ନିଜ ନିଜ ଘର ତିଆରି କରିବା ଏବଂ ସେଥିରେ ରହିବା । କେହି ଭୋକରେ ରହିବେ ନାହିଁ ଏବଂ କେହି ମଧ୍ୟ ଗରିବ ନ ଥିବେ ।—ଯିଶାଇୟ ୬୫:୨୧, ୨୨.

ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି, ଈଶ୍ୱର ସେମାନଙ୍କୁ ଜୀବିତ କରିବେ

“ମରିଯାଇଥିବା ଲୋକମାନଙ୍କୁ ଜୀବିତ କରାଯିବ ।”—ପ୍ରେରିତ ୨୪:୧୫, NWT.

କʼଣ ଆପଣ ନିଜ ସମ୍ପର୍କୀୟଙ୍କୁ କିମ୍ବା ସାଙ୍ଗମାନଙ୍କୁ ମୃତ୍ୟୁରେ ହରାଇଛନ୍ତି ? କʼଣ ଆପଣ ସେମାନଙ୍କ ସହ ପୁଣି ଭେଟିବାକୁ ଚାହାନ୍ତି ? ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ଖୁବ୍‌ ଶୀଘ୍ର ସେମାନଙ୍କୁ ଏହି ପୃଥିବୀରେ ଜୀବିତ କରିବେ । ଯେବେ ଆପଣ ସେମାନଙ୍କ ସହ ଭେଟିବେ, ତେବେ ଆପଣ ପରସ୍ପରକୁ ଚିହ୍ନିପାରିବେ । ଭାବନ୍ତୁ ସେହି ସମୟରେ ଆପଣଙ୍କୁ କେତେ ଖୁସି ଲାଗିବ । ଆପଣ ଈଶ୍ୱରଙ୍କ ଏହି ପ୍ରତିଜ୍ଞା ଉପରେ ପୂରା ଭରସା କରିପାରିବେ, କାରଣ ପ୍ରାଚୀନ ସମୟରେ କିଛି ଲୋକମାନଙ୍କୁ ଜୀବିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ କିଛି ବଡ଼ ଲୋକ ଥିଲେ ଏବଂ କିଛି ଛୋଟ ପିଲାମାନେ ଥିଲେ । ଏପରି ସତରେ ହୋଇଥିଲା, କାରଣ ଈଶ୍ୱରଙ୍କ ପୁଅ ଯୀଶୁ ଅନେକ ଲୋକଙ୍କୁ ଜୀବିତ କରିଥିଲେ ତାହା ମଧ୍ୟ ଅନେକ ଲୋକଙ୍କ ସାମନାରେ । ଜୀବିତ ହେବା ପରେ ସେମାନେ ନିଜ ପରିବାର ସହ ରହିବାକୁ ଲାଗିଲେ ।—ଲୂକ ୮:୪୯-୫୬; ଯୋହନ ୧୧:୧୧-୧୪, ୩୮-୪୪.

ଏବେ ମୁଁ ସତରେ ଖୁସିରେ ଅଛି

ରବି କହନ୍ତି, “ମୋତେ ମନେ ଅଛି, ଯେବେ ମୁଁ ପ୍ରଥମ ଥର ଶୁଣିଲି ଯେ ଏହି ପୃଥିବୀ ସୁନ୍ଦର ବଗିଚା ହୋଇଯିବ, କୌଣସି ଦୁଃଖକଷ୍ଟ ରହିବ ନାହିଁ, ରୋଗ ହେବ ନାହିଁ, କାହାରି ମୃତ୍ୟୁ ହେବ ନାହିଁ, ତେବେ ମୁଁ ଭାବିବାକୁ ଲାଗିଲି ଯେ ଏହା କିପରି ସମ୍ଭବ ? କିନ୍ତୁ ଯେବେ ମୁଁ ବାଇବଲ ପଢ଼ିଲି, ତେବେ ମୋତେ ଭରସା ହୋଇଗଲା ଯେ ଏଥିରେ ଲେଖାଥିବା କଥା ପ୍ରକୃତରେ ସତ । ଏହା ଈଶ୍ୱର ଲେଖାଇଛନ୍ତି ଏବଂ ସେ ନିଜ ପ୍ରତିଜ୍ଞା ନିଶ୍ଚୟ ପୂରା କରିବେ । ଆଗ ମୁଁ ବହୁତ ଚିନ୍ତା କରୁଥିଲି ଏବଂ ଦୁଃଖି ରହୁଥିଲି । କିନ୍ତୁ ଏବେ ମୁଁ ପ୍ରକୃତରେ ଖୁସିରେ ଅଛି । ମୋ ପରିବାର ଓ ସାଙ୍ଗମାନେ ମଧ୍ୟ ଏପରି କହନ୍ତି ।”

ରବି ।

ଅଧିକ ଜାଣନ୍ତୁ:

ଈଶ୍ୱର ଚାହାନ୍ତି ଯେ ମଣିଷ ଏହି ସୁନ୍ଦର ପୃଥିବୀରେ ସବୁଦିନ ପାଇଁ ଜୀବିତ ରହୁ, ଏବିଷୟରେ ଅଧିକ ଜାଣିବା ପାଇଁ jw.org ୱେବସାଇଟ୍‌କୁ ଯାଆନ୍ତୁ ଏବଂ ଶାସ୍ତ୍ରରୁ ଜାଣନ୍ତୁ > ପବିତ୍ର ଶାସ୍ତ୍ରରୁ ଉତ୍ତର ଜାଣନ୍ତୁ > ଜୀବନ ଓ ମୃତ୍ୟୁ ଭାଗରେ ଦେଖନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ