ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lff ପାଠ ୩୩
  • ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?
  • ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଭାବନ୍ତୁ ଓ ଶିଖନ୍ତୁ
  • ଆମେ କʼଣ ଶିଖିଲୁ ?
  • ଅଧିକ ଜାଣନ୍ତୁ
  • ଈଶ୍ୱରଙ୍କ ରାଜ୍ୟ କʼଣ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ?
    ବାଇବଲ ଆମକୁ କʼଣ ଶିଖାଏ?
  • ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • ପରମେଶ୍ୱରଙ୍କ ରାଜ୍ୟ କʼଣ?
    ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
ଆହୁରି ଦେଖନ୍ତୁ
ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
lff ପାଠ ୩୩
ପାଠ ୩୩. ଲୋକମାନେ ସୁନ୍ଦର ପୃଥିବୀରେ ରହୁଛନ୍ତି ।

ପାଠ ୩୩

ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?

ଈଶ୍ୱରଙ୍କ ରାଜ୍ୟ ସ୍ୱର୍ଗରେ ଶାସନ କରିବା ଆରମ୍ଭ କରିଦେଇଛି । ଖୁବ୍‌ ଶୀଘ୍ର ଏହା ପୃଥିବୀ ଉପରେ ଶାସନ କରିବ ଏବଂ ପୃଥିବୀର ସବୁ ଖରାପ ପରିସ୍ଥିତିଗୁଡ଼ିକୁ ଠିକ୍‌ କରିଦେବ । ଏହି ରାଜ୍ୟ ଦ୍ୱାରା ଆମକୁ ଅନେକ ଆଶିଷ ମିଳିବ । ଆସନ୍ତୁ ସେମଧ୍ୟରୁ କିଛି ଆଶିଷ ଉପରେ ଧ୍ୟାନ ଦେବା ।

୧. ଈଶ୍ୱରଙ୍କ ରାଜ୍ୟ ପୃଥିବୀରେ କିପରି ଶାନ୍ତି ଆଣିବ ଓ ନ୍ୟାୟ କରିବ ?

ଈଶ୍ୱରଙ୍କ ରାଜ୍ୟର ରାଜା ଯୀଶୁ, ହର୍ମିଗିଦ୍ଦୋନ୍‌ ଯୁଦ୍ଧରେ ଦୁଷ୍ଟ ଲୋକମାନଙ୍କୁ ଓ ସରକାରଗୁଡ଼ିକୁ ବିନାଶ କରିଦେବେ । (ପ୍ରକାଶିତ ବାକ୍ୟ ୧୬:୧୪, ୧୬) ସେସମୟରେ ବାଇବଲର ଏହି ପ୍ରତିଜ୍ଞା ପୂରା ହେବ, “ଅଳ୍ପକ୍ଷଣ ଉତ୍ତାରେ ଦୁଷ୍ଟଲୋକ ନ ଥିବ ।” (ଗୀତସଂହିତା ୩୭:୧୦) ଏପରି ଭାବେ ଯୀଶୁ ଈଶ୍ୱରଙ୍କ ରାଜ୍ୟ ଜରିଆରେ ସାରା ପୃଥିବୀରେ ଶାନ୍ତି ଆଣିବେ ଓ ନ୍ୟାୟ କରିବେ ।—ଯିଶାଇୟ ୧୧:୪ ପଢ଼ନ୍ତୁ ।

୨. ଯେତେବେଳେ ପୃଥିବୀରେ ଈଶ୍ୱରଙ୍କ ଇଚ୍ଛା ପୂରା ହେବ, ସେତେବେଳେ ଆମର ଜୀବନ କିପରି ହେବ ?

ଈଶ୍ୱରଙ୍କ ରାଜ୍ୟରେ ‘ଧାର୍ମିକ ଲୋକମାନେ ପୃଥିବୀରେ ରହିବେ ଓ ସଦାକାଳ ତହିଁରେ ବାସ କରିବେ ।’ (ଗୀତସଂହିତା ୩୭:୨୯) ଟିକିଏ ଭାବି ଦେଖନ୍ତୁ, ସେସମୟରେ ଆମର ଜୀବନ କିପରି ହେବ ! ପୃଥିବୀରେ କେବଳ ଭଲ ଲୋକମାନେ ଥିବେ । ସମସ୍ତେ ଯିହୋବାଙ୍କୁ ଓ ପରସ୍ପରକୁ ପ୍ରେମ କରିବେ । କେହି ରୋଗରେ ପଡ଼ିବେ ନାହିଁ ଏବଂ ଆମେ ସବୁଦିନ ଯାଏଁ ବଞ୍ଚିବା ।

୩. ଦୁଷ୍ଟ ଲୋକମାନଙ୍କର ବିନାଶ ହେବା ପରେ ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?

ଦୁଷ୍ଟ ଲୋକମାନଙ୍କର ବିନାଶ ହେବା ପରେ, ଯୀଶୁ ୧,୦୦୦ ବର୍ଷ ଯାଏଁ ଶାସନ କରିବେ । ସେସମୟରେ ଯୀଶୁ ଓ ତାଙ୍କ ସହ ଶାସନ କରୁଥିବା ୧,୪୪,୦୦୦ ଜଣ ଶାସକ, ମଣିଷମାନଙ୍କୁ ପରିପୂର୍ଣ୍ଣ ହେବା ପାଇଁ ସାହାଯ୍ୟ କରିବେ । ୧,୦୦୦ ବର୍ଷର ଶେଷ ଯାଏଁ ଏହି ପୃଥିବୀ ଏକ ସୁନ୍ଦର ବଗିଚା ଭଳି ହୋଇଯିବ ଏବଂ ଯେଉଁମାନେ ଯିହୋବାଙ୍କ ଆଜ୍ଞା ପାଳନ କରିବେ, ସେମାନେ ସେଠାରେ ଖୁସିରେ ରହିବେ । ତାʼପରେ ଯୀଶୁ ନିଜ ପିତା ଯିହୋବାଙ୍କୁ ଶାସନ ଫେରାଇ ଦେବେ । ସେତେବେଳେ ଯିହୋବାଙ୍କ ‘ନାମ ପବିତ୍ର ବୋଲି ମାନ୍ୟ ହେବ,’ ଯେପରି ପୂର୍ବେ କେବେ କରାଯାଇ ନ ଥିଲା । (ମାଥିଉ ୬:୯, ୧୦) ସେତେବେଳେ ଏହା ପ୍ରମାଣିତ ହୋଇଯିବ ଯେ ଯିହୋବା ହିଁ ଭଲ ରାଜା ଅଟନ୍ତି ଯିଏ ନିଜ ପ୍ରଜାମାନଙ୍କର ଭଲ ଚାହାନ୍ତି । ତାʼପରେ ଯିହୋବା ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ବିନାଶ କରିଦେବେ । ତାʼସହ ସେ ଏପରି ଲୋକମାନଙ୍କୁ ମଧ୍ୟ ବିନାଶ କରିଦେବେ, ଯେଉଁମାନେ ତାଙ୍କ ଶାସନର ଅଧୀନରେ ରହିବାକୁ ଚାହାନ୍ତି ନାହିଁ । (ପ୍ରକାଶିତ ବାକ୍ୟ ୨୦:୭-୧୦) ଈଶ୍ୱରଙ୍କ ରାଜ୍ୟରେ ଯେଉଁ ବଢ଼ିଆ ଆଶିଷଗୁଡ଼ିକ ମିଳିବ, ସେଗୁଡ଼ିକ ସବୁଦିନ ପାଇଁ ରହିବ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଆମେ କାହିଁକି ଭରସା କରିପାରିବା ଯେ ଈଶ୍ୱର ବାଇବଲରେ ଯେଉଁ ପ୍ରତିଜ୍ଞାଗୁଡ଼ିକ ଲେଖାଇଛନ୍ତି, ସେଗୁଡ଼ିକୁ ସେ ନିଜ ରାଜ୍ୟ ଜରିଆରେ ପୂରା କରିବେ ।

୪. ଈଶ୍ୱରଙ୍କ ରାଜ୍ୟ ମଣିଷମାନଙ୍କର ଶାସନକୁ ବିନାଶ କରିଦେବ

“ମଣିଷ, ମଣିଷ ଉପରେ ଶାସନ କରି କେବଳ ଦୁଃଖକଷ୍ଟ ଆଣିଛି ।” (ଉପଦେଶକ ୮:୯, NWT) ଯିହୋବା ନିଜ ରାଜ୍ୟ ଜରିଆରେ ମଣିଷମାନଙ୍କର ଶାସନକୁ ଓ ତାହା ଯୋଗୁଁ ହୋଇଥିବା ସମସ୍ୟାଗୁଡ଼ିକୁ ଶେଷ କରିଦେବେ ।

ଦାନିୟେଲ ୨:୪୪ ଓ ୨ ଥେସଲନୀକୀୟ ୧:୬-୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଯିହୋବା ଓ ତାଙ୍କ ପୁତ୍ର ଯୀଶୁ ମଣିଷ ସରକାରଗୁଡ଼ିକୁ ଓ ସେମାନଙ୍କୁ ସମର୍ଥନ କରୁଥିବା ଲୋକମାନଙ୍କୁ କʼଣ କରିବେ ?

  • ଏବେ ଯାଏଁ ଆପଣ ଯିହୋବା ଓ ଯୀଶୁଙ୍କ ବିଷୟରେ ଅନେକ କଥା ଶିଖିଛନ୍ତି । ଏହାକୁ ଧ୍ୟାନରେ ରଖି ଆପଣ କାହିଁକି ଭରସା କରିପାରିବେ ଯେ ସେମାନେ ଯାହା କରିବେ, ତାହା ଠିକ୍‌ ?

ରାଜା ଯୀଶୁ ସ୍ୱର୍ଗରୁ ଏହି ସୁନ୍ଦର ପୃଥିବୀ ଉପରେ ଶାସନ କରୁଛନ୍ତି ।

୫. ଯୀଶୁ ସବୁଠାରୁ ଭଲ ରାଜା ଅଟନ୍ତି

ଈଶ୍ୱରଙ୍କ ରାଜ୍ୟର ରାଜା ଯୀଶୁ, ନିଜ ପ୍ରଜାମାନଙ୍କ ପାଇଁ ଅନେକ ଭଲ କାମ କରିବେ । ଯେତେବେଳେ ସେ ଏହି ପୃଥିବୀରେ ଥିଲେ, ସେତେବେଳେ ସେ ଏହାର ଅନେକ ପ୍ରମାଣ ଦେଲେ । ସେ ଯାହା କଲେ, ସେଥିରୁ ଜଣାପଡ଼େ ଯେ ସେ ଲୋକମାନଙ୍କ ପାଇଁ କେତେ ଚିନ୍ତା କରନ୍ତି । ଏଥିରୁ ଏହା ମଧ୍ୟ ଜଣାପଡ଼େ ଯେ ଈଶ୍ୱର ହିଁ ତାଙ୍କୁ ଲୋକମାନଙ୍କ ପାଇଁ ଭଲ କାମ କରିବା ପାଇଁ ଶକ୍ତି ଦେଇଛନ୍ତି । ଏବିଷୟରେ ଜାଣିବା ପାଇଁ ଭିଡିଓ ଦେଖନ୍ତୁ ।

ଭିଡିଓ: ଯୀଶୁ ଦେଖାଇଲେ ଯେ ଈଶ୍ୱରଙ୍କ ରାଜ୍ୟ କʼଣ କରିବ (୧:୧୩)

ପୃଥିବୀରେ ଥିବା ବେଳେ ଯୀଶୁ ଯେଉଁ କାମ କଲେ, ସେଥିରୁ ଜଣାପଡ଼େ ଯେ ସେ ଈଶ୍ୱରଙ୍କ ରାଜ୍ୟରେ କʼଣ କରିବେ । ଆଗକୁ କିଛି ପ୍ରତିଜ୍ଞାଗୁଡ଼ିକ ବିଷୟରେ କୁହାଯାଇଛି ଯାହା ଈଶ୍ୱରଙ୍କ ରାଜ୍ୟରେ ପୂରା ହେବ । ଈଶ୍ୱରଙ୍କ ରାଜ୍ୟରେ ଆପଣ କେଉଁ ପ୍ରତିଜ୍ଞାକୁ ପୂରା ହେବାର ଦେଖିବାକୁ ଚାହାନ୍ତି ? ପ୍ରତ୍ୟେକ ପ୍ରତିଜ୍ଞା ପରେ ଯେଉଁ ପଦ ଦିଆଯାଇଛି, ତାହାକୁ ପଢ଼ନ୍ତୁ ।

ପୃଥିବୀରେ ଥିବା ବେଳେ ଯୀଶୁ କʼଣ କଲେ ?

ସ୍ୱର୍ଗରୁ ଯୀଶୁ କʼଣ କରିବେ ?

  • ସେ ପ୍ରାକୃତିକ ଶକ୍ତିଗୁଡ଼ିକୁ ନିୟନ୍ତ୍ରଣ କଲେ ।—ମାର୍କ ୪:୩୬-୪୧.

  • ସେ ପ୍ରକୃତିକୁ ହୋଇଥିବା କ୍ଷତି ସବୁକୁ ଠିକ୍‌ କରିବେ । —ଯିଶାଇୟ ୩୫:୧, ୨.

  • ସେ ଚମତ୍କାର କରି ଅନେକ ଲୋକଙ୍କୁ ଖୁଆଇଲେ ।—ମାଥିଉ ୧୪:୧୭-୨୧.

  • ସେ ଦୁନିଆରୁ ଖାଦ୍ୟ ଅଭାବ ଦୂର କରିଦେବେ ।—ଗୀତସଂହିତା ୭୨:୧୬.

  • ସେ ଅନେକ ରୋଗୀମାନଙ୍କୁ ଠିକ୍‌ କଲେ ।—ଲୂକ ୧୮:୩୫-୪୩.

  • ସେ ସବୁ ରୋଗଗୁଡ଼ିକୁ ଦୂର କରିଦେବେ ଓ ସମସ୍ତେ ସୁସ୍ଥ ରହିବେ ।—ଯିଶାଇୟ ୩୩ :୨୪.

  • ସେ ମରିଯାଇଥିବା ଲୋକଙ୍କୁ ପୁଣି ଜୀବିତ କଲେ ।—ଲୂକ ୮:୪୯-୫୫.

  • ସେ ମୃତ୍ୟୁକୁ ବିନାଶ କରିଦେବେ ଓ ମରିଯାଇଥିବା ଲୋକମାନଙ୍କୁ ପୁଣି ଜୀବିତ କରିବେ ।—ପ୍ରକାଶିତ ବାକ୍ୟ ୨୧:୩, ୪.

୬. ଈଶ୍ୱରଙ୍କ ରାଜ୍ୟ ମଣିଷମାନଙ୍କୁ ଏକ ଭଲ ଭବିଷ୍ୟତ ଦେବ

ଈଶ୍ୱରଙ୍କ ରାଜ୍ୟରେ ମଣିଷମାନଙ୍କୁ ଏପରି ଜୀବନ ମିଳିବ, ଯେପରି ଈଶ୍ୱର ଆରମ୍ଭରେ ଚାହୁଁଥିଲେ । ପୃଥିବୀ ଏକ ସୁନ୍ଦର ବଗିଚା ଭଳି ହୋଇଯିବ ଏବଂ ସେଠାରେ ମଣିଷମାନେ ସବୁଦିନ ଯାଏଁ ବଞ୍ଚିବେ । ଯିହୋବା ନିଜ ଉଦ୍ଦେଶ୍ୟ ପୂରା କରିବା ପାଇଁ ନିଜ ପୁତ୍ର ଯୀଶୁଙ୍କ ଜରିଆରେ କʼଣ କରୁଛନ୍ତି, ତାହା ଜାଣିବା ପାଇଁ ଭିଡିଓ ଦେଖନ୍ତୁ ।

ଭିଡିଓ: ଏକ ସୁନ୍ଦର ଭବିଷ୍ୟତର କିଛି ଦୃଶ୍ୟ (୪:୩୮)

ଗୀତସଂହିତା ୧୪୫:୧୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯିହୋବା “ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ” କରିବେ । ଏହା ଜାଣି ଆପଣଙ୍କୁ କିପରି ଲାଗେ ?

କିଛି ଲୋକ କହନ୍ତି: “ଯଦି ଆମେ ସମସ୍ତେ ମିଳିମିଶି ଚେଷ୍ଟା କରିବା, ତାହେଲେ ଏହି ଦୁନିଆରୁ ସମସ୍ୟାଗୁଡ଼ିକୁ ଦୂର କରିପାରିବା ।”

  • ଈଶ୍ୱରଙ୍କ ରାଜ୍ୟ ଏପରି କେଉଁ ସମସ୍ୟାଗୁଡ଼ିକୁ ଦୂର କରିପାରିବ, ଯାହା ମଣିଷ ସରକାରଗୁଡ଼ିକ କେବେ ମଧ୍ୟ ଦୂର କରିପାରିବ ନାହିଁ ?

ଆମେ କʼଣ ଶିଖିଲୁ ?

ଯିହୋବା ନିଜ ରାଜ୍ୟ ଜରିଆରେ ନିଜ ଉଦ୍ଦେଶ୍ୟ ପୂରା କରିବେ । ତାଙ୍କ ରାଜ୍ୟରେ ସାରା ପୃଥିବୀ ଏକ ସୁନ୍ଦର ବଗିଚା ଭଳି ହୋଇଯିବ । କେବଳ ଭଲ ଲୋକମାନେ ପୃଥିବୀରେ ରହିବେ ଓ ସବୁଦିନ ପାଇଁ ଯିହୋବାଙ୍କ ଉପାସନା କରିବେ ।

ଆପଣ କʼଣ କହିବେ ?

  • ଈଶ୍ୱରଙ୍କ ରାଜ୍ୟ କିପରି ଯିହୋବାଙ୍କ ନାମକୁ ପବିତ୍ର କରିବ ?

  • ଆମେ କାହିଁକି ଭରସା ରଖିପାରିବା ଯେ ଈଶ୍ୱରଙ୍କ ରାଜ୍ୟ ବାଇବଲରେ ଦିଆଯାଇଥିବା ସବୁ ପ୍ରତିଜ୍ଞାଗୁଡ଼ିକୁ ପୂରା କରିବ ?

  • ଈଶ୍ୱରଙ୍କ ରାଜ୍ୟରେ ଆପଣ କେଉଁ ପ୍ରତିଜ୍ଞାକୁ ପୂରା ହେବାର ଦେଖିବାକୁ ଚାହାନ୍ତି ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଆସନ୍ତୁ ଜାଣିବା ଯେ ହର୍ମିଗିଦ୍ଦୋନ୍‌ କʼଣ ।

“ହର୍ମିଗିଦ୍ଦୋନ୍‌ କʼଣ ଅଟେ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଜାଣନ୍ତୁ ଯେ “ମହାକ୍ଳେଶ” ସମୟରେ କʼଣ କʼଣ ହେବ, ଯାହା ବିଷୟରେ ଯୀଶୁ କହିଥିଲେ ।—ମାଥିଉ ୨୪:୨୧.

“ମହାକ୍ଲେଶ କʼଣ ଅଟେ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଭିଡିଓରେ ଦେଖନ୍ତୁ ଯେ ଆପଣ କିପରି ନିଜ ପରିବାର ସହ ମିଶି ନୂଆ ଦୁନିଆର କଳ୍ପନା କରିପାରିବେ ।

ନିଜକୁ ନୂଆ ଦୁନିଆରେ ଦେଖ (୧:୫୦)

“ମୁଁ ଅନେକ ପ୍ରଶ୍ନଗୁଡ଼ିକୁ ନେଇ ଚିନ୍ତା କରୁଥିଲି,” ଏହି କାହାଣୀରେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କୁହାଯାଇଛି, ଯିଏ ନିଜ ଦେଶର ସରକାରକୁ ବଦଳାଇବା ପାଇଁ ଚାହୁଁଥିଲେ । କିନ୍ତୁ ପରେ ସେ ନିଜ ପ୍ରଶ୍ନଗୁଡ଼ିକର ଉତ୍ତର ପାଇଲେ, ଯାହା ଯୋଗୁଁ ସେ ବହୁତ ଚିନ୍ତା କରୁଥିଲେ ।

“ବାଇବଲ ଜୀବନ ବଦଳାଇ ଦିଏ” (ପ୍ରହରୀଦୁର୍ଗ ଲେଖା-ହି)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ