ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜାନୁୟାରୀ ପୃଷ୍ଠା ୧୧
  • କିଶୋର-କିଶୋରୀ—ବାପାମାଆଙ୍କୁ ନିଜ ମନ କଥା କହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କିଶୋର-କିଶୋରୀ—ବାପାମାଆଙ୍କୁ ନିଜ ମନ କଥା କହନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପରିବାରର ଖୁସିରେ ଆପଣଙ୍କ ସହଯୋଗ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ବାପାମାଆମାନେ, ନିଜ ପିଲାମାନଙ୍କୁ ପ୍ରେମ କରିବା ଶିଖାନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ବାପାମାଆ ଓ ପିଲାମାନେ କିପରି ଖୁସିରେ ରହିପାରିବେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜାନୁୟାରୀ ପୃଷ୍ଠା ୧୧

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

କିଶୋର-କିଶୋରୀ—ବାପାମାଆଙ୍କୁ ନିଜ ମନ କଥା କହନ୍ତୁ

ଆପଣ ନିଜ ବାପା ମାଆଙ୍କୁ ନିଜ ମନ କଥା କାହିଁକି କହିବା ଉଚିତ୍‌ ? (ହିତୋ ୨୩:୨୬) କାରଣ ଯିହୋବା ହିଁ ସେମାନଙ୍କୁ ଏହି ଅଧିକାର ଦେଇଛନ୍ତି ଯେ ସେମାନେ ଆପଣଙ୍କୁ ଲାଳନପାଳନ କରନ୍ତୁ ଏବଂ ଆପଣଙ୍କୁ ସଠିକ୍‌ ରାସ୍ତା ଦେଖାନ୍ତୁ । (ଗୀତ ୧୨୭:୩, ୪) ଯଦି ଆପଣ ନିଜ ସବୁ ସମସ୍ୟାଗୁଡ଼ିକ ନିଜଠାରେ ହିଁ ରଖନ୍ତି, ତେବେ ସେମାନେ ଆପଣଙ୍କୁ ସାହାଯ୍ୟ କରିପାରିବେ ନାହିଁ । ଏବଂ ଆପଣ ସେମାନଙ୍କ ଜୀବନର ଅନୁଭୂତିରୁ କିଛି ଶିଖିପାରିବେ ନାହିଁ । କିଛି କଥା କେବଳ ନିଜ ପାଖରେ ରଖିବା କʼଣ ଭୁଲ୍‌ ? ନାʼ ଯେପର୍ଯ୍ୟନ୍ତ ଆପଣ ସେମାନଙ୍କୁ ଦ୍ୱନ୍ଦରେ ରଖି ନ ଥିବେ ।—ହିତୋ ୩:୩୨.

ବାପା ମାଆଙ୍କ ସହ କଥା କରିବା ପାଇଁ ଆପଣ କʼଣ କରିପାରିବେ ? ସଠିକ୍‌ ସମୟ ସ୍ଥିର କରନ୍ତୁ । ଯଦି ସମୟ ମିଳୁନି, ତେବେ ଆପଣ ସେମାନଙ୍କୁ ନିଜ ମନ କଥା ଲେଖିକି ଜଣାଇପାରିବେ । ଯଦି ଆପଣ କଥା ହେବାକୁ ଚାହୁଁ ନ ଥିବା ବିଷୟରେ ସେମାନେ କଥା ହେବାକୁ ଚାହାନ୍ତି, ତେବେ ଆପଣ କʼଣ କରିପାରିବେ ? ଆପଣ ମନେରଖିବା ଉଚିତ୍‌ ଯେ ସେମାନେ ଆପଣଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି । ସେମାନେ ଆପଣଙ୍କର ମିତ୍ର ଅଟନ୍ତି, ଶତ୍ରୁ ନୁହଁନ୍ତି । ଯଦି ଆପଣ ନିଜ ବାପା ମାଆଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିବେ, ତେବେ ଆପଣଙ୍କୁ ସାରା ଜୀବନ ଲାଭ ହେବ ।—ହିତୋ ୪:୧୦-୧୨.

କିଶୋର-କିଶୋରୀ—ସମସ୍ୟା ଓ ତାର ସମାଧାନ—ବାପା ମାଆଙ୍କ ସହ କଥା ହେବେ କିପରି ? ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଭିଡିଓର ଏକ ଦୃଶ୍ୟ “କିଶୋର-କିଶୋରୀ​—⁠ସମସ୍ୟା ଓ ତାର ସମାଧାନ​—⁠ବାପା ମାଆଙ୍କ ସହ କଥା ହେବେ କିପରି ?” ଜଣେ କିଶୋରୀ ହେଡଫୋନ୍‌ ପିନ୍ଧିଛନ୍ତି ଏବଂ କମ୍ପୁଟର ବ୍ୟବହାର କରୁଛନ୍ତି ଓ ତାଙ୍କ ମାଆ କଥା ହେବାକୁ ଚେଷ୍ଟା କରୁଛନ୍ତି କି ସେ ଧନ ଦେଉନାହାନ୍ତି ।

    ଏଷ୍ଟର ଓ ପ୍ରତୀକକୁ ନିଜର କେଉଁ ଭୁଲ ବିଷୟରେ ହୃଦୟଙ୍ଗମ ହେଲା ?

  • ଭିଡିଓର ଏକ ଦୃଶ୍ୟ “କିଶୋର-କିଶୋରୀ​—⁠ସମସ୍ୟା ଓ ତାର ସମାଧାନ​—⁠ବାପା ମାଆଙ୍କ ସହ କଥା ହେବେ କିପରି ?” ଜଣେ କିଶୋରୀ ତାଙ୍କ ମାଆଙ୍କ ସହ କଥା ହେଉଛନ୍ତି ଏବଂ ସେ ତାର ଫୋନରୁ କିଛି ଦେଖାଉଛନ୍ତି ।

    ଆପଣ ଯୀଶୁଙ୍କଠାରୁ କʼଣ ଶିଖିପାରିବେ ?

  • ଭିଡିଓର ଏକ ଦୃଶ୍ୟ “କିଶୋର-କିଶୋରୀ​—⁠ସମସ୍ୟା ଓ ତାର ସମାଧାନ​—⁠ବାପା ମାଆଙ୍କ ସହ କଥା ହେବେ କିପରି ?” ଜଣେ ମାଆ ଘର କାମରୁ ସମୟ ବାହାର କରି ତାଙ୍କ ଛୋଟ ଛୁଆ ସହ ଖେଳୁଛନ୍ତି ।

    ବାପା ମାଆ ଆପଣଙ୍କ ପାଇଁ କʼଣ କʼଣ କରିଛନ୍ତି ?

  • ଭିଡିଓର ଏକ ଦୃଶ୍ୟ “କିଶୋର-କିଶୋରୀ​—⁠ସମସ୍ୟା ଓ ତାର ସମାଧାନ​—⁠ବାପା ମାଆଙ୍କ ସହ କଥା ହେବେ କିପରି ?” ଜଣେ ବାସ୍କେଟବଲ୍‌ର କୋ ତାଙ୍କ ଦଳ ପାଇଁ ସେ କ୍ଲିପବୋର୍ଡରେ ଚିତ ଆଙ୍କୁଛନ୍ତି ।

    ଆପଣଙ୍କ ବାପା ମାଆ ଆପଣଙ୍କର ଭଲ ଚାହାନ୍ତି

    ବାପା ମାଆଙ୍କ ସହ କଥା କରିବାରେ ବାଇବଲର କେଉଁ ସିଦ୍ଧାନ୍ତ ଆପଣଙ୍କୁ ସାହାଯ୍ୟ କରିବ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ