ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜୁଲାଇ ପୃଷ୍ଠା ୧୧
  • ପରିବାରର ଖୁସିରେ ଆପଣଙ୍କ ସହଯୋଗ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପରିବାରର ଖୁସିରେ ଆପଣଙ୍କ ସହଯୋଗ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଆପଣଙ୍କ ପରିବାର ସୁଖୀ ହୋଇପାରିବ
    ବାଇବଲ ଆମକୁ କʼଣ ଶିଖାଏ?
  • ଯିହୋବା ପ୍ରେମ କରୁଥିବାରୁ ଆମକୁ ସୁଧାରନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଜ ପିଲାମାନଙ୍କୁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜୁଲାଇ ପୃଷ୍ଠା ୧୧
ଚିତଗୁଡ଼ିକ: “ନିଜ ପରିବାରକୁ ସୁଖମୟ କରନ୍ତୁ” ଭିଡିଓ ଉପରେ ଆଧାରିତ ଚିତ୍ରଗୁଡ଼ିକ । ୧. ଝିଅମାନେ ଦେଖୁଛନ୍ତି ଯେ ତାଙ୍କ ବାପାମାଆ ସାଙ୍ଗରେ କେତେ ଖୁସି ଅଛନ୍ତି ଓ ବହୁତ ମଜାନେଇ କେକ୍‌ ଖାଉଛନ୍ତି । ୨. ପାରିବାରିକ ଉପାସନା ସମୟରେ ଝିଅମାନେ କିଛି କଥାକୁ ନେଇ ହସୁଛନ୍ତି । ୩. ଜଣେ ଝିଅ ସୋଫାରେ ଶୋଇଥିବା ନିଜ ଅସୁସ୍ଥ ମାଆଙ୍କ ଦେଖାଶୁଣା କରୁଛି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପରିବାରର ଖୁସିରେ ଆପଣଙ୍କ ସହଯୋଗ

ଯିହୋବା ଚାହାନ୍ତି ଯେ ପରିବାର ଖୁସିରେ ରହୁ । (ଗୀତ ୧୨୭:୩-୫; ଉପ ୯:୯; ୧୧:୯) କିନ୍ତୁ ଅନେକ ସମସ୍ୟା ଯୋଗୁଁ ଆମ ଖୁସି ଚାଲିଯାଏ । କାରଣ ଏଦୁନିଆରେ ଆମକୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼େ କିମ୍ବା ଆମ ପରିବାର ଲୋକଙ୍କଠାରୁ କିଛି ଭୁଲ ହୋଇପାରେ । ଏପରି ସମୟରେ ପରିବାରରେ ଖୁସି ବଜାୟ ରଖିବା ପାଇଁ ଆମ ମଧ୍ୟରୁ ପ୍ରତ୍ୟେକ କʼଣ କରିପାରିବା ?

ଜଣେ ସ୍ୱାମୀ ନିଜ ସ୍ତ୍ରୀର ଆଦର କରେ । (୧ପିତ ୩:୭) ସେ ତାʼ ସହିତ ସମୟ ବିତାଏ । ସେ ତାʼଠାରୁ ଅଧିକ ଆଶା କରେ ନାହିଁ । ସ୍ତ୍ରୀ ତାʼ ପାଇଁ ଓ ପରିବାର ପାଇଁ ଯାହା କରେ, ତାହାକୁ ସେ ବହୁମୂଲ୍ୟ ମନେକରେ । (କଲ ୩:୧୫) ସେ ତାʼ ପାଇଁ ନିଜ ପ୍ରେମ ଦେଖାଏ ଓ ତାʼର ପ୍ରଶଂସା କରେ ।—ହିତୋ ୩୧:୨୮, ୩୧.

ଜଣେ ସ୍ତ୍ରୀ ସବୁ ଉପାୟରେ ନିଜ ସ୍ୱାମୀଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରେ । (ହିତୋ ୩୧:୧୨) ସେ ତାଙ୍କ ଅଧିନରେ ରହେ ଓ ତାଙ୍କୁ ସହଯୋଗ କରେ । (କଲ ୩:୧୮) ସେ ତାଙ୍କ ସହିତ ପ୍ରେମର ସହ କଥା ହୁଏ ଓ ଅନ୍ୟମାନଙ୍କୁ ତାଙ୍କ ବିଷୟରେ ଭଲ କଥା କହେ ।—ହିତୋ ୩୧:୨୬.

ବାପାମାଆ ନିଜ ପିଲାଙ୍କ ସହ ସମୟ ବିତାନ୍ତି । (ଦ୍ୱିବି ୬:୬, ୭) ସେମାନେ ତାଙ୍କୁ କହନ୍ତି ଯେ ସେମାନେ ତାଙ୍କୁ ବହୁତ ପ୍ରେମ କରନ୍ତି । (ମାଥି ୩:୧୭) ସେମାନେ ପ୍ରେମର ସହ ତାଙ୍କୁ ସୁଧାରନ୍ତି ଓ ବୁଝିବିଚାରି କାମ କରନ୍ତି ।—ଏଫି ୬:୪.

ପିଲାମାନେ ବାପାମାଆଙ୍କର ଆଦର କରନ୍ତି ଓ ତାଙ୍କର କଥା ଶୁଣନ୍ତି । (ହିତୋ ୨୩:୨୨) ସେମାନେ ତାଙ୍କୁ ଖୋଲିକି କହନ୍ତି ଯେ ସେମାନଙ୍କ ମନରେ କʼଣ ଚାଲୁଛି ଓ ସେମାନେ କିପରି ଅନୁଭବ କରୁଛନ୍ତି । ଯେବେ ବାପାମାଆ ସେମାନଙ୍କୁ ସୁଧାରନ୍ତି, ତେବେ ବି ସେମାନେ ତାଙ୍କର ଆଦର କରନ୍ତି ଓ ସେମାନେ ଯେଉଁ ପରାମର୍ଶ ଦିଅନ୍ତି, ତାହା ମାନନ୍ତି ।—ହିତୋ ୧୯:୨୦.

ନିଜ ପରିବାରକୁ ସୁଖମୟ କରନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

ପରିବାରକୁ ସୁଖମୟ କରିବା ପାଇଁ ପରିବାରର ପ୍ରତ୍ୟେକ ସଦସ୍ୟ କʼଣ କଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ