ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp25 ସଂ ୧ ପୃଷ୍ଠା ୯
  • ଯୁଦ୍ଧ ଓ ଲଢ଼େଇଗୁଡ଼ିକ କାହିଁକି ଶେଷ ହେଉନି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୁଦ୍ଧ ଓ ଲଢ଼େଇଗୁଡ଼ିକ କାହିଁକି ଶେଷ ହେଉନି ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ପାପ
  • ମଣିଷ ସରକାରଗୁଡ଼ିକ
  • ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନେ
  • ଯୁଦ୍ଧ ଓ ଲଢ଼େଇଗୁଡ଼ିକ କିପରି ଶେଷ ହେବ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
  • ମାନବଜାତି ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ଅଟେ ?
    ବାଇବଲ ଆମକୁ କʼଣ ଶିଖାଏ?
  • ଯୁଦ୍ଧ ଓ ଲଢ଼େଇଗୁଡ଼ିକର ସମସ୍ତଙ୍କ ଉପରେ ପ୍ରଭାବ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
  • ଆମେ କାହିଁକି ବୃଦ୍ଧ ହେଉ ଓ ମୃତ୍ୟୁବରଣ କରୁ ?
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
wp25 ସଂ ୧ ପୃଷ୍ଠା ୯

ଯୁଦ୍ଧ ଓ ଲଢ଼େଇଗୁଡ଼ିକ କାହିଁକି ଶେଷ ହେଉନି ?

ପବିତ୍ର ଶାସ୍ତ୍ରରେ ବୁଝାଇ ଦିଆଯାଇଛି ଯେ ଯୁଦ୍ଧ ଓ ଲଢ଼େଇଗୁଡ଼ିକର ମୂଳ କାରଣ କʼଣ ଏବଂ କାହିଁକି ମଣିଷମାନଙ୍କ ଅନେକ ପ୍ରୟାସ ସତ୍ତ୍ୱେ ଏହା ଥମୁନି ।

ପାପ

ଈଶ୍ୱର ପ୍ରଥମ ପୁରୁଷ ଓ ସ୍ତ୍ରୀ, ଆଦମ ଓ ହବାକୁ ନିଜ ସ୍ୱରୂପରେ ସୃଷ୍ଟି କଲେ । (ଆଦି ପୁସ୍ତକ ୧:୨୭) ଏହାର ଅର୍ଥ ଈଶ୍ୱରଙ୍କ ଭିତରେ ଯେଉଁ ଗୁଣ ରହିଛି, ସେହି ଗୁଣ ସେମାନଙ୍କ ଭିତରେ ବି ଥିଲା । ଯେପରି, ଶାନ୍ତି ଓ ପ୍ରେମ । (୧ କରିନ୍ଥୀୟ ୧୪:୩୩; ୧ ଯୋହନ ୪:୮) କିନ୍ତୁ ଆଦମ ଓ ହବା ଈଶ୍ୱରଙ୍କ କଥା ମାନିଲେ ନାହିଁ ଏବଂ ପାପ କଲେ । ଆମେ ସମସ୍ତେ ଆଦମ ଓ ହବାର ସନ୍ତାନ ଅଟୁ, ସେଥିପାଇଁ ଆମେ ମଧ୍ୟ ପାପୀ ହୋଇଗଲୁ ଓ ଏହା ଯୋଗୁଁ ଆମର ବି ମୃତ୍ୟୁ ହୋଇଯାଏ । (ରୋମୀୟ ୫:୧୨) ପାପୀ ହେବା ଯୋଗୁଁ ଆମେ ପ୍ରାୟ ଖରାପ କଥାଗୁଡ଼ିକ ବିଷୟରେ ଭାବୁ ଏବଂ ସେପରି ହିଁ କାମ କରୁ ।—ଆଦି ପୁସ୍ତକ ୬:୫; ମାର୍କ ୭:୨୧, ୨୨.

ମଣିଷ ସରକାରଗୁଡ଼ିକ

ଈଶ୍ୱର ଆମ ମଣିଷମାନଙ୍କୁ ପରସ୍ପର ଉପରେ ଶାସନ କରିବା ପାଇଁ ସୃଷ୍ଟି କରି ନାହାନ୍ତି । ଶାସ୍ତ୍ର ବାଇବଲରେ ଲେଖାଅଛି, “ନିଜ ପାଦବିକ୍ଷେପ ସ୍ଥିର କରିବାର ଗମନକାରୀ ମନୁଷ୍ୟର ସାଧ୍ୟ ନୁହେଁ ।” (ଯିରିମୀୟ ୧୦:୨୩) ସେଥିପାଇଁ ମଣିଷ ସରକାରଗୁଡ଼ିକ କେବେ ବି ଯୁଦ୍ଧ ଓ ଲଢ଼େଇଗୁଡ଼ିକୁ ପୂରାପୂରି ଶେଷ କରିପାରିବେ ନାହିଁ ।

ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନେ

ବାଇବଲରେ ଲେଖାଅଛି, ‘ସମସ୍ତ ଜଗତ ପାପାତ୍ମାର ଅଧୀନ ।’ (୧ ଯୋହନ ୫:୧୯) ଶୟତାନ ଏପରି ଜଣେ ସ୍ୱର୍ଗଦୂତ, ଯିଏ ବହୁତ ଦୁଷ୍ଟ ଓ ନରଘାତକ ଅଟେ । (ଯୋହନ ୮:୪୪) ସେ ଓ ଅନ୍ୟ ଦୁଷ୍ଟ ସ୍ୱର୍ଗଦୂତ ଲୋକମାନଙ୍କୁ ଯୁଦ୍ଧ କରିବା ପାଇଁ ଓ ହିଂସା କରିବା ପାଇଁ ଭ୍ରାନ୍ତ କରନ୍ତି ।—ପ୍ରକାଶିତ ବାକ୍ୟ ୧୨:୯, ୧୨.

ମଣିଷମାନେ ଯୁଦ୍ଧ ଓ ଲଢ଼େଇଗୁଡ଼ିକର ମୂଳ କାରଣକୁ ଶେଷ କରିପାରିବେ ନାହିଁ, କିନ୍ତୁ ଈଶ୍ୱର ଏପରି କରିପାରିବେ ।

ଯୁଦ୍ଧରେ ଧର୍ମଗୁଡ଼ିକର ସହଯୋଗ

ପ୍ରାୟ ଯେବେ ଯୁଦ୍ଧ ହୁଏ, ତେବେ ଧର୍ମଗୁଡ଼ିକ ସେଗୁଡ଼ିକୁ ରୋକିବା ପରିବର୍ତ୍ତେ ତାହାକୁ ସଠିକ୍‌ ପ୍ରମାଣିତ କରିବା ପାଇଁ ଚେଷ୍ଟା କରେ କିମ୍ବା ତାହାକୁ ପ୍ରୋତ୍ସାହନ ଦିଏ । ଏହି ଧର୍ମଗୁଡ଼ିକ ମିଛ ଅଟେ ଓ ଶାସ୍ତ୍ର ବାଇବଲରେ ଏହାକୁ “ମହାନଗରୀ ବାବିଲ” କୁହାଯାଇଛି । (ପ୍ରକାଶିତ ବାକ୍ୟ ୧୮:୨) ଈଶ୍ୱର ମହାନଗରୀ ବାବିଲକୁ ‘ସମସ୍ତଙ୍କର ରକ୍ତର’ ଦୋଷୀ ବୋଲି କହନ୍ତି, ଯେଉଁମାନଙ୍କୁ “ପୃଥିବୀରେ ହତ” କରାଯାଇଥିଲା । (ପ୍ରକାଶିତ ବାକ୍ୟ ୧୮:୨୪) ଅଧିକ ଜାଣିବା ପାଇଁ jw.org ୱେବସାଇଟ୍‌ରେ ଦିଆଯାଇଥିବା ଲେଖା “ମାହାନଗରୀ ବୈବିଲୋନ୍‌ କ୍ୟା ହୈ ?” ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ