ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • T-30 ପୃଷ୍ଠା ୧-୪
  • ଆପଣ ବାଇବଲ ବିଷୟରେ କʼଣ ଭାବନ୍ତି?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣ ବାଇବଲ ବିଷୟରେ କʼଣ ଭାବନ୍ତି?
  • ଆପଣ ବାଇବଲ ବିଷୟରେ କʼଣ ଭାବନ୍ତି?
  • ପ୍ରାୟ ସମାନ ଲେଖା
  • ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?
    ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?
  • ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
    ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
  • ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ?
    ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ?
  • ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?
    ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?
ଆହୁରି ଦେଖନ୍ତୁ
ଆପଣ ବାଇବଲ ବିଷୟରେ କʼଣ ଭାବନ୍ତି?
T-30 ପୃଷ୍ଠା ୧-୪

ଆପଣ ବାଇବଲ ବିଷୟରେ କʼଣ ଭାବନ୍ତି?

ଆପଣ କି କହିବେ . . .

  • ଏହା ଏକ ମନୁଷ୍ୟ ଦ୍ୱାରା ଲିଖିତ ବହି?

  • ଏହା ଏକ ଗପ ଓ କଥା କାହାଣୀର ବହି?

  • କିମ୍ବା ଈଶ୍ୱରଙ୍କ ଦ୍ୱାରା ଦିଆ ଯାଇଥିବା ବହି?

ବାଇବଲ କʼଣ କହେ

“ସମସ୍ତ ଶାସ୍ତ୍ର ଈଶ୍ୱରନିଶ୍ୱସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ ।”—୨ ତୀମଥି ୩:୧୬, BSI ବାଇବଲ ।

ଏହା ଜାଣିବା ଦ୍ୱାରା ଆପଣଙ୍କୁ କʼଣ ଲାଭ ହେବ

ଜୀବନର ଜରୁରୀ ପ୍ରଶ୍ନଗୁଡ଼ିକର ସଠିକ୍‌ ଉତ୍ତର ପାଇବେ ।—ହିତୋପଦେଶ ୨:୧-୫.

ଦୈନନ୍ଦିୟ ଜୀବନରେ ନିର୍ଭରଯୋଗ୍ୟ ଉପଦେଶ ଦିଏ ।—ଗୀତସଂହିତା ୧୧୯:୧୦୫.

ଭବିଷ୍ୟତ ପାଇଁ ପ୍ରକୃତ ଆଶା ଦିଏ ।—ରୋମୀୟ ୧୫:୪.

ଜଣେ ମହିଳା ଓ ଜଣେ ପୁରୁଷ ନିଜେ ନିଜେ ବାଇବଲ ପଛନ୍ତି; ଗୋଟିଏ ସୁଖୀ ପରିବାର ସକ ପାରେ ଖୁସୀରେ ସମୟ ବିତାଉଛନ୍ତି

ଆମେ ପ୍ରକୃତରେ ବାଇବଲରେ ଲିଖିତ ବିଷୟ ଉପରେ ବିଶ୍ୱାସ କରି ପାରିବା କି?

ହଁ, ଆସନ୍ତୁ ଅତି କମ୍‌ରେ ତିନୋଟି କାରଣ ଦେଖିବା:

  • ଅତୁଳନୀୟ ସମାନତା । ପ୍ରାୟ ୪୦ଜଣ ଭିନ୍ନ ଭିନ୍ନ ଲୋକ ୧,୬୦୦ ବର୍ଷରୁ ଅଧିକ ସମୟ ଧରି ବାଇବଲକୁ ଲେଖିଥିଲେ । ଅଧିକାଂଶ ଲୋକ କେହି କାହାକୁ କେବେ ଦେଖି ନ ଥିଲେ । ତଥାପି, ସମ୍ପୂର୍ଣ୍ଣ ବାଇବଲର ମୂଳ ବିଷୟରେ ସମାନତା ରହିଛି ଏବଂ ଏହା ଈଶ୍ୱରଙ୍କ ନାମ ଓ ତାହଙ୍କ ଶାସନକୁ ପ୍ରଶଂସା କରେ ।

  • ବିଶ୍ୱାସଯୋଗ୍ୟ ଲେଖକ । ପ୍ରାୟ ସାଧାରଣ ଲେଖକମାନେ ନିଜ ଲୋକମାନଙ୍କ ଭୁଲଗୁଡ଼ିକକୁ ଲୁଚାଇ ଥାନ୍ତି । କିନ୍ତୁ, ବାଇବଲର ଲେଖକମାନେ ନିଜ ଓ ନିଜର ଲୋକମାନଙ୍କର ଭୁଲଗୁଡ଼ିକକୁ ଲେଖିଛନ୍ତି ।—୨ ବଂଶାବଳି ୩୬:୧୫, ୧୬; ଗୀତସଂହିତା ୫୧:୧-୪.

  • ସତ୍ୟ ଭବିଷ୍ୟବାଣୀ । ପ୍ରାୟ ୨୦୦ବର୍ଷ ପୂର୍ବେ ପ୍ରାଚୀନ କାଳର ବାବିଲନ ନାମକ ଏକ ସହରର ଧ୍ୱଂସ ବିଷୟରେ ଭବିଷ୍ୟବାଣୀ କରା ଯାଇଥିଲା । (ଯିଶାଇୟ ୧୩:୧୭-୨୨) ଏଥିରେ ବାବିଲନ ସହର କିପରି ଧ୍ୱଂସ ହେବ ଏବଂ କେଉଁ ରାଜା ଧ୍ୱଂସ କରିବେ ତାହାଙ୍କ ନାମ ମଧ୍ୟ ଲେଖା ଯାଇଥିଲା ।—ଯିଶାଇୟ ୪୫:୧-୩.

    ଏପରି ବାଇବଲର ଅନେକ ଛୋଟ ବଡ଼ ଭବିଷ୍ୟବାଣୀ ବିସ୍ତାରିତ ଭାବେ ପୂରା ହୋଇଛି । ଈଶ୍ୱରଙ୍କ ବାକ୍ୟରୁ ଏହା ହିଁ ଆମେ ଆଶା କରିବା, ନୁହେଁ କି?—୨ ପିତର ୧:୨୧.

ଏହା ଭାବି ଦେଖନ୍ତୁ

ବାପା, ମା, ପୁଅ ଓ ଝିଅ

ଈଶ୍ୱରଙ୍କ ଏହି ବହିଟି ଆପଣଙ୍କ ଜୀବନରେ କିପରି ଲାଭ ପହଞ୍ଚାଇବ?

ବାଇବଲ ଏହି ପ୍ରଶ୍ନର ଉତ୍ତର ଏଠାରେ ଦିଏ ଯିଶାଇୟ ୪୮:୧୭, ୧୮ ଏବଂ ୨ ତୀମଥି ୩:୧୬, ୧୭.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ