ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • T-34 ପୃଷ୍ଠା ୧-୪
  • ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?
  • ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?
  • ପ୍ରାୟ ସମାନ ଲେଖା
  • ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?
    ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?
  • ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
    ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
  • ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ?
    ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ?
  • ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି?
    ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି?
ଆହୁରି ଦେଖନ୍ତୁ
ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?
T-34 ପୃଷ୍ଠା ୧-୪

ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?

ଆପଣଙ୍କ ମତରେ କʼଣ . . .

  • ହଁ ?

  • ନାହିଁ ?

  • ହୋଇପାରେ ?

ବାଇବଲ କʼଣ କହେ

“ପୁଣି ଈଶ୍ୱର ସ୍ୱୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ ।”—ପ୍ରକାଶିତ ବାକ୍ୟ ୨୧:୪, BSI ବାଇବଲ ।

ଏହା ଜାଣିବା ଦ୍ୱାରା ଆପଣଙ୍କୁ କʼଣ ଲାଭ ହେବ

ଈଶ୍ୱର ଭରସା ଦେଇ କହନ୍ତି ଯେ ଆମ ଦୁଃଖକଷ୍ଟ ପାଇଁ ସେ ଦାୟୀ ନୁହଁନ୍ତି ।—ଯାକୁବ ୧:୧୩.

ଆମ ଦୁଃଖକଷ୍ଟକୁ ଯେ ଈଶ୍ୱର ଅନୁଭବ କରନ୍ତି ଏହା ଜାଣି ଆମକୁ ସାନ୍ତ୍ୱନା ମିଳେ ।—ଯିଖରିୟ ୨:୮.

ସମସ୍ତ ଦୁଃଖକଷ୍ଟ ସମାପ୍ତି ହେବାର ଆଶା ।—ଗୀତସଂହିତା ୩୭:୯-୧୧.

ଭବିଷ୍ୟତରେ ବୀର ସମସ୍ତ ଦୁଃଖକଷ୍ଟ ଏବଂ ଅନ୍ୟାୟକୁ ଶେଷ କରାଯିବ, ଏହି ବିଷୟରେ ଲିତ ଭବିଷ୍ୟତବାଣୀକୁ ଜଣେ ବ୍ୟକ୍ତି ବାଇବଲରୁ ପଛନ୍ତି

ଆମେ ପ୍ରକୃତରେ ବାଇବଲରେ ଲିଖିତ ବିଷୟ ଉପରେ ବିଶ୍ୱାସ କରି ପାରିବା କି ?

ହଁ, ଆସନ୍ତୁ ଅତି କମ୍‌ରେ ଦୁଇଟି କାରଣ ଦେଖିବା:

  • ଈଶ୍ୱର ଦୁଃଖକଷ୍ଟ ଓ ଅନ୍ୟାୟକୁ ଘୃଣା କରନ୍ତି । ଉଦାହରଣ ସ୍ୱରୂପ, ଅତୀତରେ ଯେତେବେଳେ ନିଜ ଲୋକମାନଙ୍କୁ ତାଡ଼ନା ଦିଆ ଯାଉଥିଲା, ସେତେବେଳେ ଯିହୋବା କିପରି ଅନୁଭବ କରୁଥିଲେ ତାହା ଭାବି ଦେଖନ୍ତୁ । ବାଇବଲ କହେ ଯେ “ଉପଦ୍ରବ ଓ ତାଡ଼ନାକାରୀମାନଙ୍କ ସକାଶୁ ସେମାନେ ଯେଉଁ କାତରୋକ୍ତି କଲେ, ତହିଁ ହେତୁ ସଦାପ୍ରଭୁ ସଦୟ ହେଲେ ।”—ବିଚାରକର୍ତ୍ତା ୨:୧୮.

    ଅନ୍ୟମାନଙ୍କୁ ତାଡ଼ନା ଦେବା ଲୋକଙ୍କୁ ଯିହୋବା ପସନ୍ଦ କରନ୍ତି ନାହିଁ । ବାଇବଲ କହେ ଯେ ‘ନିର୍ଦ୍ଦୋଷର ରକ୍ତପାତକାରୀ-ହସ୍ତକୁ’ ଯିହୋବା ଈଶ୍ୱର ଘୃଣା କରନ୍ତି ।—ହିତୋପଦେଶ ୬:୧୬, ୧୭.

  • ଈଶ୍ୱର ଆମ ସମସ୍ତଙ୍କର ବ୍ୟକ୍ତିଗତ ଭାବେ ଯତ୍ନ ନିଅନ୍ତି । କେବଳ ଯେ ଜଣେ ବ୍ୟକ୍ତି “ଆପଣା ପୀଡ଼ା ଓ ଦୁଃଖ ଜାଣି” ପାରେ ତାହା ନୁହେଁ, ଏହା ଯିହୋବା ମଧ୍ୟ ଜାଣି ପାରନ୍ତି ।—୨ ବଂଶାବଳି ୬:୨୯, ୩୦.

    ଯିହୋବା ନିଜ ରାଜ୍ୟ ଦ୍ୱାରା ଅତି ଶୀଘ୍ର ସମସ୍ତଙ୍କର ବ୍ୟକ୍ତିଗତ ଦୁଃଖକଷ୍ଟକୁ ଦୂର କରିବେ । (ମାଥିଉ ୬:୯, ୧୦) ଯେପର୍ଯ୍ୟନ୍ତ ତାହାଙ୍କ ରାଜ୍ୟ ନ ଆସିଛି ସେପର୍ଯ୍ୟନ୍ତ ସେ ତାହାଙ୍କୁ ଖୋଜୁଥିବା ଲୋକଙ୍କୁ ସାନ୍ତ୍ୱନା ଦେଉଥିବେ ।—ପ୍ରେରିତ ୧୭:୨୭; ୨ କରିନ୍ଥୀୟ ୧:୩, ୪.

ଏହା ଭାବି ଦେଖନ୍ତୁ

ଦୁଇ ଜଣ ମହିଳା ବାଇବଲ ପଛନ୍ତି

ଈଶ୍ୱର କାହିଁକି ଦୁଃଖକଷ୍ଟକୁ ଅନୁମତି ଦେଲେ ?

ବାଇବଲ ଏହି ପ୍ରଶ୍ନର ଉତ୍ତର ଏଠାରେ ଦିଏ ରୋମୀୟ ୫:୧୨ ଏବଂ ୨ ପିତର ୩:୯.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ