ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • T-31 ପୃଷ୍ଠା ୧-୪
  • ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?
  • ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ?
    ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ?
  • ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?
    ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?
  • ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି?
    ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି?
  • ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
    ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
ଆହୁରି ଦେଖନ୍ତୁ
ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?
T-31 ପୃଷ୍ଠା ୧-୪

ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?

ଆମ ପୃଥିବୀର ପରିସ୍ଥିତି କି . . .

  • ଯେମିତି କୁ ସେମିତି ରହିବ?

  • ଆହୁରି ଖରାପ ହେବ?

  • ନା ଭଲ ହେବ?

ବାଇବଲ କʼଣ କହେ

“ପୁଣି ଈଶ୍ୱର ସ୍ୱୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି ।”—ପ୍ରକାଶିତ ବାକ୍ୟ ୨୧:୪, BSI ବାଇବଲ ।

ଏହା ଜାଣିବା ଦ୍ୱାରା ଆପଣଙ୍କୁ କʼଣ ଲାଭ ହେବ

ଉପଯୁକ୍ତ ଏବଂ ସନ୍ତୋଷଜନକ କାମ ଥିବ ।—ଯିଶାଇୟ ୬୫:୨୧-୨୩.

କୌଣସି ପ୍ରକାର ରୋଗ ଓ ଦୁଃଖକଷ୍ଟ ରହିବ ନାହିଁ ।—ଯିଶାଇୟ ୨୫:୮; ୩୩:୨୪.

ସବୁବେଳ ପାଇଁ ପରିବାର ଓ ନିଜ ବନ୍ଧୁ-ବାନ୍ଧବଙ୍କ ମଧ୍ୟରେ ସୁଖ ଶାନ୍ତି ରହିବ ।—ଗୀତସଂହିତା ୩୭:୧୧, ୨୯.

ଜଣେ ସ୍ତ୍ରୀ ଓ ଜଣେ ପୁରୁଷ ଆଶାୟୀ ଭବିଷ୍ୟତର ଶ୍ୟକୁ ଦେଖୁଛନ୍ତି, ଝିଅଟି ଗଛରେ ପାଣି ଦେଉଛି, ମିକ ମାନେ ଘର ତିଆରି କରୁଛନ୍ତି

ଆମେ ପ୍ରକୃତରେ ବାଇବଲରେ ଲିଖିତ ବିଷୟ ଉପରେ ବିଶ୍ୱାସ କରି ପାରିବା କି?

ହଁ, ଆସନ୍ତୁ ଅତି କମ୍‌ରେ ଦୁଇଟି କାରଣ ଦେଖିବା:

  • ଈଶ୍ୱରଙ୍କ ନିଜ ପ୍ରତିଜ୍ଞାକୁ ପୂରା କରିବାପାଇଁ କ୍ଷମତା ଅଛି । ଈଶ୍ୱରଙ୍କ ପାଖରେ ଅସୀମ ଶକ୍ତି ରହିଛି ତେଣୁ ବାଇବଲରେ ଯିହୋବାଙ୍କୁ “ସର୍ବଶକ୍ତିମାନ ଈଶ୍ୱର” କୁହାଯାଇଛି । (ପ୍ରକାଶିତ ବାକ୍ୟ ୧୫:୩) ଏଣୁ ସେ ପୃଥିବୀର ପରିସ୍ଥିତିକୁ ପରିବର୍ତ୍ତନ କରିବେ । ସେଥିପାଇଁ ବାଇବଲ କହେ ଯେ ଈଶ୍ୱରଙ୍କ ପାଇଁ “ସମସ୍ତ ସାଧ୍ୟ” ଅଟେ ।—ମାଥିଉ ୧୯:୨୬.

  • ଈଶ୍ୱର ନିଜ ପ୍ରତିଜ୍ଞାକୁ ପୂରା କରିବା ପାଇଁ ଇଚ୍ଛୁକ । ଉଦାହରଣ ସ୍ୱରୂପ, ଯିହୋବା ମରିଥିବା ଲୋକଙ୍କୁ ପୁଣି ଜୀବିତ କରିବେ କାରଣ ସେ ସେମାନଙ୍କୁ “କରୁଣା” ଦେଖାଇବେ ।—ଆୟୁବ ୧୪:୧୪, ୧୫.

    ବାଇବଲରେ ଏହା ମଧ୍ୟ ଲେଖା ଯାଇଛି ଯେ ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ରୋଗୀଙ୍କୁ ସୁସ୍ଥ କରିଲେ । ସେ କାହିଁକି କଲେ? କାରଣ ସେ ଏହା କରିବାକୁ ଇଚ୍ଛା କରୁଥିଲେ । (ମାର୍କ ୧:୪୦, ୪୧) ଯିହୋବାଙ୍କ ପରି ଯୀଶୁ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ।—ଯୋହନ ୧୪:୯.

    ତେଣୁ ଆମେ ନିଶ୍ଚିତ ହେବା ଯେ ଯିହୋବା ଓ ଯୀଶୁ ଦୁହେଁ ଚାହଁନ୍ତି ଭବିଷ୍ୟତରେ ଆମେ ସଦାକାଳ ପାଇଁ ଖୁସୀରେ ରହୁ ।—ଗୀତସଂହିତା ୭୨:୧୨-୧୪; ୧୪୫:୧୬; ୨ ପିତର ୩:୯.

ଏହା ଭାବି ଦେଖନ୍ତୁ

ଜଣେ ବ୍ୟକ୍ତି ବାଇବଲର ଗୋଟିଏ ପଦକୁ ଦେଖାଉଛନ୍ତି

ଈଶ୍ୱର କିପରି ପୃଥିବୀର ପରିସ୍ଥିତିକୁ ପରିବର୍ତ୍ତନ କରିବେ?

ବାଇବଲ ଏହି ପ୍ରଶ୍ନର ଉତ୍ତର ଏଠାରେ ଦିଏ ମାଥିଉ ୬:୯, ୧୦ ଏବଂ ଦାନିୟେଲ ୨:୪୪.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ