ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • T-36 ପୃଷ୍ଠା ୧-୪
  • ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ?
  • ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ?
  • ପ୍ରାୟ ସମାନ ଲେଖା
  • ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?
    ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?
  • ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି?
    ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି?
  • ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
    ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
  • ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?
    ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?
ଆହୁରି ଦେଖନ୍ତୁ
ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ?
T-36 ପୃଷ୍ଠା ୧-୪
ବିଭି ସଦାୟର ଲୋକେ ଈରଙ୍କ ରାଜ୍ୟ ଆସୁ ବୋଲି ର୍ଥନା କରୁଛନ୍ତି

ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ?

ଆପଣ କʼଣ କହିବେ . . .

  • ମନର ଭାବନା?

  • କଥା କାହାଣୀ?

  • ନା ଏକ ସ୍ୱର୍ଗୀୟ ସରକାର?

ବାଇବଲ କʼଣ କହେ

“ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚ ବିନଷ୍ଟ ହେବ ନାହିଁ ।”—ଦାନିୟେଲ ୨:୪୪, BSI ବାଇବଲ ।

“ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ ।”—ଯିଶାଇୟ ୯:୬.

ଏହା ଜାଣିବା ଦ୍ୱାରା ଆପଣଙ୍କୁ କʼଣ ଲାଭ ହେବ

  • ଏହି ଧାର୍ମିକ ସରକାର ଦ୍ୱାରା ଆପଣ ବ୍ୟକ୍ତିଗତ ଭାବେ ଉପକୃତ ହେବେ ।—ଯିଶାଇୟ ୪୮:୧୭, ୧୮.

  • ଆଗାମୀ ନୂତନ ପୃଥିବୀରେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ପ୍ରକୃତ ଖୁସୀ ପାଇ ପାରିବେ ।—ପ୍ରକାଶିତ ବାକ୍ୟ ୨୧:୩, ୪.

ଈରଙ୍କ ରାଜ୍ୟର ଅଧୀନରେ ପାରଦୀଶରେ ଲୋକେ ବଗିଚାରେ କାମ କରୁଛନ୍ତି ଏବଂ ଜୀବନର ଆନନ୍ଦ ନେଉଛନ୍ତି

ଆମେ ପ୍ରକୃତରେ ବାଇବଲରେ ଲିଖିତ ବିଷୟ ଉପରେ ବିଶ୍ୱାସ କରି ପାରିବା କି?

ହଁ, ଆସନ୍ତୁ ଅତି କମ୍‌ରେ ଦୁଇଟି କାରଣ ଦେଖିବା:

  • ଈଶ୍ୱରଙ୍କ ରାଜ୍ୟ କʼଣ କʼଣ କରିବ ଯୀଶୁ ଖ୍ରୀଷ୍ଟ ଏହାର ନମୁନା ଦେଖାଇ ଥିଲେ । ଯୀଶୁ ନିଜ ଶିଷ୍ୟମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ଆସୁ ଓ ତାହାଙ୍କର ଇଚ୍ଛା ପୃଥିବୀରେ ସଫଳ ହେଉ ବୋଲି ପ୍ରାର୍ଥନା କରିବାକୁ ଶିକ୍ଷା ଦେଇଥିଲେ । (ମାଥିଉ ୬:୯, ୧୦) ଏହି ପ୍ରାର୍ଥନାର ଉତ୍ତର କିପରି ମିଳେ ତାହା ଯୀଶୁ ପ୍ରମାଣ କରି ଦେଖାଇ ଥିଲେ ।

    ପୃଥିବୀରେ ଥିଲାବେଳେ ଯୀଶୁ ଖ୍ରୀଷ୍ଟ ଭୋକିଲାଙ୍କୁ ଖାଦ୍ୟ ଦେଇଥିଲେ, ରୋଗୀଙ୍କୁ ସୁସ୍ଥ କରିଥିଲେ ଏବଂ ମୃତବ୍ୟକ୍ତିଙ୍କୁ ପୁନରୁତ୍ଥାନ କରିଥିଲେ । (ମାଥିଉ ୧୫:୨୯-୩୮; ଯୋହନ ୧୧:୩୮-୪୪) ଭବିଷ୍ୟତର ରାଜାରୂପେ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ରାଜ୍ୟର ପ୍ରଜାଙ୍କ ପାଇଁ କʼଣ କʼଣ କରିବେ ତାହାର ଏକ ସୁନ୍ଦର ନମୁନା ଦେଖାଇ ଥିଲେ ।—ପ୍ରକାଶିତ ବାକ୍ୟ ୧୧:୧୫.

  • ପୃଥିବୀର ବର୍ତ୍ତମାନ ପରିସ୍ଥିତିରୁ ଏହା ପ୍ରମାଣିତ ଯେ ଈଶ୍ୱରଙ୍କ ରାଜ୍ୟ ଖୁବ ଶୀଘ୍ର ଆସିବ । ଯୀଶୁ ଖ୍ରୀଷ୍ଟ ଭବିଷ୍ୟବାଣୀ କରି କହିଥିଲେ ଯେ ଶାନ୍ତି ସ୍ଥାପନ କରିବା ପୂର୍ବେ ପୃଥିବୀରେ ଯୁଦ୍ଧ, ମହାମାରୀ ଏବଂ ଭୂମିକମ୍ପ ହେବ ।—ମାଥିଉ ୨୪:୩,୭.

    ଆଜି ଆମେ ଏହି ସବୁ ଦେଖି ପାରୁଛୁ । ତେଣୁ ଆମେ ବିଶ୍ୱାସ କରୁ କି ଅତି ଶୀଘ୍ର ଈଶ୍ୱରଙ୍କ ରାଜ୍ୟ ସମସ୍ତ ସମସ୍ୟାର ସମାଧାନ କରିବ ।

ଏହା ଭାବି କି ଦେଖନ୍ତୁ

ଈରଙ୍କ ରାଜ୍ୟ ଦାରା ଶାସିତ ଏକ ସୁନ୍ଦର ବୀ

ଈଶ୍ୱରଙ୍କ ରାଜ୍ୟର ଶାସନ କାଳରେ ଆମ ଜୀବନ କିପରି ହେବ?

ବାଇବଲରେ ଏହି ପ୍ରଶ୍ନର ଉତ୍ତର ଏଠାରେ ଦିଆ ଯାଇଛି ଗୀତସଂହିତା ୩୭:୨୯ ଏବଂ ଯିଶାଇୟ ୬୫:୨୧-୨୩.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ