ସତ୍ୟ ଜାଣନ୍ତୁ ଓ ଜୀବନ ରକ୍ଷା କରନ୍ତୁ !
ସତ୍ୟ ଜାଣିବା ଦ୍ୱାରା ଆମ ଜୀବନ ରକ୍ଷା ହୋଇପାରିବ । ଧ୍ୟାନ ଦିଅନ୍ତୁ ଯେ ଆଗକୁ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଜାଣିଲେ ଆମ ଜୀବନ ଉପରେ ଏହାର କʼଣ ପ୍ରଭାବ ପଡ଼ିପାରେ, ସଂକ୍ରାମକ ରୋଗଗୁଡ଼ିକ କିପରି ବ୍ୟାପେ ?
ହଜାର ହଜାର ବର୍ଷରୁ ଏହି ପ୍ରଶ୍ନର ଉତ୍ତର କେହି ଜାଣି ନ ଥିଲେ । ଏହି ସମୟରେ ରୋଗ ଓ ମହାମାରୀଗୁଡ଼ିକ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲିଗଲା । ଶେଷରେ ବୈଜ୍ଞାନିକମାନଙ୍କୁ ସତ୍ୟ ଜଣାପଡ଼ିଲା ଯେ ପ୍ରାୟ ରୋଗଗୁଡ଼ିକ ବ୍ୟାକ୍ଟେରିଆ ଓ ସୂକ୍ଷ୍ମ ଜୀବଗୁଡ଼ିକ ଯୋଗୁଁ ବ୍ୟାପେ । ଏହି ସତ୍ୟ ଜାଣିବା ପରେ ଅନେକ ଲୋକଙ୍କୁ ରୋଗଗୁଡ଼ିକରୁ ବଞ୍ଚିବା ଓ ଚିକିତ୍ସା କରାଇବାରେ ସାହାଯ୍ୟ ମିଳିଲା । ଏହାର ପରିଣାମ ଏହା ହେଲା ଯେ ଆଗ ଅପେକ୍ଷା ଏବେ କୋଟି କୋଟି ଲୋକ ଲମ୍ବା ସମୟ ବଞ୍ଚିପାରୁଛନ୍ତି ଓ ସୁସ୍ଥ ଜୀବନଯାପନ କରୁଛନ୍ତି ।
ଅନ୍ୟ ଜରୁରୀ ପ୍ରଶ୍ନଗୁଡ଼ିକ ବିଷୟରେ କʼଣ କୁହାଯାଇପାରିବ ? ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଅନୁସନ୍ଧାନ କଲେ ଆପଣଙ୍କ ଉପରେ କʼଣ ପ୍ରଭାବ ପଡ଼ିପାରେ ?
ଈଶ୍ୱର କିଏ ଅଟନ୍ତି ?
ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି ?
ଈଶ୍ୱରଙ୍କ ରାଜ୍ୟ କʼଣ ?
ଭବିଷ୍ୟତ କିପରି ହେବ ?
ଲକ୍ଷ ଲକ୍ଷ ଲୋକଙ୍କୁ ଏ ପ୍ରଶ୍ନଗୁଡ଼ିକର ଉତ୍ତର ମିଳିଛି, ଯେଉଁଥିରୁ ତାଙ୍କ ଜୀବନ ଆହୁରି ଭଲ ହୋଇଛି । ଆପଣଙ୍କୁ ବି ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣି ଲାଭ ହୋଇପାରିବ ।
କʼଣ ଆପଣ ସତ୍ୟ ପାଇପାରିବେ ?
ହୁଏତ ଆପଣ ଭାବିପାରନ୍ତି, ‘କୌଣସି ବି ଜିନିଷ ବିଷୟରେ ସତ୍ୟ ଜାଣିବା କିପରି ସମ୍ଭବ ?’ ଏହା ଏଥିପାଇଁ କାରଣ ଆଜି ସତ୍ୟ ଜାଣିବା ବହୁତ କଠିନ ହୋଇ ହୋଇଯାଉଛି । ଏପରି କାହିଁକି କୁହାଯାଇପାରିବ ?
ଆଜି ଅନେକ ଲୋକ ସରକାରଗୁଡ଼ିକ, ବ୍ୟବସାୟୀ ଏବଂ ମିଡିଆ ଯାହା କହେ, ତାʼଉପରେ ଭରସା କରନ୍ତି ନାହିଁ । ଏହା ଜାଣିବା କଷ୍ଟ ହୋଇଯାଇଛି ଯେ ଲୋକମାନେ ସତ କହୁଛନ୍ତି ନା ନିଜ ମତ ଦେଉଛନ୍ତି ଆଉ ସେମାନେ ଯାହା ତଥ୍ୟ ଦେଉଛନ୍ତି ତାହା ପୂରାପୂରି ସତ ଅଟେ ନା ମିଛ କହୁଛନ୍ତି । ଆଜି ଭରସାକୁ ଭାଙ୍ଗିବା ଏବଂ ସତ୍ୟକୁ ବୁଲେଇ ବଙ୍କେଇ କହିବା ବହୁତ ସାଧାରଣ ହୋଇଯାଇଛି, ତେଣୁ ଲୋକମାନେ ସତ କଥାକୁ ବି ମିଛ ବୋଲି ଭାବନ୍ତି ।
ଏହି ସମସ୍ୟାଗୁଡ଼ିକ ସତ୍ତ୍ୱେ ଆମେ ଜୀବନ ସହ ଜଡ଼ିତ ଜରୁରୀ ପ୍ରଶ୍ନଗୁଡ଼ିକର ସଠିକ୍ ଉତ୍ତର ପାଇପାରିବା । କିପରି ? କିଛି ଏପରି ପଦକ୍ଷେପ ନେଇ, ଯାହା ଆମେ ପ୍ରାୟ ଜୀବନର ଛୋଟ ଛୋଟ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ପାଇଁ କରୁ ।
ସତ୍ୟ ପାଇଁ ଆପଣଙ୍କ ଅନୁସନ୍ଧାନ
ଆପଣ ପ୍ରତିଦିନ କୌଣସି ନା କୌଣସି ପ୍ରଶ୍ନର ଉତ୍ତର ଜାଣିବା ପାଇଁ କିଛି ନା କିଛି ଉପାୟ ଆପଣାନ୍ତି । ଜେସିକାଙ୍କ ପରିସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ । ସେ କହନ୍ତି, “ଚିନାବାଦାମ ଖାଇଲେ ମୋ ଝିଅର ସ୍ୱାସ୍ଥ୍ୟ ଖରାପ ହୋଇଯାଏ । ଏପରିକି ଚିନାବାଦାମର ଛୋଟିଆ ଅଂଶରୁ ବି ତାʼର ଜୀବନ ଚାଲି ଯାଇପାରେ ।” ତେଣୁ ଜେସିକା ଧ୍ୟାନ ଦିଅନ୍ତି ଯେ ଯେଉଁ ଖାଦ୍ୟ ସେ କିଣୁଛନ୍ତି, ତାହା ତାଙ୍କ ଝିଅ ପାଇଁ କ୍ଷତିକାରକ ନ ହେଉ । ସେ ଆଗକୁ କହନ୍ତି, “ସବୁଠୁ ପ୍ରଥମେ ମୁଁ ଖାଇବା ଜିନିଷରେ ଦିଆଯାଇଥିବା ତଥ୍ୟକୁ ପଢ଼େ ଯେ ସେଥିରେ କେଉଁ କେଉଁ ଜିନିଷର ବ୍ୟବହାର କରାଯାଇଛି । ତାʼପରେ ମୁଁ ଆହୁରି ଅନୁସନ୍ଧାନ କରେ, ଏପରିକି ସେହି ଜିନିଷ ତିଆରି କରିଥିବା କମ୍ପାନୀରୁ ଜାଣିବାକୁ ଚେଷ୍ଟା କରେ ଯେ ସେଥିରେ ଭୁଲରେ ବି ଚିନାବାଦାମର କୌଣସି ଅଂଶ ତ ନାହିଁ । କେବଳ ଏତିକି ନୁହେଁ, ମୁଁ ଅନ୍ୟ ଭରସାଯୋଗ୍ୟ ଲୋକଙ୍କ ସହିତ କଥା ହୁଏ, ଯେଉଁଥିରୁ ମୁଁ ଜାଣିପାରେ ଯେଉଁ ଜିନିଷ ମୁଁ କିଣୁଛି ତାହା ସୁରକ୍ଷିତ ଅଟେ ନା ନାହିଁ ।”
ହୁଏତ ଆପଣ ଭାବିପାରନ୍ତି, ‘ମୁଁ ପ୍ରତିଦିନ ଯେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜେ, ତାହା ଏତେ ଜରୁରୀ ନ ଥାଏ ।’ କିନ୍ତୁ ଜେସିକା ଭଳି ଆପଣ ଆଗକୁ କୁହାଯାଇଥିବା ପଦକ୍ଷେପ ନେଇ ନିଜ ପ୍ରଶ୍ନଗୁଡ଼ିକର ଉତ୍ତର ପାଇପାରିବେ:
ପୂରା ତଥ୍ୟ ଏକାଠି କରନ୍ତୁ ।
ଅଧିକ ଅନୁସନ୍ଧାନ କରନ୍ତୁ ।
ଧ୍ୟାନ ରଖନ୍ତୁ ଯେଉଁଠୁ ଆପଣ ତଥ୍ୟ ନେଉଛନ୍ତି, ତାହା ଭରସାଯୋଗ୍ୟ ରହୁ ।
ଜୀବନ ସହ ଜଡ଼ିତ ପ୍ରଶ୍ନଗୁଡ଼ିକର ଉତ୍ତର ପାଇବାରେ ଏହି ଉପାୟଗୁଡ଼ିକ ଲାଭଦାୟକ ହୋଇପାରିବ । କିପରି ?
ସତ୍ୟର ନିଆରା ବହି
ସତ୍ୟକୁ ଜାଣିବା ପାଇଁ ମଧ୍ୟ ଜେସିକା ସେହିଭଳି ଅନୁସନ୍ଧାନ କଲେ, ଯେପରି ସେ ନିଜ ଝିଅର ଖାଦ୍ୟ ବିଷୟରେ କରିଥିଲେ । ସେ କହନ୍ତି, “ଧ୍ୟାନର ସହ ପଢ଼ି ଏବଂ ଭଲଭାବେ ଅନୁସନ୍ଧାନ କରି ମୁଁ ବାଇବଲର ସତ୍ୟଗୁଡ଼ିକୁ ଜାଣିଲି ।” ଜେସିକା ଭଳି ଲକ୍ଷ ଲକ୍ଷ ଲୋକମାନେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ବାଇବଲରୁ ଜାଣିପାରିଲେ:
ଆମ ଜୀବନର ଉଦ୍ଦେଶ୍ୟ କʼଣ ?
ମୃତ୍ୟୁ ପରେ କʼଣ ହୁଏ ?
ଏତେ ଦୁଃଖକଷ୍ଟ କାହିଁକି ଅଛି ?
ଏହି ଦୁଃଖକଷ୍ଟଗୁଡ଼ିକୁ ଶେଷ କରିବା ପାଇଁ ଈଶ୍ୱର କʼଣ କରୁଛନ୍ତି ?
ଆମ ପରିବାର କିପରି ଖୁସିରେ ରହିପାରିବ ?
ଏହି ପ୍ରଶ୍ନଗୁଡ଼ିକର ଏବଂ ଏହି ଭଳି ଅନେକ ପ୍ରଶ୍ନଗୁଡ଼ିକର ସଠିକ୍ ଉତ୍ତର, ଆପଣ ବାଇବଲରେ ପଢ଼ି ଏବଂ www.jw.org ୱେବସାଇଟ୍ରେ ଯାଇ ଅନୁସନ୍ଧାନ କରି ପାଇପାରିବେ ।