ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
କିଛି ନଷ୍ଟ ହେଲା ନାହିଁ
ଯୀଶୁ ଖ୍ରୀଷ୍ଟ ଯେଉଁ ଅଲୌକିକ ଭାବେ ଅସଂଖ୍ୟ ଲୋକମାନଙ୍କୁ ଖୁଆଇଲେ, ସେଥିରେ ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା ପ୍ରାୟ ୫,୦୦୦ ପୁରୁଷ ଥିଲେ । ଏହାପରେ ସେ ନିଜ ଶିଷ୍ୟମାନଙ୍କୁ କହିଲେ: “ଯେପରି କିଛି ନଷ୍ଟ ନ ହୁଏ, ଏଥିନିମନ୍ତେ ବଳିଥିବା ଭଙ୍ଗା ଖଣ୍ଡଗୁଡ଼ିକ ଏକାଠି କର ।” (ଯୋହ ୬:୧୨) ଯିହୋବା ଲୋକମାନଙ୍କୁ ଯେଉଁ ଭୋଜନ ଦେଇଥିଲେ, ତାକୁ ନଷ୍ଟ ନ କରି ତାହାଙ୍କର ଏହି ବ୍ୟବସ୍ଥା ପ୍ରତି ଯୀଶୁ କୃତଜ୍ଞତା ଦେଖାଇଲେ ।
ଆଜି ଆମ ସମୟରେ, ସଂଗଠନକୁ ମିଳୁଥିବା ଦାନ ଏବଂ ସ୍ୱେଚ୍ଛାସେବୀମାନଙ୍କର ସମୟ ଓ ସହଯୋଗକୁ ପ୍ରଶାସନ ଦଳ ବୁଝିବିଚାରି ବ୍ୟବହାର କରି ଯୀଶୁଙ୍କୁ ଅନୁକରଣ କରିଥାʼନ୍ତି । ଉଦାହରଣସ୍ୱରୂପ, ଯେତେବେଳେ ନ୍ୟୁୟର୍କ ରାଜ୍ୟର ୱାର୍ୱିକ୍ଠାରେ ଆମ ବିଶ୍ୱ ମୁଖ୍ୟାଳୟ ନିର୍ମାଣ କରାଗଲା, ଭାଇମାନେ ଏହି ନିର୍ମାଣ କାମକୁ ଏପରି ଶୈଳୀରେ କଲେ, ଯାହାଫଳରେ ସଂଗଠନକୁ ମିଳିଥିବା ଦାନର ସଠିକ୍ ଉପଯୋଗ ହୋଇପାରିଲା ।
ଆମେ ଅଯଥା ନଷ୍ଟ କରିବାଠାରୁ କିପରି ଦୂରେଇ ରହିପାରିବା . . .
ଯେତେବେଳେ ଆମେ ଖ୍ରୀଷ୍ଟୀୟ ସଭାଗୁଡ଼ିକରେ ଉପସ୍ଥିତ ହେଉ?
ଯେତେବେଳେ ଆମେ ନିଜ ବ୍ୟକ୍ତିଗତ ବ୍ୟବହାର ପାଇଁ ପ୍ରକାଶନଗୁଡ଼ିକୁ ନେଉ? (ରାଜ୍ୟ ସଭା-ହି ୫/୦୯ ୩ ¶୪)
ଯେତେବେଳେ ଆମେ ପ୍ରଚାରରେ ବ୍ୟବହାର କରିବା ପାଇଁ ପ୍ରକାଶନଗୁଡ଼ିକୁ ନେଉ? (ସପୁ୧୭.୦୨-ହି ୪ ¶୧)
ଯେତେବେଳେ ଆମେ ପ୍ରଚାର ସେବାରେ ଭାଗ ନେଉ? (ସପୁ୧୭.୦୨-ହି ୪ ¶୨, ବକ୍ସ)