ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
‘ଯିହୋବାଙ୍କ ଉଦ୍ଦେଶ୍ୟରେ ଆପଣାକୁ ପ୍ରତିଷ୍ଠା କର’
ଆମେ ‘ଆଜି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାକୁ ପ୍ରତିଷ୍ଠା କରିବାକୁ ଉଦ୍ୟତ’ କିପରି ହୋଇପାରିବା? (୧ବଂଶା ୨୯:୫, ୯, ୧୪) ଆମେ ନିଜ ଅଞ୍ଚଳ ଏବଂ ବିଶ୍ୱବ୍ୟାପୀ ଚାଲିଥିବା ଯିହୋବାଙ୍କ ସାକ୍ଷୀମାନଙ୍କର କାମ ପାଇଁ କେଉଁ କେଉଁ ଉପାୟରେ ଦାନ ଦେଇପାରିବା, ସେଗୁଡ଼ିକ ବିଷୟରେ ତଳେ ଦିଆଯାଇଛି ।
ଦାନ ବାକ୍ସରୁ ମିଳୁଥିବା ଦାନ ଏବଂ ଅନଲାଇନ୍ ମିଳୁଥିବା ଦାନରୁ ନିମ୍ନଲିଖିତ କାମଗୁଡ଼ିକର ଖର୍ଚ୍ଚ ପୂରଣ ହୁଏ:
ବିଶ୍ୱବ୍ୟାପୀ ଚାଲିଥିବା ଆମ କାମ
ଶାଖା କାର୍ଯ୍ୟାଳୟ ଓ ଅନୁବାଦ କାର୍ଯ୍ୟାଳୟଗୁଡ଼ିକର ନିର୍ମାଣ ଏବଂ ସେଠାରେ ଚାଲୁଥିବା କାମ
ସଙ୍ଗଠନର ବିଭିନ୍ନ ସ୍କୁଲ
ବିଶେଷ ପୂର୍ଣ୍ଣ ସମୟର ସେବକ
ରିଲିଫ କାମ
ମୁଦ୍ରଣ, ଭିଡିଓ ଓ ଡିଜିଟାଲ୍ ପ୍ରକାଶନ
ନିଜ ମଣ୍ଡଳୀର ଖର୍ଚ୍ଚ
ମଣ୍ଡଳୀର ଖର୍ଚ୍ଚ ଯେପରି ରାଜ୍ୟଘର ପାଇଁ ପାଣି, ବିଜୁଳି ଭଳି ଜରୁରୀ ସେବା ଏବଂ ଏହାର ରକ୍ଷଣାବେକ୍ଷଣ
ତଳେ ଦିଆଯାଇଥିବା କାମଗୁଡ଼ିକ ନିମନ୍ତେ ଶାଖା କାର୍ଯ୍ୟାଳୟକୁ ଦାନ ଦେବା ପାଇଁ ମଣ୍ଡଳୀର ପ୍ରସ୍ତାବ:
ବିଶ୍ୱବ୍ୟାପୀ ରାଜ୍ୟଘର ଓ ସମ୍ମିଳନୀ ଭବନର ନିର୍ମାଣ
ଆନ୍ତଃରାଷ୍ଟ୍ରୀୟ ସହାୟତା ବ୍ୟବସ୍ଥା
ବିଶ୍ୱବ୍ୟାପୀ ଚାଲିଥିବା ଅନ୍ୟାନ୍ୟ କାମ
ଅଧିବେଶନ ଓ ସମ୍ମିଳନୀ
ଆପଣଙ୍କ ଆଞ୍ଚଳିକ ଅଧିବେଶନରେ ଯେଉଁ ଦାନ ମିଳେ, ତାକୁ ବିଶ୍ୱବ୍ୟାପୀ ଚାଲିଥିବା କାମ ପାଇଁ ପଠାଯାଏ । ସେହି ଦାନରେ ଆଞ୍ଚଳିକ, ଆନ୍ତଃରାଷ୍ଟ୍ରୀୟ ଓ ବିଶେଷ ଅଧିବେଶନଗୁଡ଼ିକର ଖର୍ଚ୍ଚ ପୂରଣ କରାଯାଏ ।
ଆପଣଙ୍କ ସର୍କିଟ ସମ୍ମିଳନୀରେ ଯେଉଁ ଦାନ ମିଳେ, ତାକୁ ସମ୍ମିଳନୀ ଭବନର ଭଡ଼ା ଦେବା, ରକ୍ଷଣାବେକ୍ଷଣ କରିବା, ଅନ୍ୟାନ୍ୟ ଖର୍ଚ୍ଚ ଉଠାଇବା ଏବଂ ସର୍କିଟର ଅନ୍ୟ କାମଗୁଡ଼ିକରେ ବ୍ୟବହାର କରାଯାଏ । ବଳକା ଦାନକୁ ବିଶ୍ୱବ୍ୟାପୀ ଚାଲିଥିବା ଯିହୋବାଙ୍କ ସାକ୍ଷୀମାନଙ୍କର କାମ ନିମନ୍ତେ ପଠାଇବା ପାଇଁ ସର୍କିଟ ନିର୍ଣ୍ଣୟ କରିପାରେ ।