ଶଲୋମନ ରାଜା ଦେଖୁଛନ୍ତି ଯେ ମନ୍ଦିରର ନିର୍ମାଣ କାମ କିପରି ଚାଲିଛି
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ସେମାନେ ମନପ୍ରାଣ ଦେଇ କାମ କଲେ
ଶଲୋମନ ମନ୍ଦିର ନିର୍ମାଣ ପାଇଁ ମୂଲ୍ୟବାନ ଜିନିଷ ବ୍ୟବହାର କଲେ (୧ରାଜା ୫:୬, ୧୭; ପ୍ର୯୯-ହି ୧/୧ ପୃ ୩୨ ¶୨)
ଅନେକ ଲୋକ ଏହି କାମରେ ସହଯୋଗ କଲେ (୧ରାଜା ୫:୧୩-୧୬; ଇନସାଇଟ୍-୧ ପୃ ୪୨୪; ଇନସାଇଟ୍-୨ ପୃ ୧୦୭୭ ¶୧)
ଶଲୋମନ ଓ ଲୋକମାନେ ସାତ ବର୍ଷ ପର୍ଯ୍ୟନ୍ତ କଠିନ ପରିଶ୍ରମ କରି ମନ୍ଦିର ନିର୍ମାଣ କଲେ । (୧ରାଜା ୬:୩୮; ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ)
ଶଲୋମନ ଓ ତାଙ୍କ ପ୍ରଜାମାନେ କଠିନ ପରିଶ୍ରମ କଲେ, ତେଣୁ ସେମାନେ ଏକ ସୁନ୍ଦର ମନ୍ଦିର ନିର୍ମାଣ କରିପାରିଲେ । ଏହା ଯୋଗୁଁ ଯିହୋବାଙ୍କ ମହିମା ହେଲା । କିନ୍ତୁ ତାʼପରେ ଯେଉଁ ପିଢ଼ି ଆସିଲା, ସେମାନଙ୍କଠାରେ ଯିହୋବାଙ୍କ ଉପାସନା ପାଇଁ ସେହିପରି ଉତ୍ସାହ ନ ଥିଲା । ସେମାନେ ମନ୍ଦିରର ଦେଖାଶୁଣା କଲେ ନାହିଁ ତେଣୁ ଆଗକୁ ଯାଇ ମନ୍ଦିର ନଷ୍ଟ ହୋଇଗଲା ।
ନିଜକୁ ପଚାରନ୍ତୁ, ‘ଯିହୋବାଙ୍କ ସେବାରେ ମୋର ଉତ୍ସାହ କମ୍ ନ ହେବା ପାଇଁ ମୁଁ କʼଣ କରୁଛି ?’