ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ସେପ୍ଟେମ୍ବର ପୃଷ୍ଠା ୧୨-୧୩
  • ୧୩-୧୯ ଅକ୍ଟୋବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୩-୧୯ ଅକ୍ଟୋବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ସେପ୍ଟେମ୍ବର ପୃଷ୍ଠା ୧୨-୧୩

୧୩-୧୯ ଅକ୍ଟୋବର

ଉପଦେଶକ ୭-୮

ଗୀତ ୩୭ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ‘ବିଳାପ ଗୃହକୁ ଯାଆନ୍ତୁ’

(୧୦ ମି.)

ବିଳାପ କରୁଥିବା ଲୋକମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ସମୟ ବାହାର କରନ୍ତୁ (ଉପ ୭:୨; ଇନସାଇଟ୍‌ “ବିଳାପ କରିବା” (ହିନ୍ଦୀ) ¶୯)

ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି, ସେମାନଙ୍କ ବିଷୟରେ ଭଲ କଥା କହି ସାନ୍ତ୍ୱନା ଦିଅନ୍ତୁ (ଉପ ୭:୧; ପ୍ର୧୯.୦୬-ହି ପୃ ୨୩-୨୪ ¶୧୫)

ବିଳାପ କରୁଥିବା ଲୋକମାନଙ୍କ ସହ ପ୍ରାର୍ଥନା କରନ୍ତୁ (ପ୍ର୧୭.୦୭-ହି ପୃ ୧୬ ¶୧୬)

ଜଣେ ଭାଇଙ୍କର ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି, ସେହି ଭାଇଙ୍କୁ ଭେଟିବା ପାଇଁ ଜଣେ ସ୍ୱାମୀ ସ୍ତ୍ରୀ ଆସିଛନ୍ତି । ସେମାନେ ସେହି ଭାଇଙ୍କୁ ଫଟୋଗୁଡ଼ିକ ଦେଖାଉଛନ୍ତି, ଯେଉଁଥିରେ ସେ ନିଜ ସ୍ତ୍ରୀଙ୍କ ସହିତ ଭଲ ସମୟ ବିତାଇଥିଲେ ।

ମନେ ରଖନ୍ତୁ: ପ୍ରାୟ ବିଳାପ କରୁଥିବା ଲୋକମାନଙ୍କୁ ନିଜ ପ୍ରିୟଜନମାନଙ୍କୁ ହରାଇବାର ଦୀର୍ଘ ସମୟ ପରେ ମଧ୍ୟ ଭାଇଭଉଣୀମାନଙ୍କଠାରୁ ସାନ୍ତ୍ୱନାର ଆବଶ୍ୟକ ପଡ଼ିଥାଏ ।—ପ୍ର୧୭.୦୭-ହି ପୃ ୧୬ ¶୧୭-୧୯.

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଉପ ୭:୨୦-୨୨—ଏହି ପଦଗୁଡ଼ିକ ସାହାଯ୍ୟରୁ ଆପଣ କିପରି ନିଷ୍ପତ୍ତି ନେଇପାରିବେ ଯେ ଯିଏ ଆପଣଙ୍କୁ କଷ୍ଟ ପହଞ୍ଚାଇଛି, ଆପଣ ତାଙ୍କ ସହିତ କଥା ହେବେ ନା ନାହିଁ ? (ପ୍ର୨୩.୦୩ ପୃ ୩୧ ¶୧୮)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଉପ ୮:୧-୧୩ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ବ୍ୟକ୍ତି ଜଣକୁ କେଉଁ ବିଷୟରେ ଆଗ୍ରହ ଅଛି । ତାଙ୍କ ସହ ପୁଣିଥରେ ଭେଟି ସେହି ବିଷୟରେ କଥା ହେବା ପାଇଁ ଯୋଜନା କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୪)

୫. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୩)

୬. ପୁଣିଥରେ ଭେଟିବା ସମୟରେ

(୨ ମି.) ଘର ଘର ପ୍ରଚାର । ଆମ ୱେବସାଇଟ୍‌ jw.orgରୁ କିଛି ଦେଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୪)

୭. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୫ ମି.) ପ୍ରଦର୍ଶନୀ । ବାରମ୍ବାର ପଚରାଯାଉଥିବା ପ୍ରଶ୍ନ (ହିନ୍ଦୀ) ୫୦—ବିଷୟ: ଯିହୋବାଙ୍କ ସାକ୍ଷୀମାନଙ୍କର ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ କିପରି ହୁଏ ? (ଶିଖାଇବା ଅଧ୍ୟୟନ ୧୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୫୧

୮. ମୃତ ଲୋକମାନଙ୍କୁ ପୁଣି ଜୀବିତ କରାଯିବାର ଆଶା ଉପରେ ନିଜର ବିଶ୍ୱାସ ବଢ଼ାନ୍ତୁ

(୧୫ ମି.) ଆଲୋଚନା ।

“ଯେଉଁ ସ୍ତ୍ରୀମାନଙ୍କ ବିଶ୍ୱାସ ମଜବୁତ୍‌ ଥିଲା ସେମାନଙ୍କ ଭଳି ହୁଅନ୍ତୁ !​—⁠ମାର୍ଥା” ଭିଡିଓର ଦୃଶ୍ୟ । ଲାଜାରଙ୍କୁ ଏବେ ଜୀବିତ କରାଯାଇଛି ଏବଂ ମାର୍ଥା ଓ ମରୀୟମ ଖୁସିର ସହ ତାଙ୍କୁ ସ୍ୱାଗତ କରୁଛନ୍ତି ।

ଯିହୋବା ମୃତ ଲୋକମାନଙ୍କୁ ଜୀବିତ କରିବାର ଯେଉଁ ପ୍ରତିଜ୍ଞା କରିଛନ୍ତି, ଏହା ସେହି ମହତ୍ତ୍ୱପୂର୍ଣ୍ଣ ସତ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ, ଯାହା ଆମ ପାଇଁ ବହୁମୂଲ୍ୟ । ଏଥିରୁ ଆମେ ଜାଣିପାରୁ ଯେ ଯିହୋବା ବହୁତ ଶକ୍ତିଶାଳୀ, ବୁଦ୍ଧିମାନ, ଦୟାଳୁ ଅଟନ୍ତି ଓ ବିଶେଷ କରି ସେ ଆମ ସମସ୍ତଙ୍କୁ ବହୁତ ପ୍ରେମ କରନ୍ତି ।—ଯୋହ ୩:୧୬.

ଯଦି ଆମକୁ ପୂରା ବିଶ୍ୱାସ ଥିବ ଯେ ମୃତ ଲୋକମାନଙ୍କୁ ଜୀବିତ କରାଯିବ, ତାହେଲେ ଆମେ ନିଜ ସମସ୍ୟା ବିଷୟରେ ଭାବି ଅତ୍ୟଧିକ ଚିନ୍ତା କରିବାନି । ଏହା ପରିବର୍ତ୍ତେ ଭବିଷ୍ୟତ ପାଇଁ ଆମର ଯେଉଁ ଆଶା ରହିଛି, ଆମେ ସେଥିରେ ଧ୍ୟାନ ଲଗାଇପାରିବା । (୨କରି ୪:୧୬-୧୮) ଯଦିଓ ଆମ ଉପରେ ଅତ୍ୟାଚାର କରାଯାଏ, ଆମକୁ କୌଣସି ବଡ଼ ରୋଗ ହୋଇଯାଏ କିମ୍ବା ଆମ ପ୍ରିୟଜନମାନଙ୍କ ମୃତ୍ୟୁ ହୋଇଯାଏ, ତଥାପି ଆମକୁ ସାନ୍ତ୍ୱନା ଏବଂ ମନର ଶାନ୍ତି ମିଳିବ । (୧ଥେସ ୪:୧୩) ଯଦି ଆମେ ଏହି ଆଶା ଉପରେ ବିଶ୍ୱାସ କରିବା ନାହିଁ, ତାହେଲେ ଆମେ ଖୁସିରେ ରହିପାରିବା ନାହିଁ । (୧କରି ୧୫:୧୯) ସେଥିପାଇଁ ସମୟ ବାହାର କରି ଏହି ବଢ଼ିଆ ଆଶା ଉପରେ ନିଜର ବିଶ୍ୱାସ ବଢ଼ାନ୍ତୁ ।

ଯୋହନ ୧୧:୨୧-୨୪ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ମାର୍ଥା କିପରି ଦେଖାଇଲେ ଯେ ମୃତ ଲୋକମାନଙ୍କୁ ପୁଣି ଜୀବିତ କରାଯିବାର ଆଶା ଉପରେ ସେ ପୂରା ବିଶ୍ୱାସ କରନ୍ତି ?

  • ବିଶ୍ୱାସ ଦେଖାଇବା ଯୋଗୁଁ ତାଙ୍କୁ କʼଣ ପୁରସ୍କାର ମିଳିଲା ?—ଯୋହ ୧୧:୩୮-୪୪

ଯେଉଁ ସ୍ତ୍ରୀମାନଙ୍କ ବିଶ୍ୱାସ ମଜବୁତ୍‌ ଥିଲା ସେମାନଙ୍କ ଭଳି ହୁଅନ୍ତୁ !—ମାର୍ଥା ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ମୃତ ଲୋକମାନଙ୍କ ଜୀବିତ କରାଯିବାର ଆଶା ଆପଣଙ୍କ ପାଇଁ କାହିଁକି ମହତ୍ତ୍ୱ ରଖେ ?

  • ଏହି ଆଶା ଉପରେ ଦୃଢ଼ ବିଶ୍ୱାସ କରିବା ପାଇଁ ଆପଣ କʼଣ କରିପାରିବେ ?

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୨୬-୨୭

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୦୯ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ