୨୦-୨୬ ଅକ୍ଟୋବର
ଉପଦେଶକ ୯–୧୦
ଗୀତ ୩୦ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ସମସ୍ୟାଗୁଡ଼ିକ ବିଷୟରେ ସଠିକ୍ ଦୃଷ୍ଟିକୋଣ ରଖନ୍ତୁ
(୧୦ ମି.)
ଆମେ ଜାଣିଛୁ ଯେ ସମସ୍ୟା ଆସିବାର ଅର୍ଥ ଏହା ନୁହେଁ ଯେ ଯିହୋବା ଆମ ଉପରେ ରାଗିଛନ୍ତି (ଉପ ୯:୧୧; ପ୍ର୧୩-ହି ୮/୧୫ ପୃ ୧୪ ¶୨୦-୨୧)
ଆମେ ଏହା ଆଶା କରି ନ ଥାଉ ଯେ ଶୟତାନର ଦୁନିଆରେ ଆମ ସହ ଭଲ ହେବ (ଉପ ୧୦:୭; ପ୍ର୧୯.୦୯-ହି ପୃ ୪-୫ ¶୧୦)
ସମସ୍ୟା ସମୟରେ ମଧ୍ୟ ଯିହୋବାଙ୍କଠାରୁ ମିଳୁଥିବା ଭଲ ଜିନିଷଗୁଡ଼ିକର ମଜା ନେବା ପାଇଁ ସମୟ ବାହାର କରନ୍ତୁ (ଉପ ୯:୭, ୧୦; ପ୍ର୧୧-ହି ୧୦/୧୫ ପୃ ୮ ¶୧-୨)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଉପ ୧୦:୧୨-୧୪—ଏହି ପଦଗୁଡ଼ିକରେ ଗପସପ କରିବା ବିଷୟରେ କʼଣ ଚେତାବନୀ ଦିଆଯାଇଛି ? (ଇନସାଇଟ୍ “ଗପସପ, ମିଛ କଥା ପ୍ରସାରିତ କରି ବଦନାମ କରିବା” (ହିନ୍ଦୀ) ¶୪, ୮)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଉପ ୧୦:୧-୨୦ (ଶିଖାଇବା ଅଧ୍ୟୟନ ୧୧)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକ ଦୁଃଖି ଦେଖାଯାଉଛନ୍ତି । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୪)
୫. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକ କହନ୍ତି ଯେ ସେ ଦେଶର ଆର୍ଥିକ ସ୍ଥିତି ଯୋଗୁଁ ଚିନ୍ତିତ ଅଛନ୍ତି । ତାଙ୍କୁ ଲୋକଙ୍କୁ ପ୍ରେମ ପୁସ୍ତିକାର “ଆଉ କିଛି ପରାମର୍ଶ—କ” “ବାଇବଲରୁ କୌଣସି କଥା କିପରି କହିବି ?” ଭାଗରୁ କିଛି ଜଣାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୪)
୬. ବାଇବଲ ଅଧ୍ୟୟନ ସମୟରେ
(୫ ମି.) ଜୀବନ ବହି ପାଠ ୧୭: ଆମେ କʼଣ ଶିଖିଲୁ, ଆପଣ କʼଣ କହିବେ ? ଓ ଲକ୍ଷ୍ୟ । (ଲୋକଙ୍କୁ ପ୍ରେମ ପାଠ ୧୨ ପଏଣ୍ଟ ନଂ. ୩)
ଗୀତ ୪୧
୭. ବଡ଼ ବଡ଼ ସମସ୍ୟା ସମୟରେ ଯିହୋବାଙ୍କଠାରୁ ସୁସ୍ଥିରତା ପାଆନ୍ତୁ
(୧୫ ମି.) ଆଲୋଚନା ।
ଆମକୁ ପ୍ରତିଦିନ କୌଣସି ନା କୌଣସି ସମସ୍ୟାର ସାମନା କରିବାକୁ ପଡ଼େ । କିନ୍ତୁ ବେଳେବେଳେ ଆମ ଉପରେ ହଠାତ୍ କୌଣସି ସମସ୍ୟା ଆସେ ଏବଂ ଏହା ବହୁତ ଭୟଙ୍କର ଥାଏ । ଏହାଯୋଗୁଁ ଆମ ଜୀବନ ଓଲଟପାଲଟ ହୋଇଯାଏ । ଆମକୁ ବୁଝି ଆସେନି ଯେ ଆମେ କʼଣ କରିବା । ହୁଏତ ଆମକୁ ଏହା ବି ଲାଗେ ଯେ ଆମେ ଏହାକୁ ସହିପାରିବା ନାହିଁ । ଏପରି ବଡ଼ ବଡ଼ ସମସ୍ୟାରେ ଆମେ କʼଣ କରିପାରିବା ?
ସମସ୍ୟା ଯେତେ ବି ବଡ଼ ଥାଉ ନା କାହିଁକି, ଯିହୋବା ଆମକୁ “ସୁସ୍ଥିରତା” କରାଇବେ । (ଯିଶା ୩୩:୬) ଯଦି ଆମେ ମର୍ଯ୍ୟାଦାରେ ରହିବା ଅର୍ଥାତ୍ ନିଜର ସୀମାରେ ରହିବା ଏବଂ ନିଜଠୁ ଅଧିକ ଆଶା କରିବା ନାହିଁ, ତାହେଲେ ଯିହୋବା ଆମକୁ ସାହାଯ୍ୟ କରିବେ । (ହିତୋ ୧୧:୨) ଯେବେ ହଠାତ୍ କୌଣସି ଅଘଟଣ ଘଟେ, ତେବେ ହୁଏତ ଭାବିଚିନ୍ତି ନିଷ୍ପତ୍ତି ନେବା ଏବଂ ନିଜକୁ ଓ ନିଜ ପ୍ରିୟଜନମାନଙ୍କର ଯତ୍ନ ନେବା ପାଇଁ ସମୟ ଲାଗିବ । (ଉପ ୪:୬) କିମ୍ବା ଯେବେ ଆମର ନିଜ ଲୋକଙ୍କ ମୃତ୍ୟୁ ହୋଇଯାଏ, ତେବେ ସେହି ଦୁଃଖରୁ ବାହାରିବା ପାଇଁ ଆମକୁ ସମୟ ଦେବାକୁ ପଡ଼ିବ । ଏପରି ସମସ୍ୟାଗୁଡ଼ିକ ସମୟରେ ନିଜକୁ ସମ୍ଭାଳିବା ପାଇଁ ଆପଣଙ୍କୁ ଯେତିକି ସମୟ ଦରକାର, ସେତିକି ସମୟ ନିଅନ୍ତୁ ।
ଯିହୋବା ଭାଇଭଉଣୀମାନଙ୍କ ଜରିଆରେ ଆମକୁ ସୁସ୍ଥିର କରାନ୍ତି, ତେଣୁ ଆମେ ସେମାନଙ୍କର ସାହାଯ୍ୟ ସ୍ୱୀକାର କରିବା ଉଚିତ୍ କିମ୍ବା ସେମାନଙ୍କୁ ସାହାଯ୍ୟ ମାଗିବା ଉଚିତ୍ । ମନେ ରଖନ୍ତୁ, ଆପଣଙ୍କ ଭାଇଭଉଣୀମାନେ ଆପଣଙ୍କୁ ବହୁତ ପ୍ରେମ କରନ୍ତି ଏବଂ ଆପଣଙ୍କୁ ସାହାଯ୍ୟ କରି ସେମାନଙ୍କୁ ଖୁସି ମିଳେ ।
୨ କରିନ୍ଥୀୟ ୪:୭-୯ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ଆମେ କାହିଁକି ସେସମୟରେ ବି ବାଇବଲ ପଢ଼ିବା, ସଭାକୁ ଯିବା ଏବଂ ପ୍ରଚାରରେ ଲାଗି ରହିବା ଉଚିତ୍, ଯେବେ ଏପରି କରିବା ଆମକୁ କଠିନ ଲାଗେ ?
ଯିହୋବା ଭାଙ୍ଗି ପଡ଼ିଥିବା ଲୋକମାନଙ୍କର ନିକଟରେ ରହନ୍ତି ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ଯିହୋବା କିପରି ଭାଇ ଓ ଭଉଣୀ ସେପ୍ଟରଙ୍କର ସାହାଯ୍ୟ କଲେ ?
ଭାଇଭଉଣୀମାନେ କିପରି ସେମାନଙ୍କର ସାହାଯ୍ୟ କଲେ ?
ଆପଣ ସେମାନଙ୍କଠାରୁ କʼଣ ଶିଖିଲେ ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୨୮, ଭାଗ ୬ରେ କʼଣ ଅଛି ଏବଂ ପାଠ ୨୯