ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • T-33 ପୃଷ୍ଠା ୧-୪
  • ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି?
  • ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି?
  • ପ୍ରାୟ ସମାନ ଲେଖା
  • ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?
    ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?
  • ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ?
    ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ?
  • ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
    ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
  • ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?
    ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?
ଆହୁରି ଦେଖନ୍ତୁ
ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି?
T-33 ପୃଷ୍ଠା ୧-୪

ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି?

ଆପଣଙ୍କ ମତରେ କି . . .

  • ଈଶ୍ୱର?

  • ମନୁଷ୍ୟ?

  • ନା ଶୟତାନ?

ବାଇବଲ କʼଣ କହେ

“ସମସ୍ତ ଜଗତ ଯେ ପାପାତ୍ମାର ଅଧୀନ ।”—୧ ଯୋହନ ୫:୧୯.

“ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେହିଁ ଈଶ୍ୱରଙ୍କ ପୁତ୍ର ପ୍ରକାଶିତ ହେଲେ ।”—୧ ଯୋହନ ୩:୮, BSI ବାଇବଲ ।

ଏହା ଜାଣିବା ଦ୍ୱାରା ଆପଣଙ୍କୁ କʼଣ ଲାଭ ହେବ

ଏହା ପୃଥିବୀର ସମସ୍ୟାର ଯୁକ୍ତିଯୁକ୍ତ ପ୍ରମାଣ ଦିଏ ।—ପ୍ରକାଶିତ ବାକ୍ୟ ୧୨:୧୨.

ପୃଥିବୀର ପରିସ୍ଥିତିର ପରିବର୍ତ୍ତନ ହେବାର ପ୍ରକୃତ କାରଣଗୁଡ଼ିକକୁ ବର୍ଣ୍ଣନା କରେ ।—୧ ଯୋହନ ୨:୧୭.

ଶୟତାନ ଜଗତର ରାଜନୀତି, ସୈନ୍ୟ, ଧର୍ମ ଏବଂ ଲୋକମାନଙ୍କୁ ନିୟନ୍ତ୍ରଣ କରୁଛି

ଆମେ ପ୍ରକୃତରେ ବାଇବଲରେ ଲିଖିତ ବିଷୟ ଉପରେ ବିଶ୍ୱାସ କରି ପାରିବା କି?

ହଁ, ଆସନ୍ତୁ ଅତି କମ୍‌ରେ ତିନୋଟି କାରଣ ଦେଖିବା:

  • ଶୟତାନର ଶାସନ ଶେଷ ହେବ । ମାନବଜାତି ଉପରେ ଶୟତାନର ଶାସନକୁ ସମାପ୍ତି କରିବାପାଇଁ ଯିହୋବା ସ୍ଥିର କରିଛନ୍ତି । ସେ ପ୍ରତିଜ୍ଞା କରିଛନ୍ତି ଯେ “ଶୟତାନକୁ ବିନାଶ” କରିବେ ଏବଂ ଶୟତାନ ମାନବଜାତିର ଯାହା ଯାହା କ୍ଷତି କରିଛି ତାହା ସେ ପୁଣି ଥରେ ଠିକ୍‌ କରିବେ ।—ଏବ୍ରୀ ୨:୧୪.

  • ଯୀଶୁଙ୍କୁ ପୃଥିବୀ ଉପରେ ଶାସନ କରିବା ପାଇଁ ଈଶ୍ୱର ଅଧିକାର ଦେଇଛନ୍ତି । ପୃଥିବୀର ନିଷ୍ଠୁର ଓ ସ୍ୱାର୍ଥପର ଶାସକଙ୍କ ଠାରୁ ଯୀଶୁଙ୍କ ଶାସନ ସମ୍ପୂର୍ଣ୍ଣ ଭିନ୍ନ ହେବ । ଯୀଶୁଙ୍କ ଶାସନ ବିଷୟରେ, ଈଶ୍ୱର କହନ୍ତି: “ସେ ଦରିଦ୍ର ଓ ଦୀନହୀନ ପ୍ରତି ଦୟା କରିବେ ଓ ସେ ଦୀନହୀନମାନଙ୍କର ପ୍ରାଣ ଉଦ୍ଧାର କରିବେ ।”—ଗୀତସଂହିତା ୭୨:୧୩, ୧୪.

  • ଈଶ୍ୱର କେବେ ମିଛ କହନ୍ତି ନାହିଁ । ବାଇବଲ କହେ ଯେ ଈଶ୍ୱରଙ୍କ ପାଇଁ “ମିଥ୍ୟା କହିବା ଅସମ୍ଭବ ।” (ଏବ୍ରୀ ୬:୧୮) ଯିହୋବା ଯେବେ କିଛି କରିବା ପାଇଁ ପ୍ରତିଜ୍ଞା କରନ୍ତି, ତାହା ମାନି ନିଅ ଯେ ପୂରା ହୋଇଗଲା । (ଯିଶାଇୟ ୫୫:୧୦, ୧୧) “ଏହି ଜଗତର ଅଧିପତିକୁ ବାହାରେ ପକାଯିବ ।”—ଯୋହନ ୧୨:୩୧.

ଏହା ଭାବି ଦେଖନ୍ତୁ

ଗୋଟିଏ ସୁଖୀ ପରିବାର ସକ ପାରେ ଖୁସୀରେ ସମୟ ବିତାଉଛନ୍ତି

ପୃଥିବୀର ଶାସକ, ଶୟତାନକୁ ବାହର କରି ଦିଆଗଲା ପରେ ପରିସ୍ଥିତି କିପରି ହେବ?

ବାଇବଲ ଏହି ପ୍ରଶ୍ନର ଉତ୍ତର ଏଠାରେ ଦିଏ ଗୀତସଂହିତା ୩୭:୧୦, ୧୧ ଏବଂ ପ୍ରକାଶିତ ବାକ୍ୟ ୨୧:୩, ୪.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ