ଭାଗ ୬ରେ କʼଣ ଅଛି
ଶେଷରେ ଇସ୍ରାଏଲୀୟମାନେ ପ୍ରତିଜ୍ଞାତ ଦେଶ ପହଞ୍ଚିଗଲେ । ସେଠାରେ ପବିତ୍ର ତମ୍ବୁ, ସତ୍ୟ ଉପାସନାର ବିଶେଷ ଜାଗା ହୋଇଗଲା । ଯାଜକ, ଲୋକଙ୍କୁ ନିୟମ ଶିଖାଉଥିଲେ ଏବଂ ବିଚାରକର୍ତ୍ତା ବା ନ୍ୟାୟୀ, ରାଷ୍ଟ୍ରକୁ ସଠିକ୍ ବାଟ ଦେଖାଉଥିଲେ । ଏହି ଭାଗରେ ଥିବା କାହାଣୀଗୁଡ଼ିକ ଦେଖାଏ ଯେ ଜଣେ ବ୍ୟକ୍ତିର ନିଷ୍ପତ୍ତି ଓ କାମଗୁଡ଼ିକର ଅନ୍ୟମାନଙ୍କ ଉପରେ ବହୁତ ଗଭୀର ପ୍ରଭାବ ପଡ଼ିପାରେ । ପ୍ରତ୍ୟେକ ଇସ୍ରାଏଲୀୟଙ୍କୁ ଯିହୋବା ଓ ନିଜ ସାଥୀ ଇସ୍ରାଏଲୀୟଙ୍କ ବିଶ୍ୱସ୍ତ ରହିବାର ଥିଲା । ବୁଝାନ୍ତୁ ଯେ ଦବୋରା, ନୟମୀ, ଯିହୋଶୂୟ, ହାନ୍ନା, ଯିପ୍ତହଙ୍କ ଝିଅ ଓ ଶାମୁୟେଲଙ୍କ କାମଗୁଡ଼ିକର କିପରି ସେମାନଙ୍କ ଲୋକଙ୍କ ଉପରେ ପ୍ରଭାବ ପଡ଼ିଲା । ଜୋର୍ ଦେଇ ବୁଝାନ୍ତୁ ଯେ ଯେଉଁମାନେ ଇସ୍ରାଏଲୀୟ ନ ଥିଲେ, ସେମାନେ ଇସ୍ରାଏଲୀୟମାନଙ୍କ ସହଯୋଗ ଦେବା ପାଇଁ ନିଷ୍ପତ୍ତି ନେଲେ କାରଣ ସେମାନେ ଜାଣିଥିଲେ ଯେ ଈଶ୍ୱର ସେମାନଙ୍କ ସହିତ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକ ଥିଲେ, ରାହାବ, ରୂତ, ଯାୟେଲ ଓ ଗିବୀୟୋନୀୟ ଲୋକ ।