ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ସେପ୍ଟେମ୍ବର ପୃଷ୍ଠା ୭
  • ପ୍ରାଚୀନମାନେ ଯିହୋବାଙ୍କ ଲୋକମାନଙ୍କ ପାଇଁ କଠିନ ପରିଶ୍ରମ କରନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରାଚୀନମାନେ ଯିହୋବାଙ୍କ ଲୋକମାନଙ୍କ ପାଇଁ କଠିନ ପରିଶ୍ରମ କରନ୍ତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ପ୍ରାଚୀନମାନଙ୍କ ସାହାଯ୍ୟ ନିଅନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ପାପ କରିଥିବା ବ୍ୟକ୍ତିମାନଙ୍କୁ ପ୍ରେମ ଓ ଦୟା ଦେଖାନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଭାଇମାନେ, କʼଣ ଆପଣ ପ୍ରାଚୀନ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ସେପ୍ଟେମ୍ବର ପୃଷ୍ଠା ୭

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରାଚୀନମାନେ ଯିହୋବାଙ୍କ ଲୋକମାନଙ୍କ ପାଇଁ କଠିନ ପରିଶ୍ରମ କରନ୍ତି

ଅନେକ ଲୋକମାନେ ଅଧିକାରୀମାନଙ୍କୁ ପସନ୍ଦ କରନ୍ତି ନାହିଁ । ଆଉ ତାହାର କାରଣ ମଧ୍ୟ ଅଛି । ମଣିଷମାନେ ଅନେକ ବର୍ଷରୁ ନିଜ ଅଧିକାରର ଭୁଲ ବ୍ୟବହାର କରିଆସିଛନ୍ତି । (ମୀଖା ୭:୩) କିନ୍ତୁ ଆମେ ଖୁସି ଯେ ପ୍ରାଚୀନମାନେ ଏପରି କରନ୍ତି ନାହିଁ । ପ୍ରାଚୀନମାନଙ୍କୁ ଶିଖାଯାଏ ଯେ ସେମାନେ ନିଜ ଅଧିକାରର ବ୍ୟବହାର ଭାଇଭଉଣୀଙ୍କ ମଙ୍ଗଳ ପାଇଁ କରନ୍ତୁ ।—ଏଷ୍ଟ ୧୦:୩; ମାଥି ୨୦:୨୫, ୨୬.

ପ୍ରାଚୀନମାନେ ମଣ୍ଡଳୀରେ ଯାହା ବି କାମ କରନ୍ତି, ତାହାର କାରଣ ହେଉଛି ଯେ ସେମାନେ ଯିହୋବା ଓ ଲୋକମାନଙ୍କୁ ପ୍ରେମ କରନ୍ତି । (ଯୋହ ୨୧:୧୬; ୧ପିତ ୫:୧-୩) ସେମାନେ ଯୀଶୁଙ୍କ ନେତୃତ୍ୱରେ ଏହା କରନ୍ତି । ସେମାନେ ମେଷପାଳକ ଭଳି ପ୍ରତ୍ୟେକ ମେଷର ଯତ୍ନ ନିଅନ୍ତି । ପ୍ରଚାରକମାନଙ୍କ ସାହାଯ୍ୟ କରନ୍ତି ଯାହାଫଳରେ ସେମାନେ ଯିହୋବା ଓ ଭାଇଭଉଣୀମାନଙ୍କ ନିକଟତର ହୋଇରହନ୍ତି । ଯଦି ହଠାତ୍‌ ସ୍ୱାସ୍ଥ୍ୟଜନକ ସମସ୍ୟା କିମ୍ବା କୌଣସି ବିପତ୍ତି ଆସେ, ତେବେ ପ୍ରାଚୀନମାନେ ତୁରନ୍ତ ଭାଇଭଉଣୀମାନଙ୍କ ସାହାଯ୍ୟ କରନ୍ତି ଓ ସାହସ ବଢ଼ାନ୍ତି । ଯଦି ଆପଣଙ୍କୁ ସାହାଯ୍ୟର ଦରକାର ପଡ଼େ, ତେବେ ନିଶ୍ଚିନ୍ତ ହୋଇ ନିଜ ମଣ୍ଡଳୀର କୌଣସି ବି ପ୍ରାଚୀନମାନଙ୍କ ସହ କଥା ହୁଅନ୍ତୁ ।—ଯାକୁ ୫:୧୪.

“ମେଷପାଳକମାନେ ନିଜ ମେଷମାନଙ୍କର ଯତ୍ନ ନିଅନ୍ତି” ନାମକ ଭିଡିଓର ଗୋଟିଏ ଦୃଶ୍ୟ । ଜଣେ ପ୍ରାଚୀନ ଇଲିୟଜ୍‌ଙ୍କୁ ଭେଟି ବହୁତ ଖୁସି ଅଛନ୍ତି ଓ ତାଙ୍କୁ ଆଲିଙ୍ଗନ କରୁଛନ୍ତି ।

ମେଷପାଳକମାନେ ନିଜ ମେଷମାନଙ୍କର ଯତ୍ନ ନିଅନ୍ତି ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଯେବେ ପ୍ରାଚୀନମାନେ ମାରିୟାନାଙ୍କ ସାହାଯ୍ୟ କଲେ, ତେବେ ତାଙ୍କୁ କʼଣ ଲାଭ ହେଲା ?

  • ଯେବେ ପ୍ରାଚୀନମାନେ ଇଲିୟଜ୍‌ଙ୍କ ସାହାଯ୍ୟ କଲେ, ତେବେ ତାଙ୍କୁ କʼଣ ଲାଭ ହେଲା ?

  • ଏହି ଭିଡିଓ ଦେଖିବା ପରେ ଆପଣ ପ୍ରାଚୀନମାନଙ୍କ କାମଗୁଡ଼ିକ ବିଷୟରେ କʼଣ ଅନୁଭବ କରନ୍ତି ?

ନିଜେ ଆଗକୁ ଆସି ପ୍ରାଚୀନମାନଙ୍କୁ କହନ୍ତୁ . . .

  • ଯେବେ ଆପଣଙ୍କ ଠିକଣା କିମ୍ବା ଫୋନ୍‌ ନମ୍ବର ବଦଳି ଯାଏ

  • ଯେବେ ଆପଣ କୌଣସି ବଡ଼ ସମସ୍ୟାର ସାମନା କରୁଛନ୍ତି

  • ଯେବେ ଆପଣ ଲମ୍ବା ସମୟ ପାଇଁ ଅନ୍ୟ ଜାଗାକୁ ଯାଉଛନ୍ତି

  • ଯେବେ ଆପଣ ବହୁତ ରୋଗରେ ପଡ଼ିଯାʼନ୍ତି କିମ୍ବା ଆପଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼େ

  • ଯେବେ ଆପଣ କୌଣସି ଗମ୍ଭୀର ପାପ କରିଛନ୍ତି

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ