ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ଫୋନ୍ରେ ସାକ୍ଷ୍ୟ ଦେବାରେ
ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ଫୋନ୍ରେ ଆମେ “ସୁସମାଚାର ବିଷୟରେ ଭଲ ଭାବେ ସାକ୍ଷ୍ୟ” ଦେଇପାରିବା । (ପ୍ରେରି ୨୦:୨୪, NW)a ଯଦି କୌଣସି କାରଣରୁ ଆମେ ଜଣେ ବ୍ୟକ୍ତିଙ୍କ ସହ ଭେଟ ହୋଇ କଥା ହୋଇପାରିବା ନାହିଁ, ତେବେ ତାଙ୍କୁ ଆମେ ଫୋନ୍ରେ ସାକ୍ଷ୍ୟ ଦେଇପାରିବା ।
ଏହା କିପରି କରିବା:
ପ୍ରସ୍ତୁତି କରନ୍ତୁ— ଏକ ବିଷୟ ଭାବନ୍ତୁ, ଯାହା ଉପରେ କଥା ହେବା ପାଇଁ ଅଧିକାଂଶ ଲୋକ ପସନ୍ଦ କରନ୍ତି । ତାʼପରେ ଅଳ୍ପ ଶବ୍ଦରେ ଲେଖନ୍ତୁ ଯେ ଆପଣ ଫୋନ୍ରେ ସାକ୍ଷ୍ୟ ଦେବା ବେଳେ କʼଣ କହିବେ । ହୁଏତ ବ୍ୟକ୍ତି ଜଣକ ଫୋନ୍ ଉଠାଇ ନ ପାରନ୍ତି ଏବଂ ଆପଣଙ୍କୁ ଭଏସ ମେସେଜ ଛାଡ଼ିବା ପାଇଁ କୁହାଯାଇପାରେ । ଯଦି ଆପଣ ଆଗରୁ ଲେଖି ରଖିଛନ୍ତି ଯେ ଆପଣ କʼଣ କହିବେ, ତେବେ ଆପଣ ସହଜରେ ଅଳ୍ପ ଶବ୍ଦରେ ନିଜ ବାର୍ତ୍ତା ଜଣାଇପାରିବେ । ଆପଣ ଟେବୁଲ ଉପରେ ଦରକାର ହେଉଥିବା ସବୁ ଜିନିଷ ରଖିପାରିବେ, ଯାହାଫଳରେ ଭଲ ଭାବେ ସାକ୍ଷ୍ୟ ଦେଇପାରିବେ, ଯେପରି— ଫୋନ୍ କିମ୍ବା ଟ୍ୟାବଲେଟରେ JW ଲାଇବ୍ରେରୀ କିମ୍ବା jw.org® ଖୋଲି ରଖିପାରିବେ
ଆରାମରେ କଥା ହୁଅନ୍ତୁ— ଆପଣ ସାଧାରଣତଃ ଯେପରି କଥା ହୁଅନ୍ତି, ସେହିପରି କଥା ହୁଅନ୍ତୁ । ମୁହଁରେ ହସ ନେଇ କଥା ହୁଅନ୍ତୁ ଏବଂ ଏପରି ହାବଭାବ କରନ୍ତୁ, ସତେ ଯେପରି ଆପଣ ସେହି ବ୍ୟକ୍ତିଙ୍କ ସାମନାରେ କଥା ହେଉଛନ୍ତି । ଅଟକି ଅଟକି କଥା ହୁଅନ୍ତୁ ନାହିଁ । ଅନ୍ୟ ପ୍ରଚାରକମାନଙ୍କ ସହ ମିଶି ଫୋନ୍ରେ ସାକ୍ଷ୍ୟ ଦିଅନ୍ତୁ । ବ୍ୟକ୍ତି ଜଣକ ଆପଣଙ୍କୁ ପ୍ରଶ୍ନ ପଚାରିଲେ ତାକୁ ଦୋହରାନ୍ତୁ, ଯାହାଫଳରେ ଆପଣଙ୍କ ସହ ବସିଥିବା ପ୍ରଚାରକ ତାର ଉତ୍ତର ଖୋଜିବାରେ ଆପଣଙ୍କୁ ସାହାଯ୍ୟ କରିପାରିବେ
ଏପରି ଭାବେ କଥା ହୁଅନ୍ତୁ, ଯେପରି ପୁଣିଥରେ ଆଲୋଚନା କରିପାରିବେ— ବ୍ୟକ୍ତି ଜଣକ ଆମ ବାର୍ତ୍ତା ପ୍ରତି ଆଗ୍ରହ ଦେଖାଇଲେ ଶେଷରେ ଏକ ପ୍ରଶ୍ନ ପଚାରନ୍ତୁ, ଯାହାର ଉତ୍ତର ଆପଣ ଆର ଥରକୁ ଦେବେ । ଆପଣ ଇ-ମେଲ୍ରେ, ଡାକ ଯୋଗେ କିମ୍ବା ନିଜେ ଯାଇ ତାଙ୍କୁ କୌଣସି ପ୍ରକାଶନ ଦେଇପାରିବେ । ଆପଣ ଇ-ମେଲ୍ କିମ୍ବା ମେସେଜ ମାଧ୍ୟମରେ କୌଣସି ଭିଡିଓ କିମ୍ବା ଲେଖା ମଧ୍ୟ ପଠାଇପାରିବେ । ଯଦି ସମ୍ଭବ, ତାଙ୍କୁ ଆମ ୱେବସାଇଟ୍ର କୌଣସି ଭାଗ ବିଷୟରେ କୁହନ୍ତୁ
a ଯଦି ଆପଣଙ୍କ ଅଞ୍ଚଳରେ ଫୋନ୍ରେ ସାକ୍ଷ୍ୟ ଦେବାର ଅନୁମତି ଥାଏ, ତେବେ ଡାଟା ସୁରକ୍ଷା ନିୟମଗୁଡ଼ିକୁ ଧ୍ୟାନରେ ରଖି ଏପରି କରନ୍ତୁ ।