ଭାଗ ୧୩ରେ କʼଣ ଅଛି
ଯୀଶୁ, ପାପୀ ମଣିଷମାନଙ୍କ ପାଇଁ ନିଜ ଜୀବନ ଦେବା ପାଇଁ ପୃଥିବୀକୁ ଆସିଥିଲେ । ଯଦିଓ ତାଙ୍କ ମୃତ୍ୟୁ ହୋଇଯାଇଥିଲା, ତଥାପି ସେ ଦୁନିଆ ଉପରେ ଜୟ ହାସଲ କରିଥିଲେ । ଯିହୋବା ନିଜ ପୁଅଙ୍କ ବିଶ୍ୱସ୍ତ ରହିଲେ ଏବଂ ତାଙ୍କୁ ପୁଣିଜୀବିତ କରିଦେଲେ । ଯୀଶୁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ନମ୍ରତାର ସହ ଅନ୍ୟମାନଙ୍କ ସେବା କଲେ ଏବଂ ସେମାନଙ୍କ ଭୁଲଗୁଡ଼ିକୁ କ୍ଷମା କଲେ । ପୁଣିଥରେ ଜୀବିତ ହେବା ପରେ ସେ ନିଜ ଶିଷ୍ୟମାନଙ୍କୁ ଦେଖା ଦେଲେ । ସେ ସେମାନଙ୍କୁ ଗୋଟିଏ ଜରୁରୀ କାମ ଦେଲେ ଏବଂ ଶିଖାଇଲେ ଯେ ସେମାନଙ୍କୁ ଏହି କାମ କିପରି କରିବାର ଅଛି । ଯଦି ଆପଣଙ୍କ ପିଲାମାନେ ଅଛନ୍ତି ତେବେ ସେମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ଆଜି ଆମକୁ ବି ସେହି କାମ କରିବାର ବଢ଼ିଆ ସୁଯୋଗ ମିଳିଛି ।