ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୧୧ ପୃଷ୍ଠା ୧୪
  • ଉତ୍ସାହର ସହିତ କହିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଉତ୍ସାହର ସହିତ କହିବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଉତ୍ସାହର ସହ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ସ୍ନେହପୂର୍ଣ୍ଣ ଭାବନା ଓ ସହାନୁଭୂତି ଦେଖାଇବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଶ୍ରୋତାମାନଙ୍କ କାମରେ ଆସିବା ଭଳି ତଥ୍ୟ ଦେବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୧୧ ପୃଷ୍ଠା ୧୪

ଅଧ୍ୟୟନ ୧୧

ଉତ୍ସାହର ସହିତ କହିବା

ବାଇବଲ ପଦ

ରୋମୀୟ ୧୨:୧୧

ସାରାଂଶ: ଉତ୍ସାହର ସହିତ କଥା ହୁଅନ୍ତୁ, ଯାହାଫଳରେ ଆପଣ ଶ୍ରୋତାମାନଙ୍କ ମନରେ ଉତ୍ସାହ ଭରିପାରିବେ ଏବଂ ପଦକ୍ଷେପ ନେବା ପାଇଁ ସେମାନଙ୍କୁ ପ୍ରେରିତ କରିପାରିବେ ।

ଏହା କିପରି କରିପାରିବେ:

  • ନିଜ ହୃଦୟକୁ ସାମିଲ୍‌ କରନ୍ତୁ । ଯେତେବେଳେ ଆପଣ ନିଜ ଭାଷଣ କିମ୍ବା କୌଣସି ଭାଗର ପ୍ରସ୍ତୁତି କରନ୍ତି, ଆପଣଙ୍କ ବାର୍ତ୍ତାର ମହତ୍ତ୍ୱ ଉପରେ ଗଭୀର ଭାବେ ଚିନ୍ତନ କରନ୍ତୁ । ଆପଣଙ୍କ ତଥ୍ୟ ସହିତ ଭଲ ଭାବେ ପରିଚିତ ହୁଅନ୍ତୁ, ଯାହାଫଳରେ ଆପଣ ହୃଦୟରୁ ନିଜ କଥାଗୁଡ଼ିକୁ ପ୍ରକାଶ କରିପାରିବେ ।

  • ଶ୍ରୋତାମାନଙ୍କୁ ଧ୍ୟାନରେ ରଖନ୍ତୁ । ଚିନ୍ତନ କରନ୍ତୁ ଯେ ଆପଣ ଯେଉଁ ତଥ୍ୟ ପଢ଼ିବେ କିମ୍ବା ଶିଖାଇବେ, ସେଥିରୁ ଶ୍ରୋତାମାନେ କିପରି ଲାଭ ପାଇପାରିବେ । ସେହି ତଥ୍ୟକୁ ଉପସ୍ଥାପନା କରିବାର ବିଭିନ୍ନ ଉପାୟ ବିଚାରକୁ ନିଅନ୍ତୁ । ତାʼପରେ ତଥ୍ୟକୁ ଏପରି ଉପାୟରେ ଉପସ୍ଥାପନା କରନ୍ତୁ, ଯାହାଫଳରେ ଶ୍ରୋତାମାନେ ତାʼର ମହତ୍ତ୍ୱକୁ ବୁଝିପାରିବେ ।

  • ଆପଣଙ୍କ ଭାଷଣ କିମ୍ବା କଥାକୁ ଜୀବନ୍ତ କରନ୍ତୁ । ଉତ୍ସାହର ସହିତ କୁହନ୍ତୁ । ଆପଣଙ୍କ ଭାବନାକୁ ପ୍ରକାଶ କରିବା ପାଇଁ ମୁହଁର ହାବଭାବ ଓ ଅଙ୍ଗଭଙ୍ଗୀ ବ୍ୟବହାର କରନ୍ତୁ । ମନେ ରଖନ୍ତୁ ଯେ ଆପଣଙ୍କ ମୁହଁର ହାବଭାବ ହୃଦୟରୁ ଆସିବା ଉଚିତ୍‌ ଏବଂ ଆପଣଙ୍କ ଅଙ୍ଗଭଙ୍ଗୀ ସ୍ୱାଭାବିକ ହେବା ଉଚିତ୍‌ ।

    ବ୍ୟବହାରିକ ପରାମର୍ଶ

    ଧ୍ୟାନ ରଖନ୍ତୁ ଯେ ବାରମ୍ବାର ସମାନ ଅଙ୍ଗଭଙ୍ଗୀ ଦେଖାଇବା ଯେପରି ଆପଣଙ୍କ ଏକ ଅଭ୍ୟାସ ନ ହୁଏ, କାରଣ ଏପରି କରିବା ଦ୍ୱାରା ଶ୍ରୋତାମାନଙ୍କ ଧ୍ୟାନ ଭଙ୍ଗ ହୋଇପାରେ । ଆପଣଙ୍କ ପ୍ରତ୍ୟେକ ଅଙ୍ଗଭଙ୍ଗୀର କିଛି ଅର୍ଥ ରହିବା ଉଚିତ୍‌ । ବିଶେଷ କରି, ଯେତେବେଳେ ଆପଣ ମୁଖ୍ୟ କଥାଗୁଡ଼ିକୁ ଶିଖାନ୍ତି ଏବଂ ନିଜ ଶ୍ରୋତାମାନଙ୍କୁ ପଦକ୍ଷେପ ନେବା ପାଇଁ ପ୍ରେରିତ କରନ୍ତି, ସେତେବେଳେ ଉତ୍ସାହର ସହିତ କୁହନ୍ତୁ । କିନ୍ତୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅତ୍ୟଧିକ ଉତ୍ସାହ ଦେଖାନ୍ତୁ ନାହିଁ, କାରଣ ଏହାଫଳରେ ଆପଣଙ୍କ ଶ୍ରୋତାମାନେ ବିରକ୍ତ ହୋଇପାରନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ