ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ଜୁଲାଇ ପୃଷ୍ଠା ୮-୯
  • ୨୮ ଜୁଲାଇ–୩ ଅଗଷ୍ଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୮ ଜୁଲାଇ–୩ ଅଗଷ୍ଟ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ଜୁଲାଇ ପୃଷ୍ଠା ୮-୯

୨୮ ଜୁଲାଇ–୩ ଅଗଷ୍ଟ

ହିତୋପଦେଶ ୨୪

ଗୀତ ୩୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ନିଜକୁ ଦୃଢ଼ କରନ୍ତୁ

(୧୦ ମି.)

ଜ୍ଞାନ ହାସଲ କରିବା ଜାରି ରଖନ୍ତୁ ଓ ବିଦ୍ୱାନ୍‌ ହୁଅନ୍ତୁ (ହିତୋ ୨୪:୫; ଇନସାଇଟ୍‌-୨ ପୃ ୬୧୦ ¶୮)

ଯେବେ ଆପଣ ନିରାଶ ହୁଅନ୍ତି, ତେବେ ବି ଈଶ୍ୱରଙ୍କ ଉପାସନା ସହ ଜଡ଼ିତ କାମଗୁଡ଼ିକରେ ଲାଗି ରହନ୍ତୁ (ହିତୋ ୨୪:୧୦; ପ୍ର୦୯-ହି ୧୨/୧୫ ପୃ ୧୮ ¶୧୨-୧୩)

ଯିହୋବାଙ୍କୁ ପ୍ରେମ କଲେ ଓ ତାଙ୍କ ଉପରେ ଦୃଢ଼ ବିଶ୍ୱାସ ରଖିଲେ, ଆମେ ସମସ୍ୟାଗୁଡ଼ିକର ସାମନା କରିପାରିବା (ହିତୋ ୨୪:୧୬; ପ୍ର୨୦.୧୨-ହି ପୃ ୧୫)

ଜଣେ ଭଉଣୀଙ୍କୁ ଗମ୍ଭୀର ରୋଗ ହୋଇଛି, ସେ ନିଜ ସାଙ୍ଗ ସହ ମିଶି ଖୁସିରେ ଘର ଘର ପ୍ରଚାର କରୁଛନ୍ତି । ଗୋଟିଏ ଘରେ ସେ ଜଣେ ସ୍ତ୍ରୀଙ୍କୁ ନିଜ ଟ୍ୟାବଲେଟରୁ କିଛି ଦେଖାଉଛନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୨୪:୨୭—ଏହି ହିତୋପଦେଶରୁ କʼଣ ଶିକ୍ଷା ମିଳେ ? (ପ୍ର୦୯-ହି ୧୦/୧୫ ପୃ ୧୨)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୨୪:୧-୨୦ (ଶିଖାଇବା ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଆପଣଙ୍କ ସାକ୍ଷ୍ୟ ଦେବା ପୂର୍ବେ ହିଁ କଥାବାର୍ତ୍ତା ଶେଷ ହୋଇଯାଏ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୪)

୫. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୪)

୬. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣଙ୍କୁ କହନ୍ତୁ ଯେ ଆମେ ଲୋକଙ୍କୁ ବାଇବଲରୁ ମଧ୍ୟ ଶିଖାଉ । ତାʼପରେ ତାଙ୍କୁ ବାଇବଲରୁ ଶିଖନ୍ତୁ ସମ୍ପର୍କ କାର୍ଡ ଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩)

୭. ଭାଷଣ

(୩ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୧୧—ବିଷୟ: ଈଶ୍ୱର ନିଜ କଥାଗୁଡ଼ିକୁ ଗୋଟିଏ ବହିରେ ଲେଖାଇଛନ୍ତି । (ଶିଖାଇବା ଅଧ୍ୟୟନ ୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୯୯

୮. ସମସ୍ୟା ସମୟରେ ପରସ୍ପରକୁ ସାହାଯ୍ୟ କରନ୍ତୁ

(୧୫ ମି.) ଆଲୋଚନା ।

ମହାମାରୀ, ପ୍ରାକୃତିକ ବିପତ୍ତି, ଦଙ୍ଗା ଓ ଯୁଦ୍ଧ ଭଳି ଘଟଣାଗୁଡ଼ିକ କେବେ ବି ଘଟିପାରେ । ଏପରିକି ଯିହୋବାଙ୍କ ଲୋକମାନଙ୍କ ଉପରେ ବି ହଠାତ୍‌ କୌଣସି ଅତ୍ୟାଚାର ହୋଇପାରେ । ଏପରି ସମୟରେ ଭାଇଭଉଣୀମାନେ ପରସ୍ପରକୁ ସାହାଯ୍ୟ କରନ୍ତି ଓ ସାହସ ବଢ଼ାନ୍ତି । ହୁଏତ ବର୍ତ୍ତମାନ ଆମେ ଏପରି ସମସ୍ୟାର ସାମନା କରୁନାହୁଁ, ତଥାପି ଆମେ ସେହି ଭାଇଭଉଣୀମାନଙ୍କର କଷ୍ଟ ବୁଝୁ ଓ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପୂରା ଚେଷ୍ଟା କରୁ, ଯେଉଁମାନେ ଏପରି ସମସ୍ୟାର ସାମନା କରୁଛନ୍ତି ।—୧କରି ୧୨:୨୫, ୨୬.

ଚିତ୍ରଗୁଡ଼ିକ: ଭାଇଭଉଣୀମାନେ ବିଭିନ୍ନ ଉପାୟରେ ଅନ୍ୟ ଭାଇଭଉଣୀମାନଙ୍କୁ ସାହାଯ୍ୟ କରୁଛନ୍ତି । ୧. ଭାଇଭଉଣୀମାନେ ଗୋଟିଏ ଏପରି ରାଜ୍ୟଘର ପୁଣିଥରେ ତିଆରି କରୁଛନ୍ତି, ଯାହା ପ୍ରାକୃତିକ ବିପତ୍ତି ଯୋଗୁଁ ନଷ୍ଟ ହୋଇଯାଇଥିଲା । ୨. ଭାଇଭଉଣୀମାନେ ଏପରି ଜଣେ ମାଆ ଓ ଝିଅକୁ ପ୍ରେମର ସହ ସ୍ୱାଗତ କରୁଛନ୍ତି, ଯାହାଙ୍କୁ ନିଜ ଦେଶ ଛାଡ଼ି ପଳାଇବାକୁ ପଡ଼ିଲା । ୩. ଜଣେ ଭଉଣୀ ରାଜ୍ୟଘରେ ଦାନ ବାକ୍ସରେ ପଇସା ଦେଉଛନ୍ତି । ୪. ଭାଇଭଉଣୀମାନେ ଗୋଟିଏ ରାଜ୍ୟଘରେ ଶରଣାର୍ଥୀ ଭାଇଭଉଣୀମାନଙ୍କୁ ଆବଶ୍ୟକୀୟ ଜିନିଷ ସବୁ ଦେଉଛନ୍ତି । ୫. ସ୍ୱୟଂସେବକମାନେ ଭାଇଭଉଣୀମାନଙ୍କୁ ପାଣି ବୋତଲ ଦେଉଛନ୍ତି । ୬. ଜଣେ ଭାଇ ପ୍ରାର୍ଥନା କରୁଛନ୍ତି ।

୧ ରାଜାବଳୀ ୧୩:୬ ଏବଂ ଯାକୁବ ୫:୧୬ଖ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଈଶ୍ୱରଙ୍କ ସେବକମାନେ ଅନ୍ୟମାନଙ୍କ ପାଇଁ ଯେଉଁ ପ୍ରାର୍ଥନା କରନ୍ତି, ତାହା କାହିଁକି ସେମାନଙ୍କ ଉପରେ ଗଭୀର ପ୍ରଭାବ ପକାଏ ?

ମାର୍କ ୧୨:୪୨-୪୪ ଏବଂ ୨ କରିନ୍ଥୀୟ ୮:୧-୪ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯେଉଁ ଭାଇଭଉଣୀମାନଙ୍କୁ ସାହାଯ୍ୟ ଦରକାର ସେମାନଙ୍କର ସାହାଯ୍ୟ କରିବାର ଗୋଟିଏ ଉପାୟ ହେଉଛି, ସାରା ଦୁନିଆରେ ହେଉଥିବା କାମ ପାଇଁ ଦାନ ଦେବା । ହୁଏତ ଆମେ ଅଧିକ ଦାନ ଦେଇପାରୁ ନାହୁଁ, ତଥାପି ଆମେ କାହିଁକି ଦାନ ଦେବା ପାଇଁ ପଛଘୁଞ୍ଚା ଦେବା ଉଚିତ୍‌ ନୁହେଁ ?

କଟକଣା ସମୟରେ ଭାଇମାନଙ୍କୁ ମଜବୁତ୍‌ କଲେ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯେବେ ପୂର୍ବ ୟୁରୋପରେ ଆମ କାମ ଉପରେ କଟକଣା ଲାଗିଥିଲା, ତେବେ ସେଠାର ଖ୍ରୀଷ୍ଟିୟାନମାନଙ୍କୁ ସାହାଯ୍ୟ କରିବା ପାଇଁ ଆମ ଭାଇମାନେ କʼଣ ତ୍ୟାଗ କଲେ ?

  • କଟକଣା ସତ୍ତ୍ୱେ ଭାଇଭଉଣୀମାନେ କିପରି ସଭା ରଖିବା ଓ ପରସ୍ପରକୁ ଉତ୍ସାହ ବଢ଼ାଇବାର ଆଜ୍ଞା ମାନିଲେ ?—ଏବ୍ରୀ ୧୦:୨୪, ୨୫.

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୪-୫

ଶେଷ ଟିପ୍ପଣୀ (୩ ମି.) | ଗୀତ ୩୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ